Posted inଖେଳ

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ: ୮ ବର୍ଷ ପୂର୍ବରୁ କହିଥିଲେ ଏପରି

ମୁମ୍ବାଇ,୨୭।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱର ପ୍ରଥମ ବର୍ଷରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। କିନ୍ତୁ ଗତ କିଛି ବର୍ଷ ଧରି ସେ ଟୁଇଟର୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଦୂରରେ ରହିଆସିଛନ୍ତି। ଏହା ସତ୍ତ୍ୱେ ତାଙ୍କର ପୁରୁଣା ଟୁଇଟ୍‌ ଭାଇରାଲ ହୋଇଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଆଇପିଏଲ ୨୦୨୧ରେ ସିଏସ୍‌କେ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ମ୍ୟାଚ ପରେ ସମାନ ଘଟଣା ଘଟିଛି। ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚେନ୍ନାଇ ଏହି ମ୍ୟାଚକୁ ୬୯ ରନରେ ଜିତିଛି। ଏହି ମ୍ୟାଚ ପରେ ଧୋନୀଙ୍କ ୮ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ ହେବାକୁ ଲାଗିଛି। ଧୋନୀ ଏହି ଟୁଇଟ ୨୦୧୩, ଏପ୍ରିଲ ୯ରେ କରିଥିଲେ। ଏଥିରେ ସେ ଜାଡେଜାଙ୍କୁ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତୁଳନା କରିଥିଲେ। ଧୋନୀ ଏହା ପରେ ଲେଖିଥିଲେ ଯେ ଭଗବାନ ଅନୁଭବ କରିଛନ୍ତି ଯେ ରଜନୀ ସାର୍‌ ଏବେ ବୃଦ୍ଧ ହେବାରେ ଲାଗିଲେଣି, ତେଣୁ ସେ ସାର୍‌ ରବିନ୍ଦ୍ର ଜାଡେଜାଙ୍କୁ ତିଆରି କରିଛନ୍ତି। ଧୋନୀଙ୍କ ପୁରୁଣା ଟୁଇଟ୍‌ରେ ଲୋକମାନେ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଧୋନୀଙ୍କ ଏହି ଟୁଇଟ୍‌ ଶତ ପ୍ରତିଶତ ସତ୍ୟ ବୋଲି ୟୁଜର୍ସ କହିଛନ୍ତି।
ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ର ୧୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ବଲ, ବ୍ୟାଟ ଏବଂ ଫିଲ୍ଡିଂ ସମେତ ତିନୋଟି ବିଭାଗରେ ସିଏସ୍‌କେର ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଥିଲା। ଆରସିବି ବିପକ୍ଷ ମ୍ୟାଚରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଜାଡେଜା ୨୮ ବଲରୁ ଅପରାଜିତ ୬୨ ସ୍କୋର କରିଥିଲେ। ଏହି ଇନିଂସରେ ଜାଡେଜାଙ୍କ ଷ୍ଟ୍ରାଇକ ହାର ୨୨୧ରୁ ଅଧିକ ଥିଲା। ସେ ଚଳିତ ସିଜନରେ ସର୍ବାଧିକ ଉଇକେଟ ଟେକର ହର୍ଷଲ ପଟେଲଙ୍କ ଏକ ଓଭରରେ ୫ ଛକା ମାରି ମୋଟ ୩୭ ରନ ସଂଗ୍ରହ କରିଥିଲେ। ଏଥିସହ ସେ ୪ ଓଭରରେ ୧୩ ରନ ଦେଇ ତିନୋଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରଦ୍ଧାଞ୍ଜଳି ଜାତୀୟ ଫୁଟ୍‌ବଲ ଚୟନକର୍ତ୍ତା

ଭୁବନେଶ୍ୱର, ୫ା୫ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଓ କୋଚ୍‌ କିମ୍ବଦନ୍ତୀ ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଉପରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)...

କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା: ଜାଭେଦ ଅଖତରଙ୍କ ଷ୍ଟେଟମେଣ୍ଟ ରେକର୍ଡ

ମୁମ୍ବାଇ,୩ା୧୨- ବିଶିଷ୍ଟ ଲେଖକ ଓ ଗୀତିକାର ଜାଭେଦ ଅଖତର ଗୁରୁବାର ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ନାମରେ...

ମୁଁ ଶ୍ରୀସନ୍ଥ ହେବାକୁ ଚାହେଁନା: ଏହି ଭାରତୀୟ ବୋଲରଙ୍କ ୭ ବର୍ଷ ପୁରୁଣା ବୟାନ ଏବେ ଚର୍ଚ୍ଚାରେ, ଭାଇରାଲ ହେଉଛି…

ନୂଆଦିଲ୍ଲୀ,୩।୩: ଭାରତୀୟ ଦ୍ରୁତ ବୋଲର୍‌ ନବଦୀପ ସାଇନି ଗତ କିଛି ବର୍ଷ ଧରି ନିଜ ବୋଲିଂକୁ ନେଇ ଖବର ଶିରୋନାମା ପାଲଟୁଛନ୍ତି। ସେ ନିଜ ଗତିକୁ...

‘ଆରମ୍ଭ ହେଲା ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି’

ଲଡରହିଲ,୩।୮(ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରୁ ପ୍ରସ୍ତୁତି ଆରମ୍ଭ...

ମ୍ୟାଚ୍‌ ସମୟରେ ସିଗାରେଟ୍‌ ଟାଣିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ, ୧୮।୧୦: ଚଳିତ ଆଇପିଏଲ୍‌ର ଶନିବାର ଖେଳାଯାଇଥିବା ୩୩ତମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୭ ଉଇକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ...

ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆଇସିସିର ବଡ଼ ଘୋଷଣା

ଦୁବାଇ,୮।୬: ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ଏଥି...

୧୯୦ ରନ୍‌ରେ ଖେଳୁଥିବାବେଳେ କୋହଲିଙ୍କୁ ଏମିତି କିଛି କହୁଥିଲେ ଇଶାନ କିଶନ

ଢାକା,୧୧।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ବାଂଲାଦେଶ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ବିସ୍ଫୋରକ ଇଂନିସ ଖେଳିଥିଲେ। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ମ୍ୟାଚରେ କିଶନ...

ଡବ୍ଲ୍ୟୁଟିସି ଫାଇନାଲ: ରଜର୍ଭ ଡେ’ ଟିକେଟ ମୂଲ୍ୟ ହ୍ରାସ

ସାଉଥାମ୍ପଟନ, ୨୨ା୬ (ପି.ଟି.)- ବର୍ଷାଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ବିଶେଷ ପ୍ରଭାବିତ ହୋଇଛି। ରିଜର୍ଭ ରଖାଯାଇଥିବା...

Advertisement
Archives

Model This Week