ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁନି ଝିଅକୁ ଦେଖିବାକୁ ମିଳିଛି। କୁନି ଝିଅଟି ଆଇସ୍କ୍ରିମ୍ ଆଣିବାକୁ ଯାଇଥିବା ବେଳେ ବ୍ୟକ୍ତି ଜଣକ ଆଇସ୍କ୍ରିମ୍ ଦେବେ କ’ଣ ଆଇସ୍କ୍ରିମ୍ ଧରି କୁନି ଝିଅ ସହ ଖେଳିବାକୁ ଲାଗୁଛନ୍ତି। କୁନି ଝିଅ ମଧ୍ୟ କେଉଁଥିରେ କମ୍କି ସେ ବି ଆଇସ୍କ୍ରିମ୍ ବିକାଳି ବ୍ୟକ୍ତି ଜଣକଙ୍କ ପରି ନାଚିବାକୁ ଲାଗୁଛି। ବ୍ୟକ୍ତି ଜଣକ ବାହାରକୁ ଆସି କୁନି ଝିଅ ସହ ନାଚୁଛନ୍ତି।ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Melted my heart. Such innocence pic.twitter.com/jn7NSzzkyv
— Susanta Nanda (@susantananda3) December 6, 2021