Posted inଫୁରସତ

ଦିବ୍ୟାଙ୍ଗତା ମାନିଛି ହାର

ଶରୀରର ୭୫% ଭାଗ ଭିନ୍ନକ୍ଷମ। ନିଜର ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁ ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପେସାରେ ସେ ଜଣେ ଶିକ୍ଷକ ହୋଇଥିଲେ ହେଁ ଗୀତ ଲେଖିବା, ବିଭିନ୍ନ ଭଜନ ଓ ଆଧୁନିକ ଆଲବମ୍‌ ପ୍ରସ୍ତୁତ କରିବା ସହ ଅଭିନୟ କରିବା, ନିର୍ଦ୍ଦେଶନା ଦେବା ଓ ଗୀତ ଗାଇବା ହେଉଛି ତାଙ୍କର ନିଶା। ସେ ହେଉଛନ୍ତି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ କେରୀ ଗ୍ରାମରେ ରହୁଥିବା ବାସନ୍ତି ଏବଂ ରଘୁନାଥ ମହାନ୍ତଙ୍କ ପୁଅ ଗଣନାଥ।
ସ୍କୁଲ୍‌ରେ ପଢ଼ିବା ବେଳରୁ ହିଁ ସେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରୁଥିଲେ। ବର୍ତ୍ତମାନ ସୁଦ୍ଧା ସେ ୩୦୦ରୁ ଊର୍ଦ୍ଧ୍ୱ ଝୁମର ଗୀତ, ୧୦୦ରୁ ଅଧିକ ଭଜନ, ଆଧୁନିକ ଗୀତ, ୫୦ଟି କାହାଣୀ, ୫ଟି ନାଟକ, ୨ଟି ସଂଳାପ ଓ ୧୦ଟି ଚିତ୍ରନାଟ୍ୟ କରିସାରିଛନ୍ତି। ଶିଶୁମାନଙ୍କ ଉପରେ ବହୁ ନାଟକ ଭିଡିଓ, ଆଲବମ୍‌ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ସେ ୟୁଟ୍ୟୁବ୍‌ରେ ମଧ୍ୟ ଅନେକ ଭିଡିଓ ପୋଷ୍ଟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ନିକଟରେ ‘ଶିଶୁ ଦିବସ ଅବସରରେ ମୁଁ ପଢ଼ିବି’ ଶୀର୍ଷକରେ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ, ଯାହାକି ୟୁଟ୍ୟୁବ୍‌ରେ ଅନେକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ସେହିପରି କୀଚକେଶ୍ୱରୀ ଫିଲ୍ମ ବ୍ୟାନରରେ ତାଙ୍କର ବେଟି ପଢ଼ାୟେ, ଆଗେ ବଢ଼ାୟେ ଓ ଷ୍ଟପ ଚାଇଲ୍ଡ ଲେବର ଭଳି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଲୋକାଦୃତ ହୋଇଥିବା ବେଳେ ସୋସିଆଲ୍‌ ମିଡିଆରେ ବେଶ୍‌ ପ୍ରସାରିତ ହୋଇପାରିଛି।

ଭଲ ଭାବରେ ଚଲାବୁଲା ଓ ଖେଳକୁଦ କରିପାରୁ ନ ଥିବା ଗଣନାଥ ଫାଙ୍କା ସମୟରେ ବିଦ୍ୟାଳୟର ପିଲାମାନଙ୍କୁ ଅଭିନୟ ଶିଖାଇଥା’ନ୍ତି। ୨୦୧୭ ମସିହାରେ କଳାକାର ସିନେ ପ୍ରଡକ୍ସନ, ବାଲେଶ୍ୱର ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ସମ୍ମାନ ଓ ପୁରସ୍କାର ପ୍ରାପ୍ତ ହୋଇଛି। ଏହା ବ୍ୟତୀତ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି।
ଅଲ୍‌ ଇଣ୍ଡିଆ ରେଡିଓ, ଏଫ୍‌ଏମ୍‌ ଚ୍ୟାନେଲରେ ଝୁମର ଗାୟକ କିଶୋର ପ୍ରହ୍ଲାଦ ମହାନ୍ତିଙ୍କ କଣ୍ଠରେ ତାଙ୍କ ଲିଖିତ ଝୁମର ଗୀତ ବେଶ୍‌ ପ୍ରଶଂସିତ ହୋଇପାରିଛି। ଆଗାମୀ ଦିନରେ ସିନେମା କରିବା ସହ କଳାକ୍ଷେତ୍ରରେ ନିଜକୁ ରାଜ୍ୟସ୍ତରରେ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରନ୍ତି ଗଣନାଥ।

– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri