Posted inଖେଳ

ଧୋନୀଙ୍କ କ୍ୟାପଟେନଶିପ୍‌ର ଜବାବ ନାହିଁ

ମୁମ୍ବାଇ,୨୦।୪ : ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱଶୈଳୀର ଜବାବ ନାହିଁ। ମୁମ୍ବାଇ ପିଚ୍‌ ଓ ପ୍ରଥମ ବ୍ୟାଟିଂ ଆଉ ତା’ ପରେ ମ୍ୟାଚ୍‌ ଜିତିବା ବେଶ୍‌ କଷ୍ଟକର। ଏହା ଧୋନୀଙ୍କ ଦକ୍ଷ ନେତୃତ୍ୱ ବଳରେ ସମ୍ଭବ ହୋଇପାରିଛି। ସୋମବାର ଖେଳାଯାଇଥିବା ମ୍ୟାଚ୍‌ ପୂର୍ବରୁ କେବଳ ଥରେ ଓ୍ବାଙ୍ଖଡରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଭାଗରେ ପଡ଼ିଥିଲା ବିଜୟ। ଦୁର୍ଭାଗ୍ୟବଶତଃ ସେଥର ମଧ୍ୟ ରାଜସ୍ଥାନ ରୟାଲ୍ସକୁ ଦେଖିବାକୁ ପଡ଼ିଥିଲା ପରାଜୟର ମୁହଁ। କିନ୍ତୁ ଧୋନୀଙ୍କ ନେତତ୍ୱାଧୀନ ସିଏସ୍‌କେ ଅତି ସହଜ(୪୪ ରନ୍‌)ରେ ରାଜସ୍ଥାନକୁ ହରାଇ ଦେଇଛି। ସିଏସ୍‌କେର ଅଧିନାୟକ ଭାବେ ଏହା ଥିଲା ଧୋନୀଙ୍କ ୨୦୦ତମ ମ୍ୟାଚ୍‌। ରବୀନ୍ଦ୍ର ଜାଡେଜା ୪ କ୍ୟାଚ୍‌ ନେବା ସହ ହାତେଇଥିଲେ ୨ ଉଇକେଟ। ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପୂରା ୨୦ ଓଭରରେ ୯ ଉଇକେଟ ହରାଇ ୧୮୮ ରନ୍‌ କରିଥିଲା। ଦଳ ପାଇଁ ଫାଫ ଡୁ’ପ୍ଲେସି ୩୩ (୪ ଚୌକା ଓ ୨ ଛକା), ମୋଇନ ଅଲି ୨୬ (୧ ଚୌକା ଓ ୨ ଛକା), ସୁରେଶ ରାଇନା ୧୮ (୧ ଲେଖାଏ ଚୌକା ଓ ଛକା), ଅମ୍ବାତି ରାୟୁଡୁ ୨୭ (୩ ଛକା) ଓ ଡ୍ବେନ ବ୍ରାଭୋ ୨୦ ( ୨ ଚୌକା ଓ ୧ ଛକା) ରନ୍‌ କରିଥିଲେ। ପ୍ରଥମରୁ ଧିମା ବ୍ୟାଟିଂ ଓ ପରେ ବଡ଼ ଶଟ୍‌ ମାରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଅଧିନାୟକ ଧୋନୀ (୧୮)। ତାଙ୍କ ଇନିଂସରେ ସାମିଲ ଥିଲା ଦୁଇ ଚୌକା। ରାଜସ୍ଥାନ ବୋଲର ପାଇଁ ଉଇକେଟ ନେଇଥିଲେ ଚେତନ ସାକାରିୟା (୩) ଓ କ୍ରିସ ମୋରିସ (୨)। ଜବାବରେ ସିଏସ୍‌କେର ସ୍ପିନରର୍ସ ଓ ଜାଡେଜାଙ୍କ ଫିଲ୍ଡିଂ ଯୋଗୁ ରାଜସ୍ଥାନ ୯ ଉଇକେଟ ହରାଇ ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମୋଇଲ ଅଲିଙ୍କୁ ମିଳିଥିଲା ୩ ସଫଳତା। ଆଉ ଜାଡେଜା ଓ ସାମ କୁରାନ ହାତେଇଥିଲେ ୨ ଲେଖାଏ ଉଇକେଟ। ଅନ୍ୟପକ୍ଷରେ ଜୋସ ବଟଲର(୪୯ ରନ୍‌ ୫ ଚୌକା ଓ ୨ ଛକା)ଙ୍କ ବ୍ୟତୀତ ଫେଲ୍‌ ମାରିଥିଲେ ରାଜସ୍ଥାନର ସମସ୍ତ ବ୍ୟାଟ୍ସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri