Advertisement
Posted inଜାତୀୟ

୩୧% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୧୨।୧୧: ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ମଧ୍ୟରେ (୨୦୨୨-୨୩ ନଭେମ୍ବର ୧୦ ପର୍ଯ୍ୟନ୍ତ) ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୩୧% (୩୦.୬୯%) ବୃଦ୍ଧି ପାଇଛି। ଏପରିକି ଏହି ସମୟ ମଧ୍ୟରେ ଟିକସ ସଂଗ୍ରହ ୧୦.୫୪ ଟ୍ରିଲିୟନ ଟଙ୍କାରେ ପହଞ୍ଚତ୍ଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ପ୍ରତ୍ୟକ୍ଷ ଟିକସ ସଂଗ୍ରହ ସହ ଏଥିରେ ନେଟ୍‌ ୮.୭୧ ଟ୍ରିଲିୟନ୍‌ ଟଙ୍କାରେ ପହଞ୍ଚତ୍ଛି, ଯାହାକି ନେଟ୍‌ ସଂଗ୍ରହ ବର୍ଷକୁ ବର୍ଷ ମଧ୍ୟରେ ୨୬% (୨୫.୭୧%) ରହିଛି। ତେବେ କେନ୍ଦ୍ର ସରକାରଙ୍କ କହିବାନୁସାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସର ମୋଟ ବଜେଟ୍‌ ଅନୁମାନର ଏହି ସଂଗ୍ରହ ପ୍ରାୟ ୬୧% (୬୧.୩୧%) ରହିଛି। ଉଲ୍ଲେଖଯୋଗ୍ୟ, କର୍ପୋରେଟ ଇନ୍‌କମ୍‌ ଟ୍ୟାକ୍ସ (ସିଆଇଟି) ଦ୍ୱାରା ମୋଟ ରାଜସ୍ବ ସଂଗ୍ରହ ୨୨.୦୩% ରେ ପହଞ୍ଚତ୍ଥିବାବେଳେ ଏସ୍‌ଟିଟି ସମେତ ବ୍ୟକ୍ତିଗତ ଆୟକର (ପିଆଇଟି) ପାଇଁ ୪୦.୬୪%କୁ ବୃଦ୍ଧି ପାଇଛି। ତେବେ ଜମା ଦାଖଲର ସଂଶୋଧନ ପରେ କର୍ପୋରେଟ ଇନ୍‌କମ୍‌ ଟ୍ୟାକ୍ସରେ ନେଟ୍‌ ଅଭିବୃଦ୍ଧି ୨୪.୫୧% ଏବଂ ବ୍ୟକ୍ତିଗତ ଆୟ ସଂଗ୍ରହରେ ୨୮.୦୬% କୁ ବୃଦ୍ଧି ହୋଇଛି। ଅପରପକ୍ଷରେ ୧.୮୩ ଟ୍ରିଲିୟନ୍‌ ଟଙ୍କା ପରିମାଣର ଜମା ଦାଖଲ ୨୦୨୨ ଏପ୍ରିଲ ୧ ରୁ ନଭେମ୍ବର ୧୦ ମଧ୍ୟରେ ଜାରି କରାଯାଇଛି, ଯାହା ପୂର୍ବ ବର୍ଷର ସମାନ ଅବଧିରେ ଦିଆଯାଇଥିବା ଆୟକରଠାରୁ ୬୧.୦୭% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ ସତଓ୍ବାରିରେ ପୁଣି ଡ୍ରୋନ୍‌

ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଗାତର ଭାବେ ବର୍ତ୍ତମାନ ଜମ୍ମୁ ଅଞ୍ଚଳକୁ ଟାର୍ଗେଟ କରି ଷଡ଼ଯନ୍ତ୍ର ରଚୁଛନ୍ତି। ଏଥିପାଇଁ ସୀମାରେ ଡ୍ରୋନ୍‌ର ବ୍ୟବହାର କରାଯାଉଛି। ବୁଧବାର...

୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ ମୋଦିଙ୍କ ବୈଠକ: ପୁନାୱାଲା ବି ସାମିଲ

ନୂଆଦିଲ୍ଲୀ,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ କଥା ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ...

ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍‌: ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୦ା୧୨(ପ.ଟି.): ସୋସିଆଲ୍‌ ମିଡିଆକୁ ଆଧାର, ପାନ୍‌ କିମ୍ବା ଭୋଟର ପରିଚୟପତ୍ର ସହ ସଂଯୋଗ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟ ସୋମବାର ମନା କରିଦେଇଛନ୍ତି।...

ତାମିଲନାଡୁରେ ପ୍ରବଳ ବର୍ଷା: ୮ ମୃତ, ସ୍କୁଲ୍‌, କଲେଜ ବନ୍ଦ

ଚେନ୍ନାଇ,୨୭।୧୧: ତାମିଲନାଡୁରେ ଶୁକ୍ରବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍‌ ରାମଚନ୍ଦ୍ରନ୍‌ ଏହି ସୂଚନା...

‘ଶତ୍ରୁଙ୍କୁ ବି ରୋକାଯିବା ଉଚିତ ନୁହେଁ’

ଚଣ୍ଡିଗଡ଼,୧୯।୧୧: ପଞ୍ଜାବର ବିରୋଧୀ ଏଏପି ବିଧାୟକଙ୍କୁ ଶୁକ୍ରବାର ଗୁରପୁରବ ଅବସରରେ ପାକିସ୍ତାନର କର୍ତାରପୁର ସାହିବ ଗୁରଦ୍ୱାରା ଯିବା ପାଇଁ ଅନୁମତି ଦିଆଯାଇ ନାହିଁ। ଏ ସମ୍ପର୍କରେ...

ଗୋଆ ପାଇଁ ପ୍ରାର୍ଥୀ ଘୋଷଣା କରିବ ଭାଜପା

ନୂଆଦିଲ୍ଲୀ,୨୦।୧: ଆସନ୍ତା ଫେବୃୟାରୀ ୧୪ରୁ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଏହି ୫ ରାଜ୍ୟ ଆଗାମୀ...

‘ନେହରୁ ଚାହିଁଥିଲେ ୧୯୪୭ରେ ଗୋଆ ଘଣ୍ଟାକ ମଧ୍ୟରେ ସ୍ବାଧୀନତା ପାଇଥାନ୍ତା’

ପାଣାଜୀ,୧୧।୨: ୧୯୪୭ରେ ଭାରତ ସ୍ବାଧୀନତା ହାସଲ କଲା ବେଳେ ପଣ୍ଡିତ ଜଓ୍ବାହରଲାଲ ନେହରୁ ଚାହିଁଥିଲେ, ଗୋଆ କିଛି ଘଣ୍ଟା ମଧ୍ୟରେ ସ୍ବାଧୀନ ହୋଇଥାନ୍ତା। କିନ୍ତୁ ପର୍ତ୍ତୁଗୀଜ...

ପ୍ରମାଣ ଜାଲିଆତିକୁ ଭୟ

ନୂଆଦିଲ୍ଲୀ,୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଭିନ୍ନ ମୋଡ଼ ନେଉଥିବାବେଳେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

Advertisement
Archives

Model This Week