ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ, ବେଡ୍‌ରୁ ହୋଇଯାଇଥିଲେ ନିଖୋଜ, ରାସ୍ତାରୁ ମିଳିଲା ମୃତଦେହ, ଦିଗପହଣ୍ଡିରେ ଶୋକ

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଚିକିଟିଆ ସାହିରେ ରହୁଥିବା ଏସ୍‌.ସତ୍ୟନାରାୟଣ ଦୋରା(୪୩)ଙ୍କ ମୃତଦେହକୁ ବ୍ରହ୍ମପୁର ଶ୍ରୀରାମ ନଗର ନିକଟ ମୁଖ୍ୟରାସ୍ତାରୁ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ଜ୍ବରରେ ସଂକ୍ରମିତ ହୋଇ ସେ ଗୁରୁତର ହୋଇ ପଡ଼ିଥିଲେ। ପରିବାରଲୋକେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ବେଡ ନଂ.୭୭୦ରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ବୁଧବାର ଭୋରରେ ତାଙ୍କ ମା’ ଏସ୍‌. ଚିଟି ଆମ୍ମା ପାନୀୟଜଳ ଆଣିବା ପାଇଁ ଯାଇଥିବା ବେଳେ ପୁଅ ସତ୍ୟନାରାୟଣ ଡାକ୍ତରଖାନା ବେଡରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।

ସତ୍ୟନାରାୟଣଙ୍କ ମା’ ଏବଂ ମାମୁଁ ପି. ଭୀମା ଦୋରା ଆଖପାଖରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ଏନେଇ ଉଭୟେ ବ୍ରହ୍ମପୁର ଡାକ୍ତରଖାନା ପୋଲିସ ଫାଣ୍ଡିରେ ପହଞ୍ଚି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ପରେ ତାଙ୍କ ମୃତଦେହ ଶ୍ରୀରାମ ନଗର ନିକଟ ରାସ୍ତାରେ ପଡ଼ିଥିବା ଖବରପାଇ ସେଠାକୁ ଯାଇ ତାଙ୍କ ମୃତଦେହକୁ ଉଦ୍ଧାର କରି ଦିଗପହଣ୍ଡି ଘରକୁ ନେଇଥିଲେ। ଶୋକାକୂଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସତ୍ୟନାରାୟଣଙ୍କ ଆକସ୍ମିକ ମୃତ୍ୟୁରେ ତାଙ୍କ ସାଙ୍ଗ ସାଥି ଓ ସହପାଠୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଛତ୍ରପୁର,୨୧।୭(ଦିଲ୍ଲୀପ ସାମଲ/ଦ୍ଵାରୀକା ପଟ୍ଟନାୟକ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

ବେଲଭଟା ଗ୍ରାମବାସୀଙ୍କୁ ଚୁଆପାଣି ଭରସା: ଅଚଳ ନଳକୂପ-ସୌରଚାଳିତ ପାଣିଟାଙ୍କି

ଲାଞ୍ଜିଗଡ଼,୨୧ା୭(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ବେଡ଼ାଗାଁ ପଞ୍ଚାୟତ ଅଧୀନ ଦେହେଡ଼ାର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଗାଁରେ ୬ଟି…

ଗାଈପଲକୁ ଧକ୍କା ଦେଲା ଅଜଣା ଗାଡ଼ି, ଛିଟିକି ହୋଇ ପଡିଲେ….

ବଲାଙ୍ଗୀର,୨୧।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ପେଲେସ ଲାଇନ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି । ଅଜଣା ଗାଡ଼ି…

ପ୍ଲାଷ୍ଟିକ୍‌ ଦଉଡ଼ି ଟାଣି ଚାଲିଛି ଚଣ୍ଡିଆପଲ୍ଲୀ ଫେରିଘାଟ: ବିପଦରେ ଯାତ୍ରୀ

ମହାକାଳପଡ଼ା,୨୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା, ବ୍ଲକ୍‌, ତହସିଲ ଓ କଲେଜ ଏବଂ ମେଡିକାଲକୁ ଲୋକେ ବିଭିନ୍ନ ସମୟରେ ଯାତାୟାତ କରିଥାନ୍ତି। କିନ୍ତୁ ସେଠାକୁ ଯିବାକୁ…

ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri