ମୋଦିଙ୍କୁ ଘେରିଲେ ଦିଦି: ଭାକ୍ସିନ୍‌-ଔଷଧ-ଯୋଜନା କିଛି ନାହିଁ, କଥା ବି କହିବାକୁ ଦେଉ ନାହାନ୍ତି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ରାଜ୍ୟର ଜିଲାପାଳଙ୍କ ସହିତ ଗୁରୁବାର ଭିଡ଼ିଓ କନଫେରେନ୍ସିଂରେ ଏକ ବୈଠକରେ ଯୋଗଦେଇଥିଲେ। ଏଥିରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ପଶ୍ଚିମବଙ୍ଗର କୌଣସି ଜିଲାପାଳ ଯୋଗଦେଇ ନ ଥିଲେ। ବୈଠକ ଶେଷ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ମୋଦିଙ୍କ ବର୍ର୍ଷିଛନ୍ତି। ମମତା କହିଛନ୍ତି ଯେ, ବୈଠକରେ କେବଳ ଭାଜପା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହିଁ କହୁଛନ୍ତି। ଅନ୍ୟ କାହାକୁ କହିବାର ସୁଯୋଗ ଦିଆଯାଉ ନାହିଁ। ସମୀକ୍ଷା ବୈଠକରେ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା ହେଉନାହିଁ। ବୈଠକରେ ଭାକ୍ସିନ୍‌, ଅକ୍ସିଜେନ୍‌ ଏବଂ ଔଷଧର ଅଭାବ ଅବା ସରକାରଙ୍କ କରୋନା ମୁକାବିଲା ଯୋଜନା ଉପରେ ଚର୍ଚ୍ଚା ହେଉନାହିଁ। ମୋଦି ଅନ୍ୟ କାହାକୁ ନିଜର ମତାମତ ରଖିବାର ସୁଯୋଗ ବି ଦେଉ ନାହାନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ସେ ଉପସ୍ଥିତ ଥିବାରୁ ରାଜ୍ୟର କୌଣସି ଜିଲାପାଳ ଏଥିରେ ଯୋଗ ଦେଇ ନ ଥିବା ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାରଧାମ ଯାତ୍ରୀଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ବୀମା, ମନ୍ଦିର ପରିସରରେ ମୃତ୍ୟୁ ହେଲେ ମିଳିବ ଏହି ରାଶି

ଡେରାଡୁନ,୧୬ ।୬: ଚାରଧାମ ଯାତ୍ରାରେ ଯାଇଥିବା ତୀର୍ଥଯାତ୍ରୀଙ୍କୁ ପ୍ରଥମଥର ଲାଗି ୧ ଲକ୍ଷ ଟଙ୍କାର ବିମା ରାଶି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ବଦ୍ରିନାଥ,...

ରାଜ୍ୟରୁ ପୁଣି ୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୨୭କ୯କୁ ବୃଦ୍ଧି ପାଇଛି। ୫ ମୃତକଙ୍କ...

ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା

ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍‌ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍‌ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍‌ ଦେଖିବାକୁ...

ମାଟିତଳୁ ବାହାରିବ ୧୪୩ ବର୍ଷର ଟାଇମ୍‌ କ୍ୟାପସୁଲ୍‌: ବଖାଣିବ ଇତିହାସ

ଅଲୀଗଡ଼ , ୫।୯: ମାଟିତଳୁ ୧୪୩ ବର୍ଷ ତଳେ ପୋତାଯାଇଥିବା ଟାଇମ୍‌ କ୍ୟାପସୁଲ୍‌ ବାହାର କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ...

ଡ୍ରଗ୍ସ ପାଇଁ ପୁଅକୁ ବିକିଦେଲେ ବାପା

ଗୁଆହାଟୀ,୯ା୮: ଡ୍ରଗ୍ସ ଖାଇବା ପାଇଁ ଅଢ଼େଇ ବର୍ଷର ଶିଶୁ ପୁତ୍ରଙ୍କୁ ଆସାମର ଜଣେ ବ୍ୟକ୍ତି ୪୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ମୋରିଗାନ୍‌ ଜିଲାର ଲହରିଘାଟ...

ସ୍ପାଇସ୍‌ଜେଟ୍‌ ପାଇଲଟ୍‌ଙ୍କୁ ବିମାନ ଉଡାଇବା ମନା

ନୂଆଦିଲ୍ଲୀ,୧୩।୪: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସ୍‌ଜେଟ୍‌ର ୯୦ ପାଇଲଟଙ୍କ ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସିମୁଲେଟର ତାଲିମରେ ତ୍ରୁଟି ଦେଖାଯିବା...

ସ୍ବଚ୍ଛତା ଭାରତ ମିଶନ ପାଇଁ ୧୨,୩୦୦ କୋଟି ଏବଂ ଜଳ ଜୀବନ ମିଶନ ଲାଗି ୧୧,୫୦୦ କୋଟି ବ୍ୟୟ ଅଟକଳ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ କେନ୍ଦ୍ରୀୟ ବଜେଟରେ ସ୍ବଚ୍ଛତା ଭାରତ ମିଶନ ପାଇଁ ୧୨,୩୦୦ କୋଟି ଏବଂ ଜଳ ଜୀବନ ମିଶନ ଲାଗି ୧୧,୫୦୦ କୋଟି ବ୍ୟୟ...

ଆଖୁ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୧।୯: କୃଷକ ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ଉତ୍ତରପ୍ରଦେଶ ସହରାନପୁରରୁ ଦିଲ୍ଲୀକୁ ପଦଯାତ୍ରାରେ ଆସିଥିବା କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଭାରତୀୟ କୃଷକ ସଙ୍ଗଠନର ୧୫ଟା...

Advertisement
Archives

Model This Week