ଆଇପିଏଲ୍‌ରେ କୌଣସି ଦଳ କିଣି ନ ଥିଲେ, ଚମତ୍କାର ଭାବେ ଦଳରେ ପ୍ରବେଶ କରି ରଚିଲେ ଇତିହାସ

କୋଲକତା,୨୬।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି)କୁ ୧୪ ରନ୍‌ରେ ପରାସ୍ତ କରି କ୍ୱାଲିଫାୟର୍‌ ୨ ରେ ପ୍ରବେଶ କରିଛି। କ୍ୱାଲିଫାୟର୍‌ ୨ରେ ଆରସିବି ମେ ୨୭ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏଲିମିନେଟ୍‌ ମ୍ୟାଚ୍‌ରେ ଆରସିବି ପାଇଁ ବରଦାନ ସଦୃଶ ଥିଲେ ରଜତ ପଟିଦାର। ସେ ଏହି ମ୍ୟାଚ୍‌ ଚମତ୍କାର ଶତକ ହାସଲ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମାତ୍ର ୫୪ ବଲ୍‌ରେ ୧୧୨ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୧୨ ଚୌକା ଏବଂ ୭ ଚକା ସାମିଲ ଥିଲା। ସେ ଆଇପିଏଲ୍‌ରେ ଇତିହାସଲେ ପ୍ରଥମ ଅନ୍‌କ୍ୟାପ୍‌ଡ ଖେଲାଳି ଭାବେ ପ୍ଲେ ଅଫ୍‌ରେ ଶତକ ଅର୍ଜନ କରିଛନ୍ତି।
ସବୁଠାରୁ ରୋଚକ କଥା ହେଉଛି, ୨୦୨୧ରେ ଉତ୍କୃଷ୍ଟ ପ୍ରଦର୍ଶନ ସତ୍ତ୍ୱେ ରଜତଙ୍କୁ ୨୦ ଲକ୍ଷ ଟଙ୍କା ବେସ୍‌ ପ୍ରାଇସ୍‌ରେ ମଧ୍ୟ ଆଇପିଏଲ ୨୦୨୨ ନିଲାମରେ କୌଣସି ଦଳ କିଣି ନ ଥିଲେ। ମାର୍ଚ୍ଚ ୨୬ରେ ଆଇପିଏଲର ୧୫ତମ ସିଜନ ଆରମ୍ଭ ହୋଇଥିଲା। ଏପ୍ରିଲ ୩ରେ, ଆରସିବି ଦଳରେ ପରିବର୍ତ୍ତନ ଆଣିଥିଲା। କର୍ନାଟକ ବ୍ୟାଟ୍ସମ୍ୟାନ ଲଭନିଥ ସିସୋଦିଆଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ତାଙ୍କ ଦଳରେ ସାମିଲ କରାଯାଇଥିଲା। ଏପ୍ରିଲ ୨୬ରେ, ରଜତଙ୍କୁ ସିଜନରେ ପ୍ରଥମ ଥର ଖେଳିବାର ସୁଯୋଗ ଦେଇଥିଲା ଆରସିବି। ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୬ ରନ ସ୍କୋର କରିଥିଲେ। ଏହା ପରେ ସେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ସିଜିନ୍‌ର ସପ୍ତମ ମ୍ୟାଚ୍‌ରେ ରଜତ ଏକ ଶତକ ହାସଲ କରିଥିଲେ।
ରାଜତ୍‌ ମଧ୍ୟପ୍ରଦେଶର ଇନ୍ଦୋରରେ ଜୁନ ୧, ୧୯୯୩ରେ ଜନ୍ମଗ୍ରହଣ କରିଥିଲେ। ସେ ଆଠ ବର୍ଷ ବୟସରେ କ୍ଲବ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ରଜତଙ୍କ ଜେଜେବାପା ତାଙ୍କୁ କ୍ରିକେଟ ଏକାଡେମୀରେ ଭର୍ତ୍ତି କରିଥିଲେ। ବୋଲର ଭାବରେ କ୍ରିକେଟ ଆରମ୍ଭ କରିଥିବା ରଜତ ୧୫ ବର୍ଷରୁ କମ ଦଳରେ ବ୍ୟାଟ୍ସମ୍ୟାନ ଭାବରେ ସାମିଲ ହୋଇଥିଲେ। କୋଚ ତାଙ୍କୁ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଥିଲେ। ଏହି ନିଷ୍ପତ୍ତି ସଠିକ ପ୍ରମାଣିତ ହେଲା। ସଚିନ ତେନ୍ଦୁଲକରଙ୍କୁ ଦେଖିବା ପରେ କ୍ରିକେଟ ଆରମ୍ଭ କରିଥିବା ରଜତ ମଧ୍ୟ ଫୁଟବଲ ଖେଳିବାକୁ ପସନ୍ଦ କରନ୍ତି।
୨୦୧୫-୧୬ ସିଜନରେ ରଜତ ତାଙ୍କର ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ୮ ଜାନୁଆରୀ ୨୦୧୮ରେ, ସେ ଜୋନାଲ ଟି -୨୦ ଲିଗରେ ମଧ୍ୟପ୍ରଦେଶ ପାଇଁ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୮-୧୯ ରଣଜୀ ସିଜିିନରେ ମଧ୍ୟପ୍ରଦେଶ ପାଇଁ ରଜତ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ତା’ପରେ ସେ ଆଠଟି ମ୍ୟାଚରେ ୭୧୪ ରନ ସ୍କୋର କରିଥିଲେ। ଅଗଷ୍ଟ ୨୦୧୯ରେ, ସେ ଦୁଲିପ ଟ୍ରଫି ପାଇଁ ଇଣ୍ଡିଆ ବ୍ଲୁ ଦଳରେ ସାମିଲ୍‌ ହୋଇଥିଲେ। ଫେବୃଆରୀ ୨୦୨୧ରେ ଆରସିବି ତାଙ୍କୁ ପ୍ରଥମ ଥର ପାଇଁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ଏବଂ ୯ ଏପ୍ରିଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri