Posted inଫୁରସତ

୭.୬ କୋଟି ବର୍ଷ ତଳେ ଏହି ଜୀବକୁ ହୋଇଥିଲା କ୍ୟାନସର, ବୈଜ୍ଞାନିକମାନେ ଦେଲେ ସୂଚନା

ପ୍ରଥମ ଥର ପାଇଁ ରିସର୍ଚ୍ଚ କରି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଡାଇନୋସରକୁ କ୍ୟାନସର ହୋଇଥିଲା। ୭.୬ କୋଟି ବର୍ଷର ପୁରୁଣା ଡାଇନୋସରର ଯେଉଁ ହାଡ଼ ଭାଙ୍ଗିଥିଲା ବୋଲି କୁହାଯାଉଥିଲା ତାହା କ୍ୟାନସର ଥିଲା। ଏହି ହାଡ଼ ୧୯୮୯ରେ କାନାଡାର ଅଲବର୍ଟା ଜିଲାର ଡାଇନୋସରର ଜୀବାଂଶକୁ ମିଳିଥିଲା।
ଏକ ରିପୋର୍ଟ ଅନୁଯାୟୀ, ଶାକାହାରୀ ଡାଇନୋସରର ଏହି ହାଡ଼ ବିକୃତି ଓଷ୍ଟିୟୋସାର୍‌କୋମା ଯୋଗୁ ଭାଙ୍ଗିଥିଲା। ଏଥିରେ ମେଲିଗାଣ୍ଟ କ୍ୟାନସର ହୋଇଥିଲା। ଏହି ଟ୍ୟୁମର ସେଓ ଆକାର ହୋଇଥିଲା।


ଟରୋଣ୍ଟୋସ୍ଥିତ ରୟାଲ ଅନଟାରିଓ ସଂଗ୍ରହାଳୟର ପାଲିଓଣ୍ଟୋଲୋଜିଷ୍ଟ ଡେଭିଡ୍‌ ଇଭାନ୍ସଙ୍କ ଅନୁଯାୟୀ, ହାଡ଼ର ଲମ୍ବ ୬ ମିଟର ଅଟେ। ଏହି ଅସ୍ଥି କ୍ରେଟାସିୟସ ଅବଧିରୁ ଆରମ୍ଭ ହୋଇଥିଲା। ଯେତେବେଳେ ୪ ଗୋଡ଼ ବିଶିଷ୍ଟ ଡାଇନୋସରମାନେ ଔଷଧୀୟ ବୃକ୍ଷ ଭାବରେ ବ୍ୟବହାର କରୁଥିଲେ। ଏହି ଅସ୍ଥି ତଳ ଗୋଡ଼ ହାଡ଼ର।
ଜର୍ଣ୍ଣାଲ ଅଫ୍‌ ଲାନସେଟ ଅଙ୍କୋଲୋଜିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୭.୬ ନିୟୁତ ବର୍ଷ ପୁରୁଣା ସେଣ୍ଟୋସୋରସ ଡାଇନୋସର ମୃତ୍ୟୁ ପୂର୍ବରୁ କର୍କଟ ରୋଗ ଦ୍ୱାରା ଯଥେଷ୍ଟ ଦୁର୍ବଳ ହୋଇଥାଇପାରେ। ଡାଇନୋସରକୁ ମଧ୍ୟ ସାଧାରଣ ମଣିଷ ଏବଂ ଅନ୍ୟ ଜୀବଜନ୍ତୁ ପରି କର୍କଟ ଭଳି ରୋଗ ହୋଇଥାଏ। ସେମାନେ ଏହି ପୃଥିବୀର ଅନ୍ୟ ପଶୁମାନଙ୍କ ପରି ବାସ କରୁଥିଲେ ଏବଂ ରୋଗର ଶିକାର ହୋଇଥିଲେ।
ଡକ୍ଟର ମାର୍କ କ୍ରୋଥରଙ୍କ ଅନୁଯାୟୀ, ନରମ ଟିସୁରେ ଅନେକ ପ୍ରକାରର ଟ୍ୟୁମର୍‌ ହୁଏ ଯାହା ସହଜରେ ଜୀବାଶ୍ମରେ ପରିଣତ ହୁଏ ନାହିଁ । ତେଣୁ ଜୀବାଶ୍ମରୁ କର୍କଟ ରୋଗର ପ୍ରମାଣ ମିଳିଛି। ରିପୋର୍ଟରେ କୁହାଯାଇଛି, ଏହି କର୍କଟ ରୋଗ ହାଡ଼କୁ ଶୀଘ୍ର କ୍ଷତି ପହଞ୍ଚାଏ ଏବଂ ଅନ୍ୟ ଟିସୁକୁ ଏହା ବ୍ୟାପିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri