Posted inଖେଳ

କିଏ ସେ ଧ୍ରୁବ୍‌ ଜୁରେଲ? ସୁନା ଚେନ୍‌ ବିକ୍ରି କରି ମା’ ଦେଇଥିଲେ କ୍ରିକେଟ କିଟ୍‌, ଏବେ ଦେଶ ପାଇଁ ଖେଳିବେ…

ନୂଆଦିଲ୍ଲୀ,୧୩।୧: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍‌ ପ୍ରସ୍ତୁତ। ପ୍ରାରମ୍ଭିକ ଦୁଇ ମ୍ୟାଚ୍‌ ଲାଗି ଦଳ ଘୋଷଣା ମଧ୍ୟ ହୋଇସାରିଛି। ଏଥିରେ ୨୨ ବର୍ଷୀୟ ଧ୍ରୁବ୍‌ ଜୁରେଲଙ୍କୁ ଡେବ୍ୟୁର ସୁଯୋଗ ମିଳିଛି। ରଣଜୀ ଟ୍ରଫିରେ ଉତ୍ତରପ୍ରଦେଶରୁ ଖେଳୁଥିବା ଧ୍ରୁବ୍‌ଙ୍କୁ ତୃତୀୟ ଉଇକେଟକିପର ଭାବେ ଦଳରେ ରଖାଯାଇଛି। ଟିମ୍‌ ଇଣ୍ଡିଆର ଚୟନକର୍ତ୍ତା ଏବଂ ଦଳ ପରିଚାଳନା ଈଶାନ କିଷନଙ୍କ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହାପରେ କ୍ରିକେଟ ପ୍ରଶଂସକମାନେ ଧ୍ରୁବ୍‌ କିଏ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହ ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା ସେ କିଏ?

ଧ୍ରୁବ୍‌ ଉତ୍ତରପ୍ରଦେଶ ଆଗ୍ରାରୁ ଆସିଛନ୍ତି। ତାଙ୍କ ବାପା ସେନାର ହାବିଲଦାର ଥିଲେ। ସେ ନିଜେ ମଧ୍ୟ ସେନାରେ ଯୋଗଦିଅନ୍ତୁ ବୋଲି ବାପାଙ୍କର ଇଚ୍ଛା ଥିଲା। ହେଲେ ଧ୍ରୁବ୍‌ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ। ଯେତେବେଳେ ସେ କ୍ରିକେଟ ଟ୍ରେନିଂ ପାଇଁ ନାମ ଲେଖାଇଥିଲେ, ସେ ଏହି କଥାକୁ ବାପାଙ୍କଠାରୁ ଲୁଚାଇ ରଖିଥିଲେ। ପରେ ଏହା ଜଣାପଡ଼ିବା ପରେ ତାଙ୍କୁ ଅନେକ ଗାଳି ଶୁଣିବାକୁ ପଡ଼ିଥିଲା। ଏକ ଟୁର୍ନାମେଣ୍ଟରେ ଖେଳିବା ଲାଗି ଧ୍ରୁବ୍‌ଙ୍କୁ ଏକ କ୍ରିକେଟ କିଟ୍‌ର ଆବଶ୍ୟକତା ଥିଲା। ବଜେଟ ନ ଥିବାରୁ ତାଙ୍କ ବାପା କିଟ୍‌ ଦେବାକୁ ମନା କରିଦେଇଥିଲେ। ଏମିତିରେ ତାଙ୍କ ମା’ ସୁନା ଚେନ୍‌ ବିକ୍ରି କରି ତାଙ୍କୁ କ୍ରିକେଟ କିଟ୍‌ କିଣି ଦେଇଥିଲେ।

ଧ୍ରୁବଙ୍କ ପିତା ଅବସର ପରେ PSO ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏଣୁ ସେ ପିତାଙ୍କ ଆର୍ଥିକ ଅବସ୍ଥା ଦେଖି ସେ ଦୁଃ ଖ ଅନୁଭବ କରିଥିଲେ। ଏଭଳି ପରିସ୍ଥିତିରେ ସେ କ୍ରିକେଟ ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ବିଭିନ୍ନ ପର୍ଯ୍ୟାୟରେ ଖେଳିଥିଲେ ଏବଂ ପରେ ଆଇପିଏଲ୍‌ରେ ସୁଯୋଗ ପାଇଥିଲେ। ସେଠାରୁ ଧ୍ରୁଭ ଜୁରେଲଙ୍କ ଭାଗ୍ୟ ବଦଳି ଯାଇଥିଲା। ଅନ୍ୟପକ୍ଷରେ ସେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ।

ଏବେ ଭାରତ ଲାଗି ଖେଳିବା ଲାଗି ଧ୍ରୁବ୍‌ଙ୍କୁ ଏକ କଲ ଆସିଛି। ସେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ମନୋନୀତ ହେବା ଖବର ତାଙ୍କର ବନ୍ଧୁମାନେ ହିଁ ପ୍ରଥମେ ଧ୍ରୁବଙ୍କୁ ସୂଚନା ଦେଇଥିଲେ। କାରଣ ସେ ଇଣ୍ଡିଆ ଏ ପାଇଁ ମ୍ୟାଚରେ ବ୍ୟସ୍ତ ଥିଲେ। ତେବେ ୨୨ ବର୍ଷ ବୟସ୍କା ଧ୍ରୁବ୍‌ ଟିମ ଇଣ୍ଡିଆ ସହିତ ରହିବାର ସୁଯୋଗ ପାଇବେ। ଯଦିଓ ସେ ଏଠାରେ ଡେବ୍ୟୁ କରିବାର ସୁଯୋଗ ପାଇ ନ ପାରନ୍ତି, ହେଲେ ସେ ନିଶ୍ଚିତ ଭାବରେ ଜାତୀୟ ଦଳରେ ସାମିଲ ହୋଇ ବହୁତ କିଛି ଶିଖିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?