କେବେ ସ୍କୁଲ ଯାଇ ନାହାନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକି କ୍ୟାଟ୍ରିନା କୈଫ ନିକଟରେ ଅଭିନେତା ଭିକ୍କି କୌଶଲଙ୍କୁ ବିବାହ କରିଛନ୍ତି । ଏବେ ସେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ । ବଲିଉଡର ଆଗଧାଡିର ତଥା ଦର୍ଶକଙ୍କୁ ଆକର୍ଷିତ କଲାଭଳି ନାୟିକା ତାଲିକାରେ ଅନ୍ୟତମ ଅଭିନେତ୍ରୀ । କ୍ୟାଟ୍ରିନା କେବେ ସ୍କୁଲ ଯାଇ ନାହାନ୍ତି ବୋଲି କୁହାଯାଏ । ଅସଲ କଥା ହେଲା ଏହି ବ୍ରିଟିଶ-ଭାରତୀୟ ମୂଳ ବାସିନ୍ଦା ଅଭିନେତ୍ରୀ ତଥା ମଡେଲଙ୍କ ପିଲାଦିନ ବିଭିନ୍ନ ଦେଶରେ କଟିଛି । କ୍ୟାଟ୍ରିନାଙ୍କ ପିତା ମହମ୍ମଦ କୈଫ କଶ୍ମୀରର ମୂଳ ବାସିନ୍ଦା ହୋଇଥିବା ବେଳେ ବ୍ରିଟିଶ ବିଜନେସମ୍ୟାନ । ତାଙ୍କ ମା’ ସୁଜୈନ ବ୍ରିଟିଶ ନାଗରିକ । ଏଥିପାଇଁ କ୍ୟାଟଙ୍କ ପିଲାଦିନ ପାଖାପାଖି ୧୮ଟି ଦେଶରେ କଟିଛି ବୋଲି କୁହାଯାଏ । ସବୁବେଳେ ଟ୍ରାଭେଲ କରିବାକୁ ପଡୁଥିବାରୁ ସେ କୌଣସି ନିଦ୍ଦିଷ୍ଟ ସ୍କୁଲରେ ପାଠ ପଢି ନାହାନ୍ତି । ତାଙ୍କ ପାଠପଢା ପାଇଁ ହୋମ ଟିଉଟର ରଖାଯାଇଥିବା ସେ କୁହନ୍ତି । ସୂଚନା ଅନୁଯାୟୀ, କ୍ୟାଟ୍ରିନା ମାତ୍ର ୧୪ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ । ଏହାପରେ ସେ ଭାରତ ଆସି ତାଙ୍କ କ୍ୟାରିୟରକୁ ଆଗକୁ ବଢାଇବାକୁ ଯୋଜନା କରିଥିଲେ । ଏହାପରେ ସେ ବଲିଉଡରେ ଏଣ୍ଟ୍ରି କରି ସଫଳତାର ପାହାଚ ଚଢିଥିଲେ । ଏକଦା ଏକ ସାକ୍ଷାତ୍‌କାରରେ କ୍ୟାଟ୍ରିନା କହିଥିଲେ ସେ ଲଣ୍ଡନରେ ଇଞ୍ଜିନିୟରିଂ ପଢୁଥିଲେ ହେଲେ ସେଥିରେ ତାଙ୍କ ମନ ନ ଲାଗିବାରୁ ସେ ମଡେଲିଂକୁ କ୍ୟାରିୟର ଭାବେ ବାଛି ନେଇଥିଲେ । କ୍ୟାଟ୍ରିନାଙ୍କର ୩ ବଡ ଭଉଣୀ ଓ ୩ ସାନ ଭଉଣୀ ସହ ଜଣେ ବଡ ଭାଇ ରହିଛନ୍ତି । କ୍ୟାଟ ହିନ୍ଦୀ ସହ ତେଲଗୁ ଓ ମାଲାୟଲମ ମୁଭିରେ ବି କାମ କରି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?