ହାଏରେ ବିଧାତା: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ବି କରୋନାରେ ଚାଲିଗଲେ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ଗୋଟିଏ ପରିବାରରୁ ଆଗପଛ ହୋଇ ବାପା ଏବଂ ୨ ପୁଅଙ୍କୁ ନେଇଯାଇଛି କରୋନା। ୧୨ଦିନ ପୂର୍ବରୁ ବାପା ପରପାରିକୁ ଚାଲିଯାଇଥିବା ବେଳେ ବୁଧବାର ସାନ ପୁଅଙ୍କର ମୃତ୍ୟୁ ଘଟିଥିଲା। ତେବେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ୱାଦଶାହରେ ତାଙ୍କ ବଡ଼ପୁଅ ଯଶୋବନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।

ରଘୁନାଥ ମହାପାତ୍ର ଏବଂ ସାନ ପୁଅ ତଥା ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ର କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଉଭୟଙ୍କର ଦେହାନ୍ତ ହୋଇଥିଲା। ସେହିପରି ବଡ଼ପୁଅ ଯଶୋବନ୍ତଙ୍କର ସମ୍‌ ହସ୍ପିଟାଲରେ କରୋନାରେ ଦେହାନ୍ତ ହୋଇଛି। ମେ ୯ ତାରିଖ ଅପରାହ୍ନରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଥିଲା। ପରେ ସାନପୁଅ ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଗତକାଲି ପ୍ରଶାନ୍ତଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ବଡ଼ ପୁଅ ବି କରୋନାରେ ଚାଲିଗଲେ।

ଆଗପଛ ହୋଇ ଗୋଟିଏ ବିଶିଷ୍ଟ ପରିବାରର ବାପା ଏବଂ ଦୁଇ ପୁଅ ପରପାରିକୁ ଚାଲିଯାଇଛନ୍ତି। ଏନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ...

‘ଆଗ ଓବିସିଙ୍କୁ ସଂରକ୍ଷଣ ଦିଅ, ପରେ ନିର୍ବାଚନ’

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମେ ପଛୁଆବର୍ଗ ତଥା ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଉ। ତା’ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ନେବାକୁ...

ଅନ୍‌ଲାଇନ୍‌ ପରୀକ୍ଷାରେ ପାସ୍‌ ନ ହେଲେ ବିପିୟୁଟି ଛାତ୍ରୀଛାତ୍ରଙ୍କୁ ଆଉଥରେ ସୁଯୋଗ

ଭୁବନେଶ୍ୱର, ୨୫ା୭(ବ୍ୟୁରୋ): କରୋନା ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ହେବ। ଏଥିରେ ବିଫଳ ହେଲେ ଛାତ୍ରୀଛ୍ରାତ୍ରଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ ବୋଲି ଶୁକ୍ରବାର ବିପିୟୁଟି ଘୋଷଣା କରିଛି।...

ଲକ୍‌ଡାଉନ୍‌ ପାଇଁ ପଛେଇଯାଇଛି ଅନ୍ଧତ୍ୱ ଦୂରୀକରଣ ଯୋଜନା: ମୋତିଆବିନ୍ଦୁ ରୋଗୀଙ୍କ ସଙ୍କଟ ବଢ଼ିଲା

କଟକ ଅଫିସ, ୧୮ା୫: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଏବେ ସରକାରଙ୍କ ଅନ୍ଧତ୍ୱ ଦୂରୀକରଣ ଯୋଜନା ଅନେକ ଯୋଜନ...

ସରକାରୀ କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦୦ରୁ ଅଧିକ ମାମଲା ଦୃଷ୍ଟିକୁ ଆସୁଛି। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜନେତାମାନେ...

ଘାରିଲା କରୋନା ଭୟ, ବଢ଼ିଲା ମାସ୍କ ଡିମାଣ୍ଡ

ଭୁବନେଶ୍ୱର,୬।୩(ବ୍ୟୁରୋ): ଚାଇନାରୁ ଏବେ ସାରା ବିଶ୍ୱକୁ ବ୍ୟାପିଚାଲିଥିବା ମାରାତ୍ମକ କରୋନାକୁ ନେଇ ଏବେ ଭାଳେଣି ପଡ଼ିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଓଡ଼ିଶାରେ ମଧ୍ୟ...

୩ମାସ ପରେ ଭାକ୍ସିନ ନେଇପାରିବେ ପ୍ଲାଜମା ନେଇଥିବା ଆକ୍ରାନ୍ତ

ନୂଆଦିଲ୍ଲୀ,୧୯।୫: ପୂର୍ବରୁ ଭାରତରେ ଦେଖାଦେଇଥିବା କରୋନା ଭାଇରସ୍‌ର ଭାରିଆଣ୍ଟରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ରାମବାଣ ସଦୃଶ ଥିଲା। ହେଲେ ବର୍ତ୍ତମାନ ଦେଖାଯାଇଥିବା କରୋନାର...

ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ: ଗୋଟିଏ ଦିନ ପୂର୍ବରୁ ରାହୁଲଙ୍କ ସହ କରିଥିଲେ ରାଲି

ଚଣ୍ଡିଗଡ଼,୬ ।୧୦: ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଏହାକୁ ନେଇ ସାରା ପଞ୍ଜାବ ସମେତ କଂଗ୍ରେସ ଦଳରେ...

Advertisement
Archives

Model This Week