Posted inଖେଳ

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଧୋନୀ

ମୁମ୍ବାଇ,୧୫।୪: ଚେନ୍ନାଇର ସୁପର କିଙ୍ଗ୍ସ (ସିଏସକେ)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ତାଙ୍କ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ଟି-୨୦ ଇତିହାସରେ ଯେକୌଣସି ଦଳ ପାଇଁ ଏହା ଧୋନୀଙ୍କ ୨୫୦ ତମ ମ୍ୟାଚ ଥିଲା। ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଧୋନ ଏହି ପ୍ରସଙ୍ଗରେ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ନିକଟରେ କୋହଲି ଆରସିବି ପାଇଁ ୨୫୦ମ୍ୟାଚ ଖେଳିଥିଲେ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଏପର୍ଯ୍ୟନ୍ତ କେହି ଏହି ସଫଳତା ହାସଲ କରିପାରି ନାହାଁନ୍ତି।
ଧୋନୀ ଆଇପିଏଲ ଏବଂ ଚାମ୍ପିଅନ୍ସ ଲିଗରେ ସିଏସକେ ପାଇଁ ଖେଳିଛନ୍ତି। ଅବଶ୍ୟ ଧୋନୀ ଦୁଇଟି ସିଜିନ୍‌ ପାଇଁ ରାଇଜିଂ ପୁଣେ ସୁପରଜିଆଣ୍ଟସ ପ୍ରତିନିଧିତ୍ୱ କରିଥିଲେ କାରଣ ଦୁଇ ବର୍ଷ ପାଇଁ ସିଏସକେକୁ ନିଷେଧ କରାଯାଇଥିଲା। ଧୋନ ୨୦୦୮ରେ ଆଇପିଏଲ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଜଡିତ ଥିଲେ। ପ୍ରଥମ ସିଜିନ ପାଇଁ ଅନୁଷ୍ଠିତ ନିଲାମରେ ସିଏସକେ ଧୋନୀଙ୍କୁ କିଣିଥିଲା।
ଧୋନୀ ଏହି ଟୁର୍ନାମେଣ୍ଟର ସବୁଠାରୁ ସଫଳ ଅଧିନାୟକ। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଛି। ଧୋନୀଙ୍କ ଅଧିନାୟକତ୍ୱରେ ସିଏସକେ ଦଳ ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ବିଜୟୀ ହୋଇଛି। ଧୋନୀଙ୍କ ନେତୃତ୍ୱ ଦକ୍ଷତା କେତେ ଶକ୍ତିଶାଳୀ ତାହା ଏହା ଦର୍ଶାଏ। ତେବେ ଆଇପିଏଲ ୨୦୨୪ ସିଜିନ୍‌ ଆରମ୍ଭର ଠିକ ପୂର୍ବରୁ ଧୋନୀ ସିଏସକେ୍‌ର କମାଣ୍ଡ ଛାଡିଥିଲେ ଏବଂ ତାଙ୍କ ସ୍ଥାନରେ ଋତୁରାଜ ଗାଇକ୍ୱାଡ ଏହି ସିଜନରେ ସିଏସକେର ଅଧିନାୟକତ୍ୱ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?