ଆର୍ୟନ ଜଣେ ଭଲ ପିଲା, କେବଳ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲେ: ସୁଜୈନ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏନ୍‌ସିବି ତାଙ୍କୁ ଗିରଫ କରିବା ପରେ ଜଣଙ୍କ ପରେ ଜଣେ ବଲିଉଡ୍‌ କଳାକାର ଆଗକୁ ଆସି ଆର୍ୟନଙ୍କୁ ସମର୍ଥନ କରୁଛନ୍ତି। ପ୍ରଥମେ ସୁନୀଲ ସେଟ୍ଟୀ,ପୂଜା ଭଟ୍ଟଙ୍କ ପରେ ଏବେ ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍‌ ମଧ୍ୟ କିଙ୍ଗ୍‌ ଖାନଙ୍କ ପୁଅଙ୍କୁ ସମର୍ଥନ କରିଛନ୍ତି।

ସୋସିଆଲ ମିଡିଆରେ ଏକ କମେଣ୍ଟରେ ପ୍ରତିକ୍ରିୟା ରଖି ସୁଜୈନ କହିଛନ୍ତି, ମୁଁ ଭାବୁଛି ଏହା ଆର୍ୟନଙ୍କ ବିଷୟରେ ନୁହେଁ। ଦୁର୍ଭାଗ୍ୟବଶତଃ ସେ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲା। ବଲିଉଡ୍‌ ଲୋକଙ୍କ କିଭଳି ‘ଓ୍ବିଚ୍‌ ହଣ୍ଟ’ କରାଯାଏ, ଏହି ଘଟଣାକୁ ଉଦାହରଣ ଭାବେ ନେଲେ ଜାଣିପାରିବ। ଏହା ବହୁତ ଦୁଃଖଦାୟକ। ଏହା ଠିକ୍‌ ମଧ୍ୟ ନୁହେଁ। ଆର୍ୟନ ଜଣେ ଭଲ ପିଲା। ଏହି ଘଟଣାରେ ସେ ଶାହରୁଖ ଏବଂ ଗୌରୀଙ୍କ ସହ ଥିବା ସୁଜୈନ କହିଛନ୍ତି।

କହିରଖୁଛୁ, ସୁଜୈନ ଏବଂ ଗୌରୀ ପରସ୍ପରର ଭଲ ବନ୍ଧୁ। ଉଭୟ ଅନେକ ସମୟରେ ବଲିଉଡ୍‌ ପାର୍ଟିରେ ନଜର ଆସିଥାନ୍ତି। କେବଳ ଏତିକି ନୁହେଁ ଉଭୟ ଇଣ୍ଟିରିୟର ଡିଜାଇନର ମଧ୍ୟ। ଉଭୟ ବ୍ୟବସାୟରେ ସହଭାଗିତା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେହା କକ୍କରଙ୍କ ହଳଦୀ ସେରିମନି ଫଟୋ ଭାଇରାଲ

ଆଉ କିଛିଦିନ ମଧ୍ୟରେ ବିବାହ ବନ୍ଧରେ ବାନ୍ଧି ହେବେ ବଲିଉଡ ଗାୟିକା ନେହା କକ୍କର। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ପଞ୍ଜାବୀ...

ବିଦେଶରେ ବଢୁଛି ଦୀପିକାଙ୍କ କ୍ରେଜ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ରେଜ୍‌ ଏବେ ବିଦେଶରେ ବଢୁଛି। ସେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ନିକଟରେ ଦୀପିକାଙ୍କୁ କାନ୍ସ...

ଡାକ୍ତର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ, କେବଳ ଏହି କାରଣ ପାଇଁ ବାଛିଲେ ଫିଲ୍ମ ଜଗତ

ନିଜ ଚମତ୍କାର ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ତେଲୁଗୁ...

ଏହି ଅଭିନେତ୍ରୀଙ୍କଠାରୁ ଚକୋଲେଟ୍‌ ନେବା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ରିଷି କପୁର, ପୂରା ଘଟଣା ଜାଣିଲେ…

ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଥିବା ରିଷି କପୁର ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ଦର୍ଶକଙ୍କ ମନରେ ଆଜିବି ଜୀବନ୍ତ। ସେ...

ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ...

ଭଲ ଚରିତ୍ର ଆଶାରେ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତା

ବଲିଉଡ୍‌ର ଚକୋଲେଟ ହିରୋ ଭାବେ ପରିଚିତ ଚନ୍ଦ୍ରଚୁଡ଼ ସିଂହ ୧୯୯୬ରେ ଫିଲ୍ମ ‘ତେରେ ମେରେ ସପ୍‌ନେ’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ...

ବଲିଉଡ୍‌ରେ ୫୨ ବର୍ଷ ପୂରଣ କଲେ ମହାନାୟକ

ବଲିଉଡରେ ବହୁତ କମ କଳାକାର ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପରେ ବର୍ଷ ବର୍ଷ ଧରି ଏଠାରେ ସକ୍ରିୟ ରୁହନ୍ତିି। କେବଳ ଏତିକି ନୁହେଁ,...

ଜାଣନ୍ତୁ ‘କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଫି ନେଇଛନ୍ତି

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। କମ୍‌ ବଜେଟରେ ନିର୍ମିତ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ...

Advertisement
Archives

Model This Week