ଚାଞ୍ଚଲ୍ୟକର ବୟାନ ଦେଲେ ସୁଶାନ୍ତଙ୍କ ପଡୋଶୀ: ୧୩ ଜୁନ ରାତିରେ ବନ୍ଦ ଥିଲା ରୁମ ଲାଇଟ୍‌

ମୁମ୍ବାଇ,୨୨।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ତଥ୍ୟ ପୁଣି ସାମ୍ନାକୁ ଆସିଛି। ୧୩ ଜୁନ ରାତିରେ ବନ୍ଦ ଥିଲା ସୁଶାନ୍ତଙ୍କ ରୁମ ଲାଇଟ୍‌। ଯାହା କେବେ ଆଗରୁ ହୋଇ ନ ଥିଲା। ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ବିଲ୍ଡିଂର ପଡୋଶୀ ଘରେ ରହୁଥିବା ଜଣେ ମହିଳା। ମହିଳାଙ୍କ ଏପରି ବୟାନ ପରେ ଚର୍ଚ୍ଚା ଜୋର ଧରିଛି।
ଉକ୍ତ ମହିଳା ଜଣକ କହିଛନ୍ତି, ସବୁବେଳେ ସକାଳ ୪ଟା ପର୍ଯ୍ୟନ୍ତ ସୁଶାନ୍ତଙ୍କ ରୁମର ଲାଇଟ ଜଳୁଥାଏ। ମାତ୍ର ୧୩ ଜୁନ ରାତିରେ ସୁଶାନ୍ତଙ୍କ ରୁମର ଲାଇଟ ବନ୍ଦ ଥିଲା। ପୂର୍ବରୁ ଏମିତି କେବେ ହୋଇନଥିଲା। ସେହିପରି ୧୩ ଜୁନ ରାତିରେ ସୁଶାନ୍ତଙ୍କ ଘରେ କୌଣସି ପାର୍ଟି ହୋଇ ନ ଥିବା ମହିଳା ଜଣକ କହିଛନ୍ତି। ମହିଳାଙ୍କ ଏପରି ଖୁଲାସ ପରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଆହୁରି ଘନେଇବାରେ ଲାଗିଛି। ଅପରପକ୍ଷେ ସିବିଆଇ ଏହି ମାମଲାରେ ତଦନ୍ତ ଜୋରଦାର ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ସାର୍ଟିଫିକେଟ ଥିଲେ ବି ଆନିମଲରୁ କଟିବ ୫ ସିନ୍‌, ସାର୍ଟିଫିକେଟ ଭାଇରାଲ…

ମୁମ୍ବାଇ : ରଣବୀର କପୁରଙ୍କ ଅଭିନୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି, କିନ୍ତୁ...

କାଜୋଲଙ୍କ ମୁଦି ନେଇ ଅଜୟ ତାଙ୍କୁ ହିଁ କରିଥିଲେ ପ୍ରପୋଜ

ମୁମ୍ବାଇ: ଫିଲ୍ମ ଇସ୍କକୁ ପୁରିଛି ୨୬ବର୍ଷ। ଅଭିନେତ୍ରୀ କାଜୋଲ ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୋଷ୍ଟରରେ କାଜୋଲଙ୍କ ସମେତ ଅଜୟ ଦେବଗନ,...

ଫ୍ୟାନ୍ସ ଗହଳିରେ ଶାହାରୁଖଙ୍କୁ ସାମ୍ନାରେ ଦେଖି ସଲମାନଙ୍କ ଉଡିଲା ହୋସ, ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ ଖାନ ଓ ଶାହାରୁଖ ଖାନଙ୍କର ଏପରି କିଛି ଫ୍ୟାନ୍ସ ଅଛନ୍ତି ଯେଉଁମାନେ ତାଙ୍କ ଫେଭରେଟ ଷ୍ଟାରଙ୍କର କପି ମଧ୍ୟ କରନ୍ତି। କଥା କହିବା...

ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ

ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ...

ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ

ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍‌ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର...

ଅଭିନୟ ଛାଡିବାକୁ ଚାହୁଁଛନ୍ତି ରଣବୀର କପୁର

ମୁମ୍ବାଇ: ଆଜିକାଲି ମୁଭି ‘ଆନିମଲ’ ପାଇଁ ବଲିଉଡ ଅଭିନେତା ରଣବୀର କପୁର ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ...

ଭେଣ୍ଟିଲେଟରରେ ରୋହିତ ବଳ

ମୁମ୍ବାଇ,୨୮।୧୧: ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ରୋହିତ ବଳଙ୍କ ସ୍ବାସ୍ଥାବସ୍ଥା ଗୁରୁତର ହୋଇଯାଇଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଖବର ଅନୁଯାୟୀ, ତାଙ୍କ ଅବସ୍ଥା ଗୁରୁତର ରହିଛି...

ପୁଷ୍ପା-୨ ପାଇଁ ପାରିଶ୍ରମିକ ନେଉନାହାନ୍ତି ଅଲ୍ଲୁ

ମୁମ୍ବାଇ: ସାଉଥ୍‌ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା: ଦି ରାଇଜ୍‌’ ଅନେକ ସଫଳତା ପାଇଛି, ଯାହାର ପ୍ରଭାବ ଏବେ ବି ଦେଶ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri