Posted inଜାତୀୟ

ସ୍ବଚ୍ଛତା ସିଟି ସର୍ଭେ ରିପୋର୍ଟ ପ୍ରକାଶ: ସବୁଠୁ ଅପରିଷ୍କାର ଏହି ସହର

ନୂଆଦିଲ୍ଲୀ,୨୨ା୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ବଚ୍ଛତା ପରିମାପକରେ ସହର ଏବଂ ରାଜ୍ୟର ର଼୍ୟାଙ୍କ ପ୍ରକାଶ ପାଇଛି। ୨୦୨୦ ସିଟି ସର୍ଭେରେ ଝାଡ଼ଖଣ୍ଡ ୧୦୦ରୁ କମ୍‌ ସ୍ଥାନୀୟ ସହରୀ ସଂସ୍ଥା ଥିବା ରାଜ୍ୟଗୁଡ଼ିକରେ ସ୍ବଚ୍ଛତା ଦୃଷ୍ଟିରୁ ସବୁଠାରୁ ସ୍ବଚ୍ଛ ରାଜ୍ୟ ଭାବରେ ପରିଗଣିତ ହୋଇଛି । କେରଳ ସବୁଠୁ ଅପରିଷ୍କାର। ଏହି ବର୍ଗରେ ଅନ୍ତର୍ଭୁକ୍ତ ୧୫ଟି ରାଜ୍ୟ ମଧ୍ୟରୁ ଏହାର ସଂଖ୍ୟା ଶେଷରେ ଥିଲା।

ସ୍ବଚ୍ଛତା ସିଟି ସର୍ଭେରେ କେରଳ ୬୬୧.୨୬ ସ୍କୋର କରିଥିବା ବେଳେ ଝାଡ଼ଖଣ୍ଡର ସ୍କୋର ହେଉଛି ୨୩୨୫.୪୨। ଏହି ବର୍ଗରେ ଝାଡ଼ଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, ସିକିମ୍‌, ଆସାମ, ହିମାଚଳପ୍ରଦେଶ, ଗୋଆ, ତେଲେଙ୍ଗାନା, ନାଗାଲାଣ୍ଡ, ମଣିପୁର, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମିଜୋରାମ, ମେଘାଳୟ ଏବଂ କେରଳ ସାମିଲ ହୋଇଥିଲେ।

ଏଥି ସହିତ ୧୦୦ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଥିବା ଛତିଶଗଡ଼ ପ୍ରଥମ ସ୍ଥାନ ଅଧିକାର କରିଛି। ଯାହାର ସ୍କୋର ହେଉଛି ୩୨୯୩.୫୬। ଏହି ବର୍ଗରେ ବିହାର ହେଉଛି ସବୁଠାରୁ ଅପରିଷ୍କାର ରାଜ୍ୟ। ଏହାର ସ୍କୋର ରହିଛି ୭୬୦.୪୦।

ଏହି ବର୍ଗରେ ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ ଏବଂ ବିହାର ଅନ୍ତର୍ଭୁକ୍ତ। ପଶ୍ଚିମବଙ୍ଗ ଏବଂ ଲଦାଖର ରାଜ୍ୟଗୁଡ଼ିକ ଏହି ସର୍ଭେରେ ଅନ୍ତର୍ଭୁକ୍ତ ନୁହନ୍ତି। ବର୍ତ୍ତମାନ ଦେଶରେ ୨୮ଟି ରାଜ୍ୟ ଅଛି।

କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ  ସ୍ବଚ୍ଛତା ସିଟି ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଲଗାତର ଚତୁର୍ଥ ବର୍ଷ ପାଇଁ ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଇନ୍ଦୋର ଦେଶର ସବୁଠାରୁ ପରିଷ୍କାର ସହର ହୋଇପାରିଛି। ଦ୍ୱିତୀୟ ସ୍ଥାନରେ ଗୁଜୁରାଟର ସୁରଟ ଏବଂ ତୃତୀୟ ସ୍ଥାନରେ ମୁମ୍ବାଇର ନାଭି ରହିଛି। ଏଥିସହିତ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପାଟନା ହେଉଛି ବିହାରର ରାଜଧାନୀ। ଯାହାକି ଦେଶର ସବୁଠୁ ଅପରିଷ୍କାର ସହର।

ଏହି ସର୍ଭେ ରିପୋର୍ଟରେ ୪୨୪୨ଟି ସହର ଅନ୍ତର୍ଭୁକ୍ତ ହୋଇଥିଲା। ଯେଉଁଥିରେ ୧.୯ କୋଟି ଲୋକଙ୍କ ମତାମତ ନିଆଯାଇଥିଲା। ଏଥିରେ ୫ ଲକ୍ଷରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ତଥ୍ୟ ପ୍ରମାଣ ସହ ସଂଗ୍ରହ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୧୦ ଯବାନଙ୍କୁ ମୁକ୍ତ କଲା ଚାଇନା

ନୂଆଦିଲ୍ଲୀ,୨୦ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତ ସୋମବାର ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)...

ମିଠାଇ ବଣ୍ଟାଗଲା-ପୋଷାକ ଚିରିଲା: ଲାଲଙ୍କୁ ଜାମିନ ନେଇ ଭାଜପା-ଆରଜେଡି ମୁହାଁମୁହିଁ…

ପାଟନା,୧୫।୩ : ଜମି ପାଇଁ ଚାକିରି ସ୍କାମରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଜାମିନ ପାଇବାର ପ୍ରଭାବ ବିହାରରେ ଦୃଶ୍ୟମାନ ହୋଇଛି। ବିଧାନସଭା ତଥା ବାହାରେ...

ଲାଟୁରରେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ, ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ…

ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଲାଟୁର ସହରରେ ମାଟି ତଳୁ କିଛି ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

ସର୍ବକନିଷ୍ଠ ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ, ୨୨ା୭:ଓଡ଼ିଶାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁରରୁ ରାଇସିନା ହିଲ୍‌ ଯାତ୍ରା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସହଜ ନ ଥିଲା। କାଉନସିଲରରୁ ପୌରାଧ୍ୟକ୍ଷା, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ...

ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୩୦ା୪: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇଛି। ଏଭଳି ସମୟରେ କୋଇଲାର ଉତ୍କଟ ଅଭାବ ଯୋଗୁ ବିଭିନ୍ନ...

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’:ଉପତ୍ୟକାରେ ସ୍ବାସ୍ଥ୍ୟସେବା ସଙ୍କଟ,ଭାରତର କଶ୍ମୀର ଦମନ ହସ୍ପିଟାଲଗୁଡ଼ିକୁ ଶ୍ମଶାନରେ ପରିଣତ କରିଦେଇଛି

ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଔଷଧ ନାହିଁ। କର୍ଫ୍ୟୁ ବଳବତ୍ତର ରହିଥିବାରୁ ଚିକିତ୍ସା ଲାଗି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ଆମ୍ବୁଲାନ୍ସ ନାହିଁ। ଏଟିଏମ୍‌ଗୁଡ଼ିକ ବନ୍ଦ ଥିବାରୁ...

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଆଦେଶ ଉପରେ ରୋକୋ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୫: କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ସମୟରେ ସମ୍ପୁର୍ଣ୍ଣ ବେତନ ଦେଇପାରୁ ନ ଥିବା କମ୍ପାନୀ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି...

ଭୁଶୁଡିଲା ଖଣି: ଜଣେ ଶ୍ରମିକ ମୃତ, ଫସିଛନ୍ତି ୩

ଅହମ୍ମଦାବାଦ,୨୪।୧୨: ଗୁଜୁରାଟର କୁଚ ଜିଲା ଖାଭଡା ଗ୍ରାମ ନିକଟରେ ଖଣି ଭୁଶୁଡି ପଡିଛି। ଫଳରେ ଗୁରୁବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ...

Advertisement
Archives

Model This Week