Posted inଖେଳ

ଆସନ୍ତାବର୍ଷ ମଧ୍ୟ ଆଇପିଏଲ୍‌ ଖେଳିବେ ଧୋନୀ

ଆବୁଧାବି: ଆସନ୍ତା ବର୍ଷ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବେ ମହେନ୍ଦ୍ର ସିଂ ଧୋନୀ। ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଚଳିତ ସିଜନର ଶେଷ ମ୍ୟାଚ ଖେଳିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ଏହା ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଧୋନୀଙ୍କୁ ପରବର୍ତ୍ତୀ ଆଇପିଏଲ୍‌ରେ ଦେଖିବାକୁ ମିଳିବ କି ନା ସେ ନେଇ ତାଙ୍କ ଅଗଣିତ ପ୍ରଶଂସକଙ୍କ ମନରେ ଉତ୍ସୁକତା ଥିଲା। ଟସ୍‌ ବେଳେ ନ୍ୟୁଜିଲାଣ୍ଡର ପୂର୍ବତନ ପେସ୍‌ ବୋଲର ଡ୍ୟାନି ମୋରିସନଙ୍କ ପ୍ରଶ୍ନର ଉତ୍ତରରେ ଧୋନୀ କହିଥିଲେ, ଆଇପିଏଲ୍‌ରେ ଏହା ତାଙ୍କର ଶେଷ ମ୍ୟାଚ ନୁହେଁ। ସେ ଆସନ୍ତା ସିଜନରେ ମଧ୍ୟ ସିଏସ୍‌କେ ତରଫରୁ ଖେଳିବେ। କୋଭିଡ୍‌ ଯୋଗୁ ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖାଯିବା ପରେ ଅଗଷ୍ଟ ୧୫ରେ ୩୯ ବର୍ଷୀୟ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଥିଲେ। ସେ ଅତିକମ୍‌ରେ ଦୁଇ ସିଜନ ଆଇପିଏଲ୍‌ ଖେଳିବେ ବୋଲି ଆଶା କରାଯାଉଥିଲା। ଧୋନୀ ଶେଷ ଥର ପାଇଁ ଭାରତ ତରଫରୁ ନ୍ୟୁଜିଲାଣ୍ଡ ବିପକ୍ଷ ୨୦୧୯ ବିଶ୍ୱକପ୍‌ ସେମିଫାଇନାଲ ଖେଳିଥିଲେ। ଚଳିତବର୍ଷ ଆଇପିଏଲ୍‌ରେ ସିଏସ୍‌କେ ସବୁଠାରୁ ନିକୃଷ୍ଟ ପ୍ରଦର୍ଶନ କରିଛି। ପଏଣ୍ଟ ଟେବୁଲର ନିମ୍ନ ଭାଗରେ ରହିଛି। ୩ଥର ଚାମ୍ପିୟନ ଦଳ କ୍ରମାଗତ ସ୍ଥିର ପ୍ରଦର୍ଶନ କରିବା ପରେ ପ୍ରଥମ ଥର ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ଆସନ୍ତା ବର୍ଷ ଆଇପିଏଲ୍‌ ସ୍ବାଭାବିକ ଏପ୍ରିଲ-ମେରେ କରିବା ଲାଗି ଯୋଜନା ରହିଛି। ତେବେ ସେ ସମୟରେ ସମଗ୍ର ବିଶ୍ୱରେ କୋଭିଡ୍‌ ପରିସ୍ଥିତିକୁ ଦେଖି ତାରିଖରେ ପରିବର୍ତ୍ତନ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଭଳି ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ପାଇଁ ମିଳିଥିଲା ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌

୨୦୧୯ ବର୍ଷର ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମିଳିଛି। ତାଙ୍କ ଭଳି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ...

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ କୋହଲି; କିଛି ଏଭଳି ଅଛି ରେକର୍ଡ

ନୂଆଦିଲ୍ଲୀ,୯।୯: ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ଘୋଷଣା କରାଯାଇଛି। ୧୫ ସଦସ୍ୟ ଥିବା ଟିମ୍‌ର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବିରାଟ କୋହଲି।...

ମୋତେ ବଦନାମ କରିବାକୁ ଅଭିଯାନ ଚାଲିଛି: ରମଣ

ନୂଆଦିଲ୍ଲୀ,୧୬।୫(ପି.ଟି.): ଭାରତୀୟ ମହିଳା ସିନିୟର ଦଳର କୋଚ୍‌ ପଦରୁ ବହିଷ୍କୃତ ହେବା ପରେ ଡବ୍ଲ୍ୟୁ.ଭି. ରମଣ ଏବେ ମୁହଁ ଖୋଲିଛନ୍ତି। ମୋତେ ବଦନାମ କରିବାକୁ ଅଭିଯାନ...

ଘରେ ରହି ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଫିଟ୍‌ନେସ ଟିପ୍ସ ଦେଉଛନ୍ତି ଟ୍ରେନର

ନୂଆଦିଲ୍ଲୀ,୨୩।୩- ଭାରତୀୟ କ୍ରିକେଟରମାନେ ଏବେ ଘରେ ଅଛନ୍ତି। କରୋନା ଭାଇରସ୍‌ ଯୋଗୁ ସମସ୍ତ ଜିମ୍‌ ବନ୍ଦ ରହିଛି। ଏଭଳି ସ୍ଥିତିରେ ଖେଳାଳିମାନେ କେଉଁଭଳି ଫିଟ୍‌ ରହିପାରିବେ,...

ଆଶେସ: ସଂଘର୍ଷପୂର୍ଣ୍ଣ ହେବ ଚତୁର୍ଥ ଟେଷ୍ଟ

ମାଞ୍ଚେଷ୍ଟର, ୪।୯(ଏ.ଏଫ୍‌.ପି.)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ହାଇପ୍ରୋଫାଇଲ ଆଶେସ ସିରିଜର ଚତୁର୍ଥ ଟେଷ୍ଟରେ...

ଜୟସୁରିୟା ସସ୍‌ପେଣ୍ଡ

ଦୁବାଇ, ୧୨ା୫ (ପି.ଟି.)-ଶ୍ରୀଲଙ୍କା କ୍ରିକେଟ (ଏସଏଲ୍‌ସି)ର ପରଫର୍ମାନ୍ସ ଅନାଲିଷ୍ଟ ସନଥ ଜୟସୁରିୟା ଆଇସିସି ଦୁର୍ନୀତି ନିରୋଧୀ ବିଧିର ୨ଟି ଧାରା ଉଲ୍ଲଂଘନ କରିଥିବା ଅନ୍ତର୍ଜାତୀୟ କ୍ରିକେଟ...

ଅପମାନଜନକ ଟୁଇଟ୍‌ ପାଇଁ ରବିନସନ୍‌ ସସ୍‌ପେଣ୍ଡ

ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍‌ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍‌ ପୋଷ୍ଟ କରିଥିଲେ।...

ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର

ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍‌ସ ମେଡିସିନ୍‌) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର...

Advertisement
Archives

Model This Week