ବନ୍ଧୁକ ବେପାର କରୁଥିଲେ ଆଲବମ୍‌ ନିର୍ଦ୍ଦେଶକ

କଟକ ଅଫିସ,୫।୧୦: ଦୁର୍ଗା ପୂଜା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କ୍ଲିନ କ୍ରାଇମ ଅଭିଯାନ ଆରମ୍ଭ ହୋଇଛି। ବନ୍ଧୁକ କାରବାର ଅଭିଯୋଗରେ ବାଦାମବାଡି ଥାନା ପୋଲିସ ମଙ୍ଗଳବାର ଜଣେ ଆଲବମ୍‌ ନିର୍ଦ୍ଦେଶକଙ୍କ ସମେତ ୪ ପେଶାଦାର ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ସଦର ଥାନା ଝିଙ୍କିରିଆର ଜ୍ଞାନରଞ୍ଜନ ସାହୁ ଓରଫ ନବ(୪୦), ବାଦାମବାଡି ଥାନା ଶଙ୍କରପୁର ଡିହସାହିର ପ୍ରକାଶ ରାଉତ ଓରଫ ପପୁ(୩୫), ବଳଭଦ୍ରପୁର ବାଲିସାହିର ବାସିନ୍ଦା ତଥା ଆଲବମ ନିର୍ଦ୍ଦେଶକ ପ୍ରମୋଦ ରାଉତ ଓରଫ ଜିତୁ(୪୩), ଚାଉଳିଆଗଞ୍ଜ ଥାନା ଗତିରାଉତ ପାଟଣାର ସୁଶାନ୍ତ ପରିଡା(୪୯। ପୋଲିସ ତାଙ୍କଠାରୁ ୩ଟି ବନ୍ଧୁକ ସହ ୧୬ଟି ଗୁଳି ଜବତ କରିଛି। ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ୧୪ଟି ସଙ୍ଗୀନ ମାମଲା ରହିଥିବା ଡିସିପି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଅଭିଯୁକ୍ତ ନବ ମଙ୍ଗଳାବର ଝାଞ୍ଜିରୀମଙ୍ଗଳା ଗଡା ନିକଟରେ ବନ୍ଧୁକ ଧରି ବୁଲୁଥିବା ବିଶ୍ୱସ୍ତସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ପରେ ବାଦାମ ବାଡି ଥାନା ଏସ୍‌ଆଇ ଦିଲୀପ ମହାନ୍ତି ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଅପରାଧୀ ନବକୁ କାବୁ କରିଥିଲେ। ତାଙ୍କଠାରୁ ପୋଲିସ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରିଥିଲା। ଅଧିକ ପଚରାଉଚୁରା କରିବାକୁ ସେ ବନ୍ଧୁକଟି ପ୍ରକାଶଠାରୁ କିଣିଥିବା ସ୍ବୀକାର କରିଥିଲା। ପ୍ରକାଶ ତାର ସମ୍ପର୍କୀୟ ତାଳଚେରର ଟୁକୁନା ସ୍ବାଇଁଙ୍କଠାରୁ ଆଣି ଚୋରା ବନ୍ଧୁକ କାରବାର କରିଥାଏ ବୋଲି ଜଣାପଡିଥିଲା। ଟୁକୁନା ପୂର୍ବରୁ ବନ୍ଧୁକ କାରବାର ଘଟଣାରେ ଗିରଫ ହୋଇ ଜେଲରେ ରହିଛି। ପ୍ରକାଶକୁ ପୋଲିସ ଗିରଫ କରିବା ସହ ତାଠାରୁ ୧୦ ରାଉଣ୍ଡ ଗୁଳି ଜବତ କରିଥିଲା। ନବକୁ ଜେରାପରେ ପ୍ରକାଶ, ପ୍ରମୋଦ ଓ ସୁଶାନ୍ତଙ୍କୁ ପୋଲିସ ଗିରଫ କରିଥିଲା। ପ୍ରମୋଦଠାରୁ ଗୋଟିଏ ବନ୍ଧୁକ, ୨ ଗୁଳି ଓ ସୁଶାନ୍ତଠାରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରିଥିଲା। ପରେ ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଧିକ ଜେରାପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ସିଂ କହିଛନ୍ତି।

ସୂଚନା ଯୋଗ୍ୟ, ବଳଭଦ୍ରପୁର ବାଲିସାହିର ବାସିନ୍ଦା ପ୍ରମୋଦ ରାଉତ ଓରଫ ଜିତୁ ପୂର୍ବରୁ ଆଲବମ୍‌ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଦିନକୁ ଦିନ ଆଲବମର ଚାହିଦା କମିଯିବାରୁ ସେ ଅପରାଧ ଦୁନିଆକୁ ଚାଲିଆସିଥିଲେ। ଏଥିସହ ବନ୍ଧୁକ ରଖିବା ତାଙ୍କର ସଉକ ମଧ୍ୟ ରହିଥିଲା। ଚୋରା ବନ୍ଧୁକ କାରବାରରେ ସେ ଗତ ୬ ବର୍ଷ ଧରି ସଂଶ୍ଳିଷ୍ଟ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri