Posted inଖେଳ

ଧୋନୀଙ୍କ କ୍ୟାପଟେନଶିପ୍‌ର ଜବାବ ନାହିଁ

ମୁମ୍ବାଇ,୨୦।୪ : ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱଶୈଳୀର ଜବାବ ନାହିଁ। ମୁମ୍ବାଇ ପିଚ୍‌ ଓ ପ୍ରଥମ ବ୍ୟାଟିଂ ଆଉ ତା’ ପରେ ମ୍ୟାଚ୍‌ ଜିତିବା ବେଶ୍‌ କଷ୍ଟକର। ଏହା ଧୋନୀଙ୍କ ଦକ୍ଷ ନେତୃତ୍ୱ ବଳରେ ସମ୍ଭବ ହୋଇପାରିଛି। ସୋମବାର ଖେଳାଯାଇଥିବା ମ୍ୟାଚ୍‌ ପୂର୍ବରୁ କେବଳ ଥରେ ଓ୍ବାଙ୍ଖଡରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଭାଗରେ ପଡ଼ିଥିଲା ବିଜୟ। ଦୁର୍ଭାଗ୍ୟବଶତଃ ସେଥର ମଧ୍ୟ ରାଜସ୍ଥାନ ରୟାଲ୍ସକୁ ଦେଖିବାକୁ ପଡ଼ିଥିଲା ପରାଜୟର ମୁହଁ। କିନ୍ତୁ ଧୋନୀଙ୍କ ନେତତ୍ୱାଧୀନ ସିଏସ୍‌କେ ଅତି ସହଜ(୪୪ ରନ୍‌)ରେ ରାଜସ୍ଥାନକୁ ହରାଇ ଦେଇଛି। ସିଏସ୍‌କେର ଅଧିନାୟକ ଭାବେ ଏହା ଥିଲା ଧୋନୀଙ୍କ ୨୦୦ତମ ମ୍ୟାଚ୍‌। ରବୀନ୍ଦ୍ର ଜାଡେଜା ୪ କ୍ୟାଚ୍‌ ନେବା ସହ ହାତେଇଥିଲେ ୨ ଉଇକେଟ। ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପୂରା ୨୦ ଓଭରରେ ୯ ଉଇକେଟ ହରାଇ ୧୮୮ ରନ୍‌ କରିଥିଲା। ଦଳ ପାଇଁ ଫାଫ ଡୁ’ପ୍ଲେସି ୩୩ (୪ ଚୌକା ଓ ୨ ଛକା), ମୋଇନ ଅଲି ୨୬ (୧ ଚୌକା ଓ ୨ ଛକା), ସୁରେଶ ରାଇନା ୧୮ (୧ ଲେଖାଏ ଚୌକା ଓ ଛକା), ଅମ୍ବାତି ରାୟୁଡୁ ୨୭ (୩ ଛକା) ଓ ଡ୍ବେନ ବ୍ରାଭୋ ୨୦ ( ୨ ଚୌକା ଓ ୧ ଛକା) ରନ୍‌ କରିଥିଲେ। ପ୍ରଥମରୁ ଧିମା ବ୍ୟାଟିଂ ଓ ପରେ ବଡ଼ ଶଟ୍‌ ମାରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଅଧିନାୟକ ଧୋନୀ (୧୮)। ତାଙ୍କ ଇନିଂସରେ ସାମିଲ ଥିଲା ଦୁଇ ଚୌକା। ରାଜସ୍ଥାନ ବୋଲର ପାଇଁ ଉଇକେଟ ନେଇଥିଲେ ଚେତନ ସାକାରିୟା (୩) ଓ କ୍ରିସ ମୋରିସ (୨)। ଜବାବରେ ସିଏସ୍‌କେର ସ୍ପିନରର୍ସ ଓ ଜାଡେଜାଙ୍କ ଫିଲ୍ଡିଂ ଯୋଗୁ ରାଜସ୍ଥାନ ୯ ଉଇକେଟ ହରାଇ ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମୋଇଲ ଅଲିଙ୍କୁ ମିଳିଥିଲା ୩ ସଫଳତା। ଆଉ ଜାଡେଜା ଓ ସାମ କୁରାନ ହାତେଇଥିଲେ ୨ ଲେଖାଏ ଉଇକେଟ। ଅନ୍ୟପକ୍ଷରେ ଜୋସ ବଟଲର(୪୯ ରନ୍‌ ୫ ଚୌକା ଓ ୨ ଛକା)ଙ୍କ ବ୍ୟତୀତ ଫେଲ୍‌ ମାରିଥିଲେ ରାଜସ୍ଥାନର ସମସ୍ତ ବ୍ୟାଟ୍ସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?