Posted inଖେଳ

ଇତିହାସ ରଚିଲେ ସୁନା ପୁଅ

ନୂଆଦିଲ୍ଲୀ,୯।୯: ଜୁରିଚରେ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଡାଏମଣ୍ଡ ଟ୍ରଫି ଜିତିବାରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ହୋଇଛନ୍ତି। ସେ ୮୮.୪୪ ମିଟର ଜାଭେଲିନ ଥ୍ରୋରେ ଚେକ ରିପବ୍ଲିକର ଜାକୋବ ଭାଡଲେଚୋଙ୍କୁ ଅତିକ୍ରମ କରିଥିଲେ। ସେ ତାଙ୍କର ପଞ୍ଚମ ପ୍ରୟାସରେ ୮୬.୯୪ ମିଟର ଫିଙ୍ଗିଥିଲେ।
ନୀରଜଙ୍କ ପ୍ରଥମ ଥ୍ରୋ ଖରାପ ଥିଲାବେଳେ ଦ୍ୱିତୀୟ ଥ୍ରୋ ମାପ ୮୮.୪୪ ମିଟର ଥିଲା, ଯାହା ତାଙ୍କ ପାଇଁ ଟାଇଟଲ ଜିତିବା ପାଇଁ ଯଥେଷ୍ଟ ଥିଲା। ନୀରଜ ତୃତୀୟ ଥ୍ରୋ ୮୮, ଚତୁର୍ଥ ୮୬.୧୧, ପଞ୍ଚମ ୮୭ ଏବଂ ଷଷ୍ଠ ତଥା ଫାଇନାଲ ଥ୍ରୋ ୮୩.୬ ମିଟର ଫିଙ୍ଗିଥିଲେ। ଭାଡଲେଚୋ ନୀରଜଙ୍କ ସହ ଅଲିମ୍ପିକ୍ସରେ ପଦକ ଜିତିଥିଲେ।
ଭାଡଲେଚୋ ଦ୍ୱିତୀୟ ଏବଂ ଜର୍ମାନୀର ଜୁଲିଆନ ୱେବର ୮୩.୭୩ ମିଟର ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ବିଜୟ ସହିତ ନୀରଜ ୨୩.୯୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଥିଲେ ଏବଂ ଡାଏମଣ୍ଡ ଟ୍ରଫି ମଧ୍ୟ ଜିତିଥିଲେ।
ଏହାପୂର୍ବରୁ ବିଶ୍ୱ ଚାମ୍ପିୟନଶିପ ପରେ ନୀରଜ ଆହତ ହୋଇଥିଲେ। ଏହି କାରଣରୁ ସେ ବର୍ମିଂହାମ କମନୱେଲଥ ଗେମ୍ସରେ ଭାଗ ନେଇପାରି ନ ଥିଲେ। ଏହା ପରେ ସେ ଆଘାତରୁ ସୁସ୍ଥ ହୋଇ ୮୯.୦୮ ମିଟର ଥ୍ରୋ ସହିତ ଲୋଜାନ ଡାଇମଣ୍ଡ ଲିଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ନୀରଜ ଅଲିମ୍ପିକ୍ସ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri