କୂଟନୀତି ଅନ୍ତରାଳେ

କ ଐତିହାସିକ ବିବରଣୀ ଉପରେ ଶ୍ରୀଅରବିନ୍ଦ କହିଥିଲେ – ବାହ୍ୟ ଦୃଷ୍ଟିର ଅନ୍ତରାଳେ ଘଟୁଥିବା ଘଟଣାବଳୀକୁ ଇତିହାସ କ୍ୱଚିତ ଲିପିବଦ୍ଧ କରିଥାଏ। ଏହା କେବଳ ପରଦାର ସାମ୍ନାରେ ଘଟିଥିବା ଘଟଣାବଳୀକୁ ଲିପିବଦ୍ଧ କରେ। ଫଳରେ ୟୁରୋପରେ ବହୁ ଲକ୍ଷ ଲୋକଙ୍କ ଉପରେ ଯୁଦ୍ଧର ବିଭୀଷିକା ଅନ୍ତରାଳେ ଘଟିଥିବା ଘଟଣା ଅଲିଖିତ ରହିଯାଇଛି। ଠିକ୍‌ ସେହିପରି ଆମେରିକାର ବୈଦେଶିକ ନୀତିର ସାମ୍ନାପଟକୁ ଦେଖି ଭିନ୍ନବାଦୀ ଯେଉଁ ମତ ପୋଷଣ କରୁଛନ୍ତି ତାହା କିମ୍ଭୂତକିମାକର ମନେହୁଏ। ଏବେ ବି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯୁଦ୍ଧର ମାନସିକତା ଉଗ୍ର ରୂପରେ ରହିଛି। ସେମାନଙ୍କ ମଧ୍ୟରେ ଉଚ୍ଚତର ଶକ୍ତିର ଅବତରଣ ହୋଇନାହିଁ, ଯାହା ଭାରତରେ ହୋଇଛି। ଭାରତର ବୈଦେଶିକ ନୀତିରେ ଯାହା ଘଟୁଛି ତାହା ଅନ୍ୟାନ୍ୟ ଦେଶଗୁଡ଼ିକରେ ଯଦି ସମ୍ଭବ ହୋଇପାରନ୍ତା ତେବେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କେଉଁଦିନରୁ ହୋଇସାରନ୍ତାଣି। ଭାରତର ବୈଦେଶିକ ନୀତି ପ୍ରକୃତରେ ଯାହା ତାହା କାର୍ଯ୍ୟ ଦ୍ୱାରା ଆକଳନ କରାଯାଇ ପାରିବନାହିଁ। ସମୟର ସ୍ରୋତକୁ ନେଇ ମଧ୍ୟ ଆକଳନ ହୋଇ ପାରିବନାହିଁ। ଅନ୍ତର୍ଦୃଷ୍ଟିସମ୍ପନ୍ନ ହେଲେ ତା’ର ଆକଳନ କରାଯାଇପାରିବ, ଯେଉଁଥିପାଇଁ ଭାରତର ବୈଦେଶିକ ନୀତିକୁ ଅନମନୀୟ ବୋଲି କୁହାଯାଇଛି।
ଦେଖିବାକୁ ଗଲେ ଭାରତ ବହୁ ପ୍ରତିକୂଳ ପରିସ୍ଥିତିରେ ଥାଇ ମଧ୍ୟ ବୈଦେଶିକ ନୀତିରେ ନିରପେକ୍ଷତା, ବସୁଧୈବ କୁଟୁମ୍ବକମ ନୀତିରୁ ଓହରିନାହିଁ। ସାମର୍ଥ୍ୟହୀନ ପାକିସ୍ତାନ ଯେପରି ଦୀର୍ଘ ବର୍ଷ ଧରି ଭାରତ ସହ ଶତ୍ରୁତା ଆଚରଣ କରିଆସିଛି ଏବଂ ଆତଙ୍କବାଦୀଙ୍କୁ ପାଳନ ପୋଷଣ କରି ଭାରତର କ୍ଷତି ସାଧନ କରିଚାଲିଛି, ଭାରତ ଚାହିଁଥିଲେ ତାହା କେଉଁଦିନରୁ ଶେଷ ହୋଇସାରନ୍ତାଣି। କିନ୍ତୁ ଭାରତ ଅପରେଶନ ସିନ୍ଦୂରରେ ଶକ୍ତି ପ୍ରଦର୍ଶନ କରିବା ଅର୍ଥ ପାକିସ୍ତାନ ଆତଙ୍କବାଦକୁ ଛାଡ଼ି ଠିକ୍‌ ବାଟକୁ ଫେରି ଆସୁ। ସେହିପରି ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାରତର ଶରଣାପନ୍ନ। ବାଂଲାଦେଶ ବାରମ୍ବାର ତାଙ୍କୁ ଫେରାଇଦେବାକୁ ଦାବି କରୁଛି। କିନ୍ତୁ ଭାରତ ତାହା ଶୁଣୁନାହିଁ,ତାଙ୍କ ଦାବି ଅନୁସାରେ ବିନା ଚୁକ୍ତିରେ ଶରଣ ପଶିଥିବା ଜଣେ ରାଜନେତାଙ୍କୁ ବିଦାକରିଦେବା କ’ଣ ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ଅମର୍ଯ୍ୟାଦା ଆଣିଦେବା ସହ ସମାନ ହେବ ନାହିଁ କି? ଏଠାରେ ପ୍ରଶ୍ନ ଉଠୁଛି ପୂର୍ବ ଗଠିତ ସାର୍କ ସମ୍ମେଳନ ଶିଥିଳ ପାଲଟିଯାଇଛି। କୁଆଡ଼େ ବାଂଲାଦେଶ ଅଭିଯୋଗ ସହ ଭାରତର ଆଭିମୁଖ୍ୟକୁ ଦାୟୀ କରୁଛି। ଏହି ସଂଗଠନ ଦ୍ୱାରା ଭାରତର ଲାଭ ଯେତିକି ହୋଇଥାଆନ୍ତା ତା’ଠାରୁ ଅଧିକ ଲାଭ ହୋଇଥାଆନ୍ତା ସଦସ୍ୟ ରାଷ୍ଟ୍ରଗୁଡ଼ିକର। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରସ୍ତାବ ଦେଇଥିଲେ ସାର୍କ ଦେଶଗୁଡ଼ିକରେ ଏକକ ମୁଦ୍ରା ପ୍ରଚଳନ କରିବାକୁ। ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପାକିସ୍ତାନ ଓ ବାଂଲାଦେଶ ଆଗ୍ରହ ପ୍ରକାଶ କଲେନାହିଁ। ଏବେ ଭାରତ,ରୁଷିଆ ,ଚାଇନା ମେଣ୍ଟ ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ ନ କଲେ ଆମେରିକାର ଶୋଷଣ ନୀତିକୁ ପ୍ରତିହତ କରିପାରିବେ ନାହିଁ ବୋଲି ସ୍ବୀକାର କଲେଣି। ବ୍ରିକ୍ସ ସଙ୍ଗଠନ ମଧ୍ୟ ସେହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଭାରତର ବୃହତର ଓ ଏସିଆ ମହାଦେଶୀୟ ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରୁଥିବା ବେଳେ ସାର୍କ ସଙ୍ଗଠନ ଲାଗି ସମୟ ଅପଚୟ ଓ ପରିଣାମକୁ ଦୃଷ୍ଟିଦେବା କ’ଣ ବୁଦ୍ଧିମାନର ପରିଚୟ ନୁହେଁ କି? ଭାରତ ଏହାକୁ ନିଷ୍କ୍ରିୟ କରିନାହିଁ ବରଂ ବୃହତର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ସୁଦୂରପ୍ରସାରୀ ନୂତନ ପଥ ନିର୍ମାଣକରି ଚାଲିଥିବା କୁହାଯାଇପାରେ। ପଡ଼ୋଶୀ ଦେଶ ପ୍ରତି ଭାରତ ସବୁବେଳେ ସମ୍ବେଦନଶୀଳତା ଦେଖାଇ ଆସିଛି। ୨୦୨୨ ରେ ଅଗ୍ନିପଥ ଯୋଜନା ଆରମ୍ଭ ହେଲାବେଳେ ଭାରତୀୟ ଆର୍ମିରେ ନେପାଳୀମାନେ ସ୍ବଇଚ୍ଛାରେ ଯୋଗଦେଇଥିଲେ। ସେତେବେଳେ ୨୦୧୫ର କଟକଣା ଲୋପପାଇଥିଲା। ଏହି ଯୋଜନା ଦ୍ୱାରା ବହୁ ନେପାଳୀ ଆମତ୍ନିର୍ଭରଶୀଳ ହୋଇପାରିଥିଲେ । ଗାଜା ଗଣହତ୍ୟା ବନ୍ଦ କରିବା ପାଇଁ ଭାରତ ସବୁବେଳେ ଶାନ୍ତି ପ୍ରସ୍ତାବ ଦେଇ ଆସିଛି। ଭାରତ କେତେବେଳେ କାହା ସହ କିପରି ସମ୍ପର୍କ ରକ୍ଷାକରିବ ତାହା ଐତିହାସିକ ପୃଷ୍ଠଭୂମିକୁ ନେଇ ବିଚାରବିମର୍ଶ କରିଥାଏ। କିଛିଦିନ ତଳେ ମାଳଦ୍ୱୀପ କିଛି କାରଣ ନ ଥାଇ ଭାରତ ସହ ସମ୍ପର୍କ ବିଚ୍ଛିନ୍ନ କରିବାକୁ ଚାହିଁଥିଲା। ହେଲେ ସେଠାରେ ସରକାର ପରିବର୍ତ୍ତନ ପରେ ପୁଣି ପୂର୍ବ ସମ୍ପର୍କ ସ୍ଥାପନ କରିବାକୁ ପଥ ଉନ୍ମୋଚନ କରିଛନ୍ତି। ଆଫଗାନରେ ତାଲିବାନ୍‌ ସରକାର ଗଠନ ବେଳେ ଭାରତ ଦୂରତ୍ୱ ବଜାୟ ରଖିଥିଲା। କିନ୍ତୁ ପରେ ଆଫଗାନ ଗଠନରେ ଭାରତର ଭୂମିକାକୁ ତାଲିବାନ୍‌ ସରକାର ବୁଝି ଭାରତ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିଛି । ଏବେ ପାକିସ୍ତାନକୁ ତାଲିବାନ୍‌ ସରକାର ଶତ୍ରୁ ରାଷ୍ଟ୍ର ଭାବେ ଦେଖୁଛି। ଇରାନ ସହ ଭାରତର ବନ୍ଧୁତ୍ୱ ଥିବା ବେଳେ ପାକିସ୍ତାନକୁ ତାହା ନିକଟତମ ବୋଲି ମନେକରେ। ସେଠାରୁ ଭାରତ ଯେଉଁ ତୈଳ ଆମଦାନୀ କରୁଥିଲା ତା’ର ପ୍ରତିବନ୍ଧକ ସାଜିଲା ପାକିସ୍ତାନ ଆଉ ଭୌଗୋଳିକ ସ୍ଥିତି। କିନ୍ତୁ ଭାରତ କୌଣସି ଚାପର ବଶବର୍ତ୍ତୀ ନ ହୋଇ ଆର୍ଥିକ ସମସ୍ୟା ଯୋଗୁ ତୈଳ ଆମଦାନୀ ବନ୍ଦ କରିଥିଲା। ତେବେ ଇରାନ ସହ ବାଣିଜି୍ୟକ କାରବାର ବନ୍ଦ ହୋଇନାହିଁ।
ଏହା ପରେ ବିଚାରକରିବା ଆମେରିକା, ଚାଇନା, ରୁଷିଆ କଥା। ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି ଯେଉଁ ଅସୂୟା ଭାବ ପ୍ରଦର୍ଶନ ପୂର୍ବକ ଟାରିଫ ବୃଦ୍ଧି କରିଛନ୍ତି ତାହା ଆମେରିକାର ସିଆଇଏ ସଂସ୍ଥାର ଅନ୍ତନିର୍ହିତ ଚାପ ଯୋଗୁ। ଭାରତର ପ୍ରଗତି, ନିରପେକ୍ଷ ବୈଦେଶିକ ନୀତି ଆମେରିକା ପାଇଁ ଅସହ୍ୟର କାରଣ ହୋଇପାରେ। ସେ ଭାରତକୁ ଯେଉଁ ଦୃଷ୍ଟିରେ ଦେଖୁ ନା କାହିଁକି, ଭାରତ ତା’ ସହ ବନ୍ଧୁତ୍ୱ ରଖିପାରେ ରଖି ବି ନ ପାରେ, କିନ୍ତୁ ଭାରତ ଆମେରିକାକୁ ସିଧାସଳଖ ଶତ୍ରୁ ବୋଲି ପ୍ରକାଶ କରିବା ବୈଦେଶିକ ନୀତିର ପରିପନ୍ଥୀ।
ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଇସ୍ରାଏଲ ଭାରତକୁ ପ୍ରତିକ୍ଷେତ୍ରରେ ସହଯୋଗ କରିଆସିଛି। ମୁକ୍ତ ବାଣିଜି୍ୟକ କ୍ଷେତ୍ରରେ ଭାରତ ସହ ବହୁ ଏସିଆନ ଓ ୟୁରୋପୀୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ରହିଆସିଛି। ଚାଇନା ସହ ଭାରତର ଶତ୍ରୁତା ଥିବା ବେଳେ ଉଭୟ ପରସ୍ପର ନିର୍ଭରଶୀଳ। ଆରବ ରାଷ୍ଟ୍ର ସହ ଭାରତର କୌଣସି ତିକ୍ତତା ନାହିଁ। ସେମାନେ ଯଦି ଆମେରିକା ବିପକ୍ଷରେ ଗୋଷ୍ଠୀ ଗଠନ କରିବେ ତେବେ ଭାରତର କିଛି କହିବାର ନାହିଁ। ପ୍ରତ୍ୟେକ ବୈଦେଶିକ ସମ୍ପର୍କ ଓ କାରବାର ପଛରେ ଯେଉଁ ବୃହତ୍‌ କାରଣଗୁଡିକ ରହିଛି ତାହା ଅଛପା। ଏବେ ପାକିସ୍ତାନ ଆରବ ଗୋଷ୍ଟୀକୁ ପରମାଣୁ ଅସ୍ତ୍ର ଯୋଗାଇବ ବୋଲି ଜଣାପଡ଼ିଥିବା ବେଳେ ଏଭଳି ଗୁପ୍ତ ରାଜିନାମା ସମ୍ପର୍କରେ ଆଗରୁ ଭାରତ ଜାଣିଛି। ତା’ ପରେ ଆରବ ଗୋଷ୍ଠୀ ଭାରତ ପ୍ରତି କେବେ ଅବମାନନା କରିନାହାନ୍ତି। ବିଭିନ୍ନ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତର ବୈଦେଶିକ ନୀତି ସମ୍ପର୍କରେ ସମାଲୋଚନା କରାଯିବା ପୂର୍ବରୁ ଗଭୀର ଅନୁଶୀଳନ କରାଯିବା ଏବଂ ଅନ୍ତର୍ଦୃଷ୍ଟିସମ୍ପନ୍ନ ହେବା ଆବଶ୍ୟକ।
ସୟେଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?