୩୫ ଦିନ ଧରି ଏକଛତ୍ରବାଦୀ ଶାସକ କିମ୍‌ ନିଖୋଜ, ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା…

ପ୍ୟୋଙ୍ଗୟାଙ୍ଗ,୭।୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ନିଖୋଜ ହୋଇଯାଇଛନ୍ତି। ଖବର ମୁତାବକ ଦେଶରେ ହେବାକୁଥିବା ସାମରିକ ପରେଡ ପୂର୍ବରୁ କିମଙ୍କ ଆଉ ଦେଖା ଦର୍ଶନ ମିଳୁନି। ଚଳିତ ସପ୍ତାହରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଏକ ସାମରିକ ପରେଡ ଅନୁଷ୍ଠିତ ହେବ। କିମ ଜୋଙ୍ଗ ଏଥିରେ ଯୋଗଦେବାର ଥିଲା, କିନ୍ତୁ ସେ ଗତ ୩୫ ଦିନ ଧରି କାହାକୁ ଦେଖା ଦେଉ ନାହାନ୍ତି।

ଦକ୍ଷିଣ କୋରିଆର ନ୍ୟୁଜ ଚ୍ୟାନେଲ ଏନକେ ନ୍ୟୁଜ ଅନୁସାରେ ଫକ୍ସ ନ୍ୟୁଜ ରିପୋର୍ଟ କରିଛି ଯେ କିମ ରବିବାର ଅନୁଷ୍ଠିତ ହୋଇଥିବା କମ୍ୟୁନିଷ୍ଟ ପାର୍ଟି ବୈଠକରେ ମଧ୍ୟ ଯୋଗ ଦେଇନାହାଁନ୍ତି। ଏହା ହେଉଛି ତୃତୀୟ ଥର କିମ ଜୋଙ୍ଗ ଉନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିଛନ୍ତି। ଏଭଳି ପରିସ୍ଥିତିରେ ଏବେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ହେଉଛି।

 

ଫେବୃଆରୀ ୮ ରେ କୋରିଆ ପିପୁଲ୍ସ ଆର୍ମି ପ୍ରତିଷ୍ଠା ହେବାର ୭୫ ତମ ବାର୍ଷିକୀ ପାଳନ କରାଯିବ। ଏହି ଦିନ ଦେଶରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବ। ବର୍ତ୍ତମାନ କିମ ଏହି ପ୍ୟାରେଡରେ ଯୋଗଦେବେ କି ନାହିଁ ଆଲୋଚନା ହେଉଛି? ଦକ୍ଷିଣ କୋରିଆ ଗଣମାଧ୍ୟମ କହୁଛି କିମ ଅସୁସ୍ଥ ଅଛନ୍ତି।
ତେବେ କିଛି ରିପୋର୍ଟ ଅନୁଯାୟୀ କିମ ଆୟୋଜିତ ହେବାକୁ ଥିବା ସାମରିକ ପରେଡରେ ଯୋଗ ଦେଇପାରନ୍ତି। ତାଙ୍କ ଅନୁପସ୍ଥିତି ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦେଇ ନ ଥିବାରୁ ଏହି ଦାବି କରାଯାଉଛି। ଏହି ପ୍ୟାରେଡ ସହିତ କିମ ନିଜର ପରମାଣୁ କ୍ଷମତା ଆମେରିକା ଏବଂ ଏସିଆର ଅନ୍ୟ ସହଯୋଗୀମାନଙ୍କୁ ଦେଖାଇବ। ଫକ୍ସ ନ୍ୟୁଜ ଅନୁଯାୟୀ ଗତ ସପ୍ତାହରେ ଉତ୍ତର କୋରିଆ ଆମେରିକାର ସୈନ୍ୟବାହିନୀକୁ ସବୁଠାରୁ ଆଣବିକ ଶକ୍ତି ପ୍ରୟୋଗର କରିବାକୁ ଧମକ ଦେଇଥିଲା।
୨୦୨୨ ମସିହାରେ ଉତ୍ତର କୋରିଆ ୭୦ ରୁ ଅଧିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି, ଯେଉଁଥିରେ ପରମାଣୁ ସକ୍ଷମ କ୍ଷେପଣାସ୍ତ୍ର ମଧ୍ୟ ଅଛି। ଖବର ଅନୁଯାୟୀ, ଏହି କ୍ଷେପଣାସ୍ତ୍ରଗୁଡିକ ଦକ୍ଷିଣ କୋରିଆରେ ଟାର୍ଗେଟ ଉପରେ ଆକ୍ରମଣ କରିବା କିମ୍ବା ଆମେରିକାର ମଧ୍ୟଭାଗରେ ପହଞ୍ଚିବା ପାଇଁ ଡିଜାଇନ କରାଯାଇଛି। ଏହି କାରଣରୁ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ କିମଙ୍କ ସାମରିକ ଅପରେଶନ ଉପରେ କ୍ରମାଗତ ପ୍ରଶ୍ନ କରୁଛନ୍ତି।

ସୂଚନାଯୋଗ୍ୟ,୨୦୧୪ରେ, କିମ ୪୦ ଦିନ ପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ସ୍ଥାନରେ ଦେଖାଯାଇ ନ ଥିଲେ। ୨୦୨୧ ବର୍ଷର ଶେଷ ଭାଗରେ ମଧ୍ୟ କିମଙ୍କୁ ପ୍ରାୟ ୩୦ ଦିନ ପାଇଁ ଦେଖିବାକୁ ମିଳି ନ ଥିଲା। ମେ ୨୦୨୧ ଏବଂ ଏପ୍ରିଲ ୨୦୨୦ ରେ କିମ ଜୋଙ୍ଗ ଦୀର୍ଘ ସମୟ ଧରି ନିଖୋଜ ଥିଲେ। ତେଣୁ ତାଙ୍କ ଅସୁସ୍ଥତା ବିଷୟରେ କଳ୍ପନାଜଳ୍ପନା କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri