Posted inଫୁରସତ

ଦିବ୍ୟାଙ୍ଗତା ମାନିଛି ହାର

ଶରୀରର ୭୫% ଭାଗ ଭିନ୍ନକ୍ଷମ। ନିଜର ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁ ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପେସାରେ ସେ ଜଣେ ଶିକ୍ଷକ ହୋଇଥିଲେ ହେଁ ଗୀତ ଲେଖିବା, ବିଭିନ୍ନ ଭଜନ ଓ ଆଧୁନିକ ଆଲବମ୍‌ ପ୍ରସ୍ତୁତ କରିବା ସହ ଅଭିନୟ କରିବା, ନିର୍ଦ୍ଦେଶନା ଦେବା ଓ ଗୀତ ଗାଇବା ହେଉଛି ତାଙ୍କର ନିଶା। ସେ ହେଉଛନ୍ତି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ କେରୀ ଗ୍ରାମରେ ରହୁଥିବା ବାସନ୍ତି ଏବଂ ରଘୁନାଥ ମହାନ୍ତଙ୍କ ପୁଅ ଗଣନାଥ।
ସ୍କୁଲ୍‌ରେ ପଢ଼ିବା ବେଳରୁ ହିଁ ସେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରୁଥିଲେ। ବର୍ତ୍ତମାନ ସୁଦ୍ଧା ସେ ୩୦୦ରୁ ଊର୍ଦ୍ଧ୍ୱ ଝୁମର ଗୀତ, ୧୦୦ରୁ ଅଧିକ ଭଜନ, ଆଧୁନିକ ଗୀତ, ୫୦ଟି କାହାଣୀ, ୫ଟି ନାଟକ, ୨ଟି ସଂଳାପ ଓ ୧୦ଟି ଚିତ୍ରନାଟ୍ୟ କରିସାରିଛନ୍ତି। ଶିଶୁମାନଙ୍କ ଉପରେ ବହୁ ନାଟକ ଭିଡିଓ, ଆଲବମ୍‌ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ସେ ୟୁଟ୍ୟୁବ୍‌ରେ ମଧ୍ୟ ଅନେକ ଭିଡିଓ ପୋଷ୍ଟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ନିକଟରେ ‘ଶିଶୁ ଦିବସ ଅବସରରେ ମୁଁ ପଢ଼ିବି’ ଶୀର୍ଷକରେ ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ, ଯାହାକି ୟୁଟ୍ୟୁବ୍‌ରେ ଅନେକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ସେହିପରି କୀଚକେଶ୍ୱରୀ ଫିଲ୍ମ ବ୍ୟାନରରେ ତାଙ୍କର ବେଟି ପଢ଼ାୟେ, ଆଗେ ବଢ଼ାୟେ ଓ ଷ୍ଟପ ଚାଇଲ୍ଡ ଲେବର ଭଳି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଲୋକାଦୃତ ହୋଇଥିବା ବେଳେ ସୋସିଆଲ୍‌ ମିଡିଆରେ ବେଶ୍‌ ପ୍ରସାରିତ ହୋଇପାରିଛି।

ଭଲ ଭାବରେ ଚଲାବୁଲା ଓ ଖେଳକୁଦ କରିପାରୁ ନ ଥିବା ଗଣନାଥ ଫାଙ୍କା ସମୟରେ ବିଦ୍ୟାଳୟର ପିଲାମାନଙ୍କୁ ଅଭିନୟ ଶିଖାଇଥା’ନ୍ତି। ୨୦୧୭ ମସିହାରେ କଳାକାର ସିନେ ପ୍ରଡକ୍ସନ, ବାଲେଶ୍ୱର ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ସମ୍ମାନ ଓ ପୁରସ୍କାର ପ୍ରାପ୍ତ ହୋଇଛି। ଏହା ବ୍ୟତୀତ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି।
ଅଲ୍‌ ଇଣ୍ଡିଆ ରେଡିଓ, ଏଫ୍‌ଏମ୍‌ ଚ୍ୟାନେଲରେ ଝୁମର ଗାୟକ କିଶୋର ପ୍ରହ୍ଲାଦ ମହାନ୍ତିଙ୍କ କଣ୍ଠରେ ତାଙ୍କ ଲିଖିତ ଝୁମର ଗୀତ ବେଶ୍‌ ପ୍ରଶଂସିତ ହୋଇପାରିଛି। ଆଗାମୀ ଦିନରେ ସିନେମା କରିବା ସହ କଳାକ୍ଷେତ୍ରରେ ନିଜକୁ ରାଜ୍ୟସ୍ତରରେ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରନ୍ତି ଗଣନାଥ।

– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?