Posted inଖେଳ

ସ୍ତ୍ରୀଙ୍କଠାରୁ ପ୍ରବଳ ଗାଳି ଖାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ପଛରେ ରହିଛି ଏହି କାରଣ

ଟିମ ଇଣ୍ଡିଆରୁ ବାଦ୍‌ ପଡିଥିବା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ‘ବ୍ୟାଟ୍‌କୁ ପଡ଼ୋଶୀଙ୍କ ସ୍ତ୍ରୀ’ଙ୍କ ସହ ତୁଳନା କରିବା ମହଙ୍ଗା ପଡିଛି। ଏବେ ଏହି ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଛନ୍ତି। ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଦିନିକିଆରେ ସେ ବ୍ୟାଟ ଏବଂ ପଡ଼ୋଶୀ ସ୍ତ୍ରୀଙ୍କୁ ତୁଳନା କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା ଏବଂ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ଗତ ମାସରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ (ଡବ୍ଲୁଟିସି ଫାଇନାଲ) ସମୟରେ କାର୍ତ୍ତିକ ପ୍ରଥମ ଥର ପାଇଁ କମେଣ୍ଟ୍ରି କରିଥିଲେ। ସେ ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜରେ ମଧ୍ୟ ସେ କମେଣ୍ଟ୍ରି କରୁଛନ୍ତି।

ଦ୍ୱିତୀୟ ଦିନିକିଆରେ ୩୬ ବର୍ଷୀୟ କାର୍ତ୍ତିକ କହିଥିଲେ ଯେ, ଅଧିକାଂଶ ବ୍ୟାଟ୍ସମ୍ୟାନ ତାଙ୍କ ବ୍ୟାଟ ପସନ୍ଦ କରନ୍ତି ନାହିଁ। ସେମାନେ ହୁଏତ ଅନ୍ୟର ବ୍ୟାଟ ପସନ୍ଦ କରନ୍ତି। ବ୍ୟାଟ୍ସ ସବୁବେଳେ ପଡ଼ୋଶୀଙ୍କ ସ୍ତ୍ରୀ ପରି, ଯାହା ଅନ୍ୟମାନଙ୍କୁ ସର୍ବଦା ପସନ୍ଦ ଆସେ। ତାଙ୍କ ମନ୍ତବ୍ୟର ତିନି ଦିନ ପରେ କାର୍ତ୍ତିକ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ପାଇଁ ସେ ତାଙ୍କ ମା ଏବଂ ସ୍ତ୍ରୀଙ୍କଠାରୁ ଗାଳି ଖାଇଥିଲେ। ତେଣୁ ସେ ଏଥିପାଇଁ ଦୁଃଖିତ ଏବଂ ଏହା ଆଉ ଘଟିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ସନ୍ତାନର ବାପା ହେଲେ ରୁଟ୍‌

ଲଣ୍ଡନ, ୮।୭- ଇଂଲଣ୍ଡ କ୍ରିକେଟ୍‌ ଦଳର ନିୟମିତ ଅଧିନାୟକ ଜୋ ରୁଟ୍‌ ଦ୍ୱିତୀୟ ଥର ଲାଗି ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ କାରି କୋଟ୍ରେଲ ଏକ...

ମା’ ଦୁର୍ଗାଙ୍କ ଜଣେ ବଡ ଭକ୍ତ ଏହି ବାଂଲାଦେଶୀ କ୍ରିକେଟର

ଲଣ୍ଡନ, ୧୮।୬: ଚଳିତ ବିଶ୍ୱକପରେ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚ୍‌ରେ ସାକିବ-ଅଲ-ହାସନଙ୍କ ଶତକ ଏବଂ ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ...

ହାଲେପ୍‌ଙ୍କୁ ପ୍ରଥମ ଇଟାଲିଆନ ଓପନ୍‌ ଟାଇଟଲ

ରୋମ୍‌, ୨୨ା୯ (ଏପି)-ଫାଇନାଲ ମ୍ୟାଚ୍‌ ଅଧାରୁ ଓହରିବା ଫଳରେ ଟପ୍‌ ସିଡ୍‌ ସିମୋନା ହାଲେପ୍‌ ସୋମବାର ପ୍ରଥମ ଥର ଇଟାଲିଆ ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ...

ଆଶେସ୍‌ ତୃତୀୟ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୫୯

ଲିଡ୍ସ, ୨୫।୮(ଏଏଫ୍‌ପି)- ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ୍‌ ହାରି...

କରୋନା ଆତଙ୍କ: ପ୍ରଭାବିତ ହୋଇଥିବା କ୍ରୀଡ଼ା ଇଭେଣ୍ଟ ତାଲିକା

ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଭାରତ ତଥା ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ଭାଇରସ୍‌...

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ବର୍ତ୍ତମାନ ପାଇଁ ସସ୍‌ପେଣ୍ଡ

ଲଣ୍ଡନ, ୮ା୪ (ପି.ଟି.)-କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ଓ୍ବାଲର୍‌ଡ ଆଥଲେଟିକ୍ସ ମଙ୍ଗଳବାର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ସମୟସୀମାକୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି।...

ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ

ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍‌ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର...

ଭାଇରସ୍‌ କର୍ଫ୍ୟୁ ଉଲ୍ଲଂଘନ: ଖେଳାଳିଙ୍କୁ ୬ମାସ ସସ୍‌ପେଣ୍ଡ

ବେଜିଂ, ୮ା୬ (ଏପି.): କରୋନାଭାଇରସ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଚାଇନିଜ୍‌ ଫୁଟ୍‌ବଲ ଆସୋସିଏଶନ (ସିଏଫ୍‌ଏ) ୧୯ବର୍ଷରୁ କମ୍‌ ଜାତୀୟ ଦଳର ୬ ଜଣ...

Advertisement
Archives

Model This Week