Posted inଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରିବା ପାଇଁ ଆମ ପାଖରେ ସମୟ ନାହିଁ: ପୋଲିସ

ଲଖିମପୁର ଖେରି (ୟୁପି),୫।୧୦: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଲଖିମପୁର ଖେରି ଜିଲାରେ ହତ୍ୟା ମାମଲା ରୁଜୁ ହୋଇଛି। ଏଫ୍‌ଆଇଆରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ନାମ ଉଲ୍ଲେଖ କରାଯିବାର ୨୪ ଘଣ୍ଟା ପରେ ମଧ୍ୟ ତାଙ୍କୁ ଗିରଫ କରାଯାଇନାହିଁ। କାର୍ଯ୍ୟବ୍ୟସ୍ତତା କାରଣରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ଉତ୍ତରପ୍ରଦେଶ (ୟୁପି) ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

”ଆମେ ଚାଷୀ ନେତାଙ୍କ ସହ ମୂଳଚାଲ କରିବାରେ ବ୍ୟସ୍ତ ଥିଲୁ। ତା’ ପରେ ମୃତକଙ୍କ ବ୍ୟବଚ୍ଛେଦ ଓ ଶବଦାହ କରାଗଲା। ପ୍ରତ୍ୟେକ ମାମଲାରେ ଆମେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ କାର୍ଯ୍ୟ କରୁ। ଏହି ମାମଲାରେ ଆମେ ସବିଶେଷ ଯାଞ୍ଚ କରିବୁ“ ବୋଲି ଲକ୍ଷ୍ନୌ ଜୋନର ଏଡିଜି ଏସ୍‌ ଏନ୍‌ ସାବତ କହିଛନ୍ତି। ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ଓ ଅବହେଳା ଜନିତ ମୃତ୍ୟୁ ମାମଲା ଦାୟର କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଓ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଲଖିମପୁର ଖେରି ଗସ୍ତକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କ ଏସ୍‌ୟୁଭି ମାଡ଼ି ଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଅଜୟ ଓ ତାଙ୍କ ପୁଅ ଘଟଣାସ୍ଥଳରେ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲାନିସ୍ବାମୀ ଏଆଇଏଡିଏମ୍‌କେର ସର୍ବୋଚ୍ଚ ନେତା

ଚେନ୍ନାଇ,୩ା୯(ପି.ଟି.): ଏଆଇଏଡିଏମ୍‌କେ ନେତୃତ୍ୱକୁ ନେଇ ବିବାଦ ଲାଗିରହିଥିବାବେଳେ ଇ.କେ. ପାଲାନିସ୍ବାମୀ ଦଳର ଶୀର୍ଷ ନେତା ବୋଲି ମାଡ୍ରାସ ହାଇକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ଓ....

ମୋଦିଙ୍କୁ ହରାଇଲେ ମମତା

ନୂଆଦିଲ୍ଲୀ/କୋଲକାତା/ଚେନ୍ନାଇ/ଥିରୁଭାନନ୍ତପୁରମ/ଗୁଆହାଟୀ,୩।୫: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ଖେଳରେ ବାଜି ମାରିଛନ୍ତି ଦିଦି। ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାର ଭୋଟ ଗ୍ରହଣ କରାଯାଇଥିବା ୨୯୨ ଆସନରୁ...

ମୋଦି-ଧନକଡଙ୍କୁ ୩୦ମିନିଟ୍‌ ଅପେକ୍ଷା କରାଇଲେ ମୁଖ୍ୟମନ୍ତ୍ରୀ

କୋଲକାତା,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ବାତ୍ୟା ୟାସ୍‌ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଏରିଏଲ୍‌...

ମୁମ୍ବାଇରେ ସ୍ମିଥ୍‌

ମୁମ୍ବାଇ,୨୪।୪: ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌ଙ୍କୁ ମୁମ୍ବାଇର କଲିନା ଏୟାରପୋର୍ଟରେ ସ୍ପଟ୍‌ କରାଯାଇଛି। ସ୍ବିଥ୍‌ କେଉଁ କାରଣରୁ ଭାରତ ଆସିଛନ୍ତି ତାହା ଜଣାପଡ଼ି ନାହିଁ। ସେ...

କରୋନାକୁ ନେଇ ଚିନ୍ତା: ଏପ୍ରିଲ୍‌ଠାରୁ ୭ ମାସ ମଧ୍ୟରେ ହୋଇନି କୋଭିଡ ନ୍ୟାଶନାଲ ଟାସ୍କଫୋର୍ସ ବୈଠକ…

ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ତେବେ ଏତେ...

ଅନ୍ଧବିଶ୍ୱାସ ନୁହେଁ, ବିଜ୍ଞାନ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି:ମୋଦି

ହାଇଦ୍ରାବାଦ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତେଲେଙ୍ଗାନା ଗସ୍ତରେ ଯାଇଛନ୍ତି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ରାଜନୀତିରେ ପରିବାରବାଦ ଏବଂ କେସିଆର...

କୃଷି ବିଲ୍‌କୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ: ଟିକରି-ସିନ୍ଧୁ ସୀମା ବନ୍ଦ

ନୂଆଦିଲ୍ଲୀ,୩୦ ।୧୧: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ନେଇ ଗତ ପ୍ରାୟ ୫ଦିନ ହେବ ପଞ୍ଜାବ. ହରିୟାଣା, ରାଜସ୍ଥାନ ଆଦିର କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ...

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ...

Advertisement
Archives

Model This Week