ବନ୍ଧୁକ ବେପାର କରୁଥିଲେ ଆଲବମ୍‌ ନିର୍ଦ୍ଦେଶକ

କଟକ ଅଫିସ,୫।୧୦: ଦୁର୍ଗା ପୂଜା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କ୍ଲିନ କ୍ରାଇମ ଅଭିଯାନ ଆରମ୍ଭ ହୋଇଛି। ବନ୍ଧୁକ କାରବାର ଅଭିଯୋଗରେ ବାଦାମବାଡି ଥାନା ପୋଲିସ ମଙ୍ଗଳବାର ଜଣେ ଆଲବମ୍‌ ନିର୍ଦ୍ଦେଶକଙ୍କ ସମେତ ୪ ପେଶାଦାର ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ସଦର ଥାନା ଝିଙ୍କିରିଆର ଜ୍ଞାନରଞ୍ଜନ ସାହୁ ଓରଫ ନବ(୪୦), ବାଦାମବାଡି ଥାନା ଶଙ୍କରପୁର ଡିହସାହିର ପ୍ରକାଶ ରାଉତ ଓରଫ ପପୁ(୩୫), ବଳଭଦ୍ରପୁର ବାଲିସାହିର ବାସିନ୍ଦା ତଥା ଆଲବମ ନିର୍ଦ୍ଦେଶକ ପ୍ରମୋଦ ରାଉତ ଓରଫ ଜିତୁ(୪୩), ଚାଉଳିଆଗଞ୍ଜ ଥାନା ଗତିରାଉତ ପାଟଣାର ସୁଶାନ୍ତ ପରିଡା(୪୯। ପୋଲିସ ତାଙ୍କଠାରୁ ୩ଟି ବନ୍ଧୁକ ସହ ୧୬ଟି ଗୁଳି ଜବତ କରିଛି। ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ୧୪ଟି ସଙ୍ଗୀନ ମାମଲା ରହିଥିବା ଡିସିପି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଅଭିଯୁକ୍ତ ନବ ମଙ୍ଗଳାବର ଝାଞ୍ଜିରୀମଙ୍ଗଳା ଗଡା ନିକଟରେ ବନ୍ଧୁକ ଧରି ବୁଲୁଥିବା ବିଶ୍ୱସ୍ତସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ପରେ ବାଦାମ ବାଡି ଥାନା ଏସ୍‌ଆଇ ଦିଲୀପ ମହାନ୍ତି ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଅପରାଧୀ ନବକୁ କାବୁ କରିଥିଲେ। ତାଙ୍କଠାରୁ ପୋଲିସ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରିଥିଲା। ଅଧିକ ପଚରାଉଚୁରା କରିବାକୁ ସେ ବନ୍ଧୁକଟି ପ୍ରକାଶଠାରୁ କିଣିଥିବା ସ୍ବୀକାର କରିଥିଲା। ପ୍ରକାଶ ତାର ସମ୍ପର୍କୀୟ ତାଳଚେରର ଟୁକୁନା ସ୍ବାଇଁଙ୍କଠାରୁ ଆଣି ଚୋରା ବନ୍ଧୁକ କାରବାର କରିଥାଏ ବୋଲି ଜଣାପଡିଥିଲା। ଟୁକୁନା ପୂର୍ବରୁ ବନ୍ଧୁକ କାରବାର ଘଟଣାରେ ଗିରଫ ହୋଇ ଜେଲରେ ରହିଛି। ପ୍ରକାଶକୁ ପୋଲିସ ଗିରଫ କରିବା ସହ ତାଠାରୁ ୧୦ ରାଉଣ୍ଡ ଗୁଳି ଜବତ କରିଥିଲା। ନବକୁ ଜେରାପରେ ପ୍ରକାଶ, ପ୍ରମୋଦ ଓ ସୁଶାନ୍ତଙ୍କୁ ପୋଲିସ ଗିରଫ କରିଥିଲା। ପ୍ରମୋଦଠାରୁ ଗୋଟିଏ ବନ୍ଧୁକ, ୨ ଗୁଳି ଓ ସୁଶାନ୍ତଠାରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରିଥିଲା। ପରେ ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଧିକ ଜେରାପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ସିଂ କହିଛନ୍ତି।

ସୂଚନା ଯୋଗ୍ୟ, ବଳଭଦ୍ରପୁର ବାଲିସାହିର ବାସିନ୍ଦା ପ୍ରମୋଦ ରାଉତ ଓରଫ ଜିତୁ ପୂର୍ବରୁ ଆଲବମ୍‌ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଦିନକୁ ଦିନ ଆଲବମର ଚାହିଦା କମିଯିବାରୁ ସେ ଅପରାଧ ଦୁନିଆକୁ ଚାଲିଆସିଥିଲେ। ଏଥିସହ ବନ୍ଧୁକ ରଖିବା ତାଙ୍କର ସଉକ ମଧ୍ୟ ରହିଥିଲା। ଚୋରା ବନ୍ଧୁକ କାରବାରରେ ସେ ଗତ ୬ ବର୍ଷ ଧରି ସଂଶ୍ଳିଷ୍ଟ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri