ଆଜିଠାରୁ ୧୯ କୋଇଲା ବ୍ଲକ ନିଲାମ

ନୂଆଦିଲ୍ଲୀ: ସୋମବାରଠାରୁ ୧୯ କୋଇଲା ବ୍ଲକ ନିଲାମ ଆରମ୍ଭ ହେଉଛି। ବାଣିିଜି୍ୟକ ଖଣି ଅଧୀନରେ ଏହି ନିଲାମ ପ୍ରକ୍ରିୟା ସମ୍ପାଦନ ହେବ। ଏହି ବର୍ଗରେ ଏହା ପ୍ରଥମ ନିଲାମ ହୋଇଥିବା ବେଳେ ବେଦାନ୍ତ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ, ଆଦାନୀ ଏଣ୍ଟରପ୍ରାଇଜେସ, ହିଣ୍ଡାଲକୋ ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଭଳି କମ୍ପାନୀ ଏଥିରେ ଭାଗ ନେବେ ବୋଲି ଜଣାପଡିଛି। ଏହି ପ୍ରକ୍ରିୟା ୮ ଦିନ ଧରି ଚାଲିବ। କୋଇଲା ମନ୍ତ୍ରଣାଳୟର ସଦ୍ୟମ ଇ-ନିଲାମ କ୍ୟାଲେଣ୍ଡର ଅନୁସାରେ ନଭେମ୍ବର ୯ ଯାଏ ଏହା ଚାଲିବ ବୋଲି ସୂଚନା ମିଳିଛି। ସୋମବାର ଚକଲା, ଝାଡଖଣ୍ଡ, ମାରକୀ-ମଙ୍ଗଳୀ-୨, ମହାରାଷ୍ଟ୍ର, ରାଧିକାପୁର(ପଶ୍ଚିମ), ଓଡିଶା, ଟାକଲୀ ଜେନା ବେଲୋରା ଉତ୍ତର ଏବଂ ଦକ୍ଷିଣ(ମହାରାଷ୍ଟ୍ର) , ଉତ୍ତରଣ, ମଧ୍ୟପ୍ରଦେଶ ଭଳି କୋଇଲା ବ୍ଲକର ନିଲାମ ହେବ। ଓଡିଶାର ରାଧିକାପୁର ପଶ୍ଚିମ ବ୍ଲକ ଲାଗି ଜେଏସ୍‌ପିଏଲ୍‌ ଏବଂ ବେଦାନ୍ତ ଲିମିଟେଡ ରେସ୍‌ରେ ରହିଥିବା ଜଣାପଡିଛି। ସେହିଭଳି ଝାଡଖଣ୍ଡର ଚକଲା ବ୍ଲକ ଲାଗି ହିଣ୍ଡାଲ୍‌କୋ ଏବଂ ଆଦାନୀ ନଜରରେ ରହିଛନ୍ତି। ୪୧ ବାଣିଜି୍ୟକ କୋଇଲା ଖଣିର ନିଲାମ ପ୍ରକ୍ରିୟାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ପ୍ରାୟ ୩୩ ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ ଲାଗି ସରକାର ଯୋଜନା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ସେୟାର ବଜାରର, ପ୍ରଥମ ଥର ରେକର୍ଡ ଉଚ୍ଚ ସ୍ତରରେ ନିଫ୍ଟି, ସେନସେକ୍ସ

ମୁମ୍ବାଇ,୫।୧୨: ମଙ୍ଗଳବାର କ୍ରମାଗତ ଷଷ୍ଠ ଦିନ ପାଇଁ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଛି। ଦୁଇ ଭାରତୀୟ ଇଣ୍ଡେକ୍ସ ଏହି ସମୟରେ ନୂଆ ଉଚ୍ଚତା ଛୁଇଁଛନ୍ତି।...

ଶରତ ସାହୁଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୫।୧୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା...

କ୍ରସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୫।୧୨: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କ୍ରସ୍‌ ଲିମିଟେଡ୍‌ ପକ୍ଷରୁ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ବିଶେଷକରି...

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ଭୁବନେଶ୍ୱର,୫।୧୨: ଗତ କିଛି ସପ୍ତାହ ହେବ ଦଲାଲ ଷ୍ଟ୍ରିଟରେ ଉତ୍ସାହ ରହିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇପାରିଛନ୍ତି। ଏପରିକି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)...

ବିଓବିର ନୂତନ ଉତ୍ପାଦ

ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍‌ସ ଓ...

କର୍ମକ୍ଷେତ୍ର ଗଠନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିକଟରେ ପାଳିତ...

ଏଆଇଇଟିର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୫।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆରିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏଆଇଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି।...

ପହିଲାରୁ ବଢ଼ିବ ୪ ଚକିଆ ଯାନ ଦର

ଭୁବନେଶ୍ୱର,୫।୧୨: ଦେଶର ପ୍ରମୁଖ ୪ଚକିଆ ଯାନ ନିର୍ମାତା ଓ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ୨୦୨୪ ଜାନୁୟାରୀରୁ ନୂଆ ଦର ଲାଗୁ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri