Posted inଖେଳ

ଚେନ୍ନାଇରେ ଧୋନି-ନୀତୀଶ ମୁହାଁମୁହିଁ…

ଚେନ୍ନାଇ,୧୪।୫ : ଆଇପିଏଲ ୨୦୨୩ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ରବିବାର ରୟାଲ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିବ। ଏହି ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପଏଣ୍ଟ ଟେବୁଲରେ କେକେଆର ଦଳ ଅଷ୍ଟମ ସ୍ଥାନରେ ଏବଂ ସଏସକେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଚେନ୍ନାଇ ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୭ ଟି ଜିତିଛି ଏବଂ ୪ଟି ହାରିଛି । ଗୋଟିଏ ମ୍ୟାଚରେ ପଏଣ୍ଟ ଭାଗ କରିଛି। ଚେନ୍ନାଇର ପଏଣ୍ଟ ୧୫ ରହିଛି। ଏଥି ସହିତ କୋଲକାତା ୧୨ ଟି ମ୍ୟାଚ ଖେଳିଛି। ଏହାର ପଏଣ୍ଟ ୧୦ ରହିଛି। କୋଲକାତା ପାଞ୍ଚଟି ମ୍ୟାଚ ଜିତି ୭ଟିରେ ହାରିଛି।

ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଏମଏସ ଧୋନି (ଅଧିନାୟକ/ଓ୍ବିକେଟ କିପର), ଋତୁରାଜ ଗାଇକୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାନେ, ଅମ୍ବାତି ରାୟୁଡୁ, ଶିବମ ଦୁବେ, ମୋଇନ ଅଲି, ରବୀନ୍ଦ୍ର ଜାଡେଜା, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ଥେକ୍ସାନା, ମାଥେଶା ପାଥେରାନା , ସିସଣ୍ଡା ମାଗାଲା, ବେନ ଷ୍ଟୋକ୍ସ, ଅଜୟ ଯାଦବ ମଣ୍ଡଳ, ସୁଭ୍ରାନ୍ସୁ ସେନାପତି, ପ୍ରଶାନ୍ତ ସୋଲାଙ୍କି, ସିମରଜିତ ସିଂ, ଆର.ଏସ ହଙ୍ଗରଗେକର, ଆକାଶ ସିଂ, ଭାଗବତ ବର୍ମା, ଶେଖ ରଶିଦ, ନିଶାନ୍ତ ସିନ୍ଧୁ ପ୍ରମୁଖ ଅଛନ୍ତି।

ସେହିପରି କୋଲକାତା ନାଇଟ ରାଇଡର୍ସ ଦଳରେ ରହମାନୁଲ୍ଲା ଗୁରୁବାଜ (ଓ୍ବିକେଟ କିପର), ନୀତୀଶ ରାଣା (ଅଧିନାୟକ), ଜେସନ ରଏ, ଭେଙ୍କଟେଶ ଆୟର, ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ସୁନୀଲ ନାରିନ, ଶାର୍ଦ୍ଦୁଲ ଠାକୁର, ଅନୁକୁଲ ରୟ, ହର୍ଷିତ ରାଣା, ବରୁଣ ଚକ୍ରଭାରଥୀ, ସୁଆଶ ଶର୍ମା, ଭାୟବ ଆରୋରା, ଜଗଦିଶନ, ଲକି ଫର୍ଗୁସନ, ଉମେଶ ଯାଦବ, କୁଲୱନ୍ତ ଖେଜ୍ରୋଲିଆ, ଟିମ ସାଉଥୀ, ମନଦୀପ ସିଂ, ଜନସନ ଚାଲର୍‌ସ, ଡେଭିଡ ୱିସେ, ଆର୍ଯ୍ୟ ଦେଶାଇ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri