ଯୁକ୍ତ ୨ ପିଲାଙ୍କ ପାଇଁ ଲାଗୁହେବ ଡିଜିଟାଲ ଆଟେଣ୍ଡାନ୍ସ ବ୍ୟବସ୍ଥା

ଭୁବନେଶ୍ୱର,୧୦ା୭(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ସମସ୍ତ ସ୍କୁଲ ଓ କଲେଜ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ପ୍ରକ୍ରିୟା ଜାରି ରହିଛି। ୨୦୧୯ ଶିକ୍ଷାବର୍ଷର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ବିଭାଗ ପକ୍ଷରୁ ସରକାରୀ ସ୍କୁଲଗୁଡିକରେ ଡିଜିଟାଲ-ଆଟେଣ୍ଡାନ୍ସ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଥିବାବେଳେ ଚଳିତ ଶିକ୍ଷାବର୍ଷରୁ ଏହା ଯୁକ୍ତ ୨ ପାଇଁ ଲାଗୁ କରାଯିବ। ଏହାଦ୍ୱାରା ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରଙ୍କ ଉପସ୍ଥାନ ରିପୋର୍ଟ ବିଭାଗ ପାଖରେ ରହିବ। ଏହାବ୍ୟତୀତ ଛାତ୍ରୀଛାତ୍ରମାନେ ଦୈନିକ କେତୋଟି କ୍ଲାସ୍‌ରେ ଉପସ୍ଥିତ ରହୁଛନ୍ତି ତାହାର ରିପୋର୍ଟ ମଧ୍ୟ ଅଭିଭାବକଙ୍କୁ ଜଣାଇ ଦିଆଯିବ। ପ୍ରତ୍ୟେକ କ୍ଲାସ ଶେଷ ହେବା ପରେ ଦୈନିକ ବିଭାଗର ପୋର୍ଟାଲରେ ଉପସ୍ଥାନ ରିପୋର୍ଟ ଅପ୍‌ଲୋଡ୍‌ କରାଯିବ, ଯେଉଁଥିରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କ ଦସ୍ତଖତ ରହିବ। ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଅଭିଭାବକଙ୍କ ମୋବାଇଲ୍‌ରେ ପିଲାଙ୍କ ଉପସ୍ଥାନ ରିପୋର୍ଟ ପଠାଯିବ। ପୂର୍ବରୁ ଜୁନିୟର କଲେଜଗୁଡିକରେ ପ୍ରତ୍ୟେକ କ୍ଲାସ୍‌ରେ ଆଟେଣ୍ଡାନ୍ସ ସିଟ୍‌ରେ ପିଲାଙ୍କ ଉପସ୍ଥାନ ନିଆଯାଉଥିବା ବେଳେ ଏଣିକି ଉଭୟ ଆଟେଣ୍ଡାନ୍ସ ସିଟ୍‌ ବ୍ୟତୀତ ମୋବାଇଲରେ ମଧ୍ୟ ପିଲାଙ୍କ ଉପସ୍ଥାନ ଦିଆଯିବ। ପୂର୍ବରୁ ବର୍ଷ ଶେଷକୁ ଉପସ୍ଥାନ ଯାଞ୍ଚ ହେଉଥିବାବେଳେ ଏଣିକି ମାସିକିଆ ଉପସ୍ଥାନ ଅନୁଧ୍ୟାନ କରାଯିବ। ଯେଉଁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଶ୍ରେଣୀରେ ୫୯ ପ୍ରତିଶତରୁ କମ୍‌ ରହିବ ସେମାନେ ଅନୁପସ୍ଥିତ ରହିବାର କାରଣ ଦର୍ଶାଇବେ। ଏଥିପାଇଁ ପ୍ରତ୍ୟେକ କଲେଜରେ ସ୍ବତନ୍ତ୍ର ସେଲ୍‌ କରାଯିବ, ଯେଉଁଥିରେ କଲେଜର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ। ଏପରିକି ବିଭାଗୀୟ ମନ୍ତ୍ରୀ ଓ ସଚିବ ମଧ୍ୟ ଜୁନିୟର କଲେଜ ପରିଦର୍ଶନରେ ଯିବେ। ତେବେ ଏହି ବ୍ୟବସ୍ଥା ଲାଗି କୌଣସି ଅତିରିକ୍ତ ଖର୍ଚ୍ଚ ବିଭାଗ ପକ୍ଷରୁ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନ ରାଶିରୁ ବ୍ୟୟ କରାଯିବ।
ବିଭାଗର ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେବ ରାଜ୍ୟରେ ଯୁକ୍ତ ୨ ପରୀକ୍ଷାରେ ଭଲ ପ୍ରଦର୍ଶନ ହେଉନାହିଁ। ଅନେକ ଛାତ୍ରୀଛାତ୍ର ଶ୍ରେଣୀରେ ଅନୁପସ୍ଥିତ ରହି ଘରୋଇ ଟ୍ୟୁଶନ ଉପରେ ନିର୍ଭର କରୁଛନ୍ତି। ଏହାବ୍ୟତୀତ ରାଜ୍ୟରେ ପ୍ରାୟ ୫୩ ପ୍ରତିଶତ ଛାତ୍ରୀଛାତ୍ର କଲେଜ ପରିସରରେ ଉପସ୍ଥିତ ରହୁଥିଲେ ମଧ୍ୟ ଶ୍ରେଣୀଗୃହକୁ ଆସୁନାହାନ୍ତି। କଲେଜରେ ପାଠପଢ଼ା ଉପରେ ଅନେକ ସମୟରେ ଅଭିଭାବକମାନେ ପ୍ରଶ୍ନ ଉଠାଇଥାନ୍ତି। ତେବେ ଡିଜିଟାଲ ଆଟେଣ୍ଡାନ୍ସ ପ୍ରଚଳନ ଫଳରେ ଶ୍ରେଣୀରେ ପିଲାଙ୍କ ଉପସ୍ଥାନ ବଢ଼ିବା ସହ ପିଲାଙ୍କ ରେଜଲ୍ଟ ମଧ୍ୟ ଭଲ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri