‘କାର୍ତ୍ତିକଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଦରକାର’

ମୁମ୍ବାଇ,୬।୪: ଦୀନେଶ କାର୍ତ୍ତିକଙ୍କ ମ୍ୟାଚ୍‌ ଓ୍ବିନିଂ ପାଳି ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୪ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ସଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ସେ ୨୩ ବଲରେ ଖେଳିଥିଲେ ୪୪ ରନ୍‌ର ଅପରାଜିତ ପାଳି। ଏଭଳି ପ୍ରଦର୍ଶନ ପରେ ଉଇକେଟ କିପର ବ୍ୟାଟରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅଧିନାୟକ ଫାଫ ଡୁ ପ୍ଲେସି। ଏପରିକି ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଦରକାର ବୋଲି ସେ କହିଛନ୍ତି।

“ଡିକେ ତାଙ୍କ କ୍ୟାରିୟରର ଶ୍ରେଷ୍ଠ କ୍ରିକେଟ ଖେଳୁଛନ୍ତି। ମୋ ମତରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଦରକାର। ଯେଉଁ ଭଳି ସ୍ଥିତିରେ ଫସିଥିଲୁ, ସେଠାରୁ ବାହାର କରିବା ପାଇଁ ଡିକେଙ୍କ ଭଳି ଖେଳାଳି ନିହାତି ଆବଶ୍ୟକ। ଶେଷ ଆଡ଼କୁ ତାଙ୍କ କମ୍ପୋଜର ଅବିଶ୍ୱସନୀୟ। ସେ ଆର୍‌ସିବି ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି। ନିମ୍ନକ୍ରମରେ ସେ ବ୍ୟାଟିଂ କରୁଥିବାରୁ ଅନ୍ୟ ଖେଳାଳିଙ୍କୁ ସ୍ବାଭାବିକ ଖେଳିବାକୁ ଅନୁମତି ମିଳୁଛି” ବୋଲି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ କହିଛନ୍ତି।

କାର୍ତ୍ତିକ ଅନେକ ଥର ଭାରତୀୟ ଦଳକୁ ଫେରିଛନ୍ତି। ସେ ଅନ୍ତିମ ଥର ୨୦୧୯ ବିଶ୍ୱକପ୍‌ରେ ଖେଳିଥିଲେ। ସେ ଭାରତୀୟ ଦଳକୁ ଫିନିଶର ଭାବେ ଫେରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଝଟ୍‌କା

ଆବୁଧାବି,୧୧।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ମ୍ୟାଚ ଖେଳିବାକୁ ଗୁରୁବାର ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଏହା ପୂର୍ବରୁ ପାକିସ୍ତାନକୁ ବଡ଼...

୬୯ ବର୍ଷ ପରେ କ୍ରିକେଟ ପଡିଆରେ ଘଟିଲା ଏମିତି ଚମତ୍କାର

ପ୍ରାୟତଃ କ୍ରିକେଟ ପଡ଼ିଆର ଖେଳାଳିମାନେ ବଲ ଏବଂ ବ୍ୟାଟ ସହିତ ଏକ ଚମତ୍କାର ପ୍ରଦର୍ଶନ କରନ୍ତି ଏବଂ ସେମାନଙ୍କ ଦଳକୁ ଜିତିବାରେ ସାହାଯ୍ୟ କରନ୍ତି। କିନ୍ତୁ...

ବ୍ରାଏଣ୍ଟଙ୍କ ବିଚାର ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚାହାନ୍ତି ଓସାକା

ନ୍ୟୁୟର୍କ,୧୪।୯(ପି.ଟି.): ୟୁଏସ୍‌ ଓପନ୍‌ ଚାମ୍ପିୟନ ଜାପାନର ନାଓମି ଓସାକା ଆମେରିକା ତଥା ସାରା ବିଶ୍ୱରେ ଥିବା ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛନ୍ତି।...

‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ପାଇବାକୁ ନେଇ ଖୁସି ନାହାନ୍ତି ରୋହିତ ଶର୍ମା: କାରଣ ଜାଣିଲେ କହିବେ ବାଃ ବାଃ

ଓଭାଲ୍‌,୭।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ଶତକ ହାସଲ କରି ଭାରତର ଐତିହାସିକ ବିଜୟର ମୂଳଦୁଆ ପକାଇଥିବା ଓପନର୍‌ ରୋହିତ ଶର୍ମା ମ୍ୟାନ ଅଫ ଦି...

ବାରବାଟୀ ଷ୍ଟାଡିୟମ: ସୁଧୁରିନି ଫନୀ ପ୍ରକୋପ

କଟକ ଅଫିସ,୨୯।୯- ବାରବାଟୀ ଷ୍ଟାଡିୟମରେ ନ ହୋଇପାରେ ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏବେ ସୁଦ୍ଧା ଫନୀ ପ୍ରଭାବର କ୍ଷୟକ୍ଷତି ପୂରଣ ହୋଇନି। ଭଙ୍ଗାରୁଜା...

ବାରବାଟୀରେ ସିରିଜ ନିର୍ଣ୍ଣାୟକ ମୁକାବିଲା

କଟକ,୨୧।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟର ମକ୍କାଭାବେ ପରିଚିତ ବାରବାଟୀ ଷ୍ଟାଡିୟମ ଏବେ ଚଳଚଞ୍ଚଳ। ଏହି ଐତିହାସିକ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜର ତୃତୀୟ...

ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।...

ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ ଆର୍ଥିକ ସହାୟତା ପ୍ରଦାନ କରିବ

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ କାରଣରୁ ସମସ୍ୟାରେ ପଡିଥିବା ୬୧ଜଣ ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ (ଏଚ୍‌ଆଇ) ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏମାନଙ୍କ...

Advertisement
Archives

Model This Week