ଦିଗପହଣ୍ଡି NAC କାର୍ଯ୍ୟାଳୟରେ ପିସିସି ସମ୍ପାଦକଙ୍କୁ ସମ୍ବର୍ଦ୍ଧନା, କହିଲେ…

ଦିଗପହଣ୍ଡି,୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ତଥା ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପଣ୍ଡାଙ୍କୁ ସୋମବାର ଅପରାହ୍ନରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ନଗର କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ପ୍ରଫୁଲ୍ଲଙ୍କ ସାଙ୍ଗଠନିକ ଦକ୍ଷତା ଆଧାରରେ ଅଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ପିସିସି ପକ୍ଷରୁ ଏନେଇ ଘୋଷଣା କରାଯିବା ପରେ ଦିଗପହଣ୍ଡି ନଗର କଂଗ୍ରେସ ଏବଂ ବ୍ଲକ କଂଗ୍ରେସରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି।

ନଗର କଂଗ୍ରେସ କମିଟି ସଭାପତି ତଥା ଏନ୍ଏସି କାଉନସିଲର ଦୀପକ କୁମାର ମିଶ୍ରଙ୍କ ନେତୃତ୍ୱରେ ୭ନଂ ୱାର୍ଡ କାଉନସିଲର ସୁନୀଲ ପଣ୍ଡା, କାଉନସିଲର ପ୍ରତିନିଧି ରଞ୍ଜୀତ କୁମାର ବେହେରା, ଇ.ଶଙ୍କର, ପୂର୍ବତନ ବ୍ଲକ କଂଗ୍ରେସ କମିଟି ସଭାପତି ଅଭିମନ୍ୟୁ ଜାନି, କାର୍ଯ୍ୟକର୍ତ୍ତା ଶିବ ସାହୁ, ନଗର କଂଗ୍ରେସ କାର୍ଯ୍ୟକର୍ତ୍ତା ଶଙ୍କର ମହାରଣା, ଗୌରଚନ୍ଦ୍ର ପୂଜାରୀ, ବାଲ୍ମୀକି ବେହେରା, ବୈକୁଣ୍ଠ ସ୍ବାଇଁ, ଦେବାଶିଷ ପଣ୍ଡା, ଶିବ ପ୍ରଧାନ, ଗୋପାଳ ଗୌଡ଼ ପ୍ରମୁଖ ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ନବ ନିଯୁକ୍ତ ପିସିସି ସମ୍ପାଦକଙ୍କୁ ଉତ୍ତରୀୟ, ଫୁଲ ତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ନବ ନିଯୁକ୍ତ ପିସିସି ସମ୍ପାଦକ ଆଗାମୀ ଦିନରେ ସମଗ୍ର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯିବା ସହ ପ୍ରତି ପଞ୍ଚାୟତରେ କଂଗ୍ରେସ ଦଳ ପକ୍ଷରୁ ସଭା ସମାବେଶ କରିବେ । ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ କରାଯିବା ସହ ଗ୍ରାମାଞ୍ଚଳ ମାନଙ୍କରେ ଅଧାପନ୍ତରିଆ ଜନକଲ୍ୟାଣ ମୂଳକ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଦାବିରେ ଜନ ଆନ୍ଦୋଳନ କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ବିବାଦ: କପିଲ ଦେବ-ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୨୫ ବର୍ଷ ଧରି ସମ୍ପର୍କ ଥିଲା ଏମିତି

ନୂଆଦିଲ୍ଲୀ,୨୭।୧୦: ଯୁକ୍ତରାଷ୍ଟ୍ର ଆମେରିକା (USA) ଏବଂ ସୋଭିଏତ ୟୁନିଅନ (USSR) ମଧ୍ୟରେ ହୋଇଥିବା ‘ଶୀତଳ ଯୁଦ୍ଧ’ (Cold War) ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯଦିଓ ଏହି…

ଗଜଲକ୍ଷ୍ମୀ ପୂଜା ପାଇଁ ଛତ୍ରପୁରରେ ଉତ୍ସବର ମାହୋଲ, ଦର୍ଶନ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ।…

ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…

ଗବେଷଣାରୁ ଖୁଲାସା; ମୃତ୍ୟୁ ପରେ ଶବ୍ଦକରେ ମନୁଷ୍ୟ ଶରୀର, ୧୬ ମାସ ପର୍ଯ୍ୟନ୍ତ….

ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?