Posted inଖେଳ

ଧୋନୀ ଭାରତୀୟ କ୍ରିକେଟ ଓ ଏହି ଗେମ୍‌ର ଜଣେ ଲିଜେଣ୍ଡ: ସାମସନ

ଦୁବାଇ, ୩୦।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କେରଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଛି। ତାଙ୍କ ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ରେକର୍ଡ ରନ୍‌ଚେଜ୍‌ ସହ ୨ଟି ଯାକ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି। ଚର୍ଚ୍ଚାରେ ରହିଥିବା ସାମ୍‌ସନ୍‌ଙ୍କୁ କେତେଜଣ ପୂର୍ବତନ ଟିମ୍‌ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ତୁଳନା କରିଛନ୍ତି। ମାତ୍ର ସେ ଏପରି ଚିନ୍ତା କରୁନାହାନ୍ତି ବୋଲି ସାମ୍‌ସନ୍‌ କହିଛନ୍ତି। ”ଧୋନୀଙ୍କ ପରି କେହି ହୋଇ ପାରିବେନି“ ଏବଂ ”କେହି ହେବାକୁ ଚେଷ୍ଟା ମଧ୍ୟ କରିବା ଅନୁଚିତ“ ବୋଲି ସାମସନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରାଜସ୍ଥାନ ଏହାର ପ୍ରଥମ ଦୁଇ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି କଂଗ୍ରେସ ଏମ୍‌ପି କେରଳ ଥିରୁଭାନନ୍ତପୁରମ୍‌ର ଶଶୀ ଥରୁର ତାଙ୍କୁ ପରବର୍ତ୍ତୀ ଧୋନୀଭାବେ ଅଭିହିତ କରିଛନ୍ତି। ମାତ୍ର ସାମ୍‌ସନ ତାହା ଭାବୁ ନାହାନ୍ତି। ” ମୁଁ ନିଶ୍ଚିତ ଯେ, ଧୋନୀଙ୍କ ପରି କେହି ହୋଇ ପାରିବେ ନାହିଁ, କେହି ହେବାକୁ ଚେଷ୍ଟା ମଧ୍ୟ କରିବା ଉଚିତ ନୁହେଁ। ଧୋନୀଙ୍କ ପରି ଖେଳିବା ସହଜ ନୁହେଁ। ମୁଁ କେବେ ତାଙ୍କଭଳି ଖେଳି ପାରିବି ବୋଲି ଚିନ୍ତା କରିନି“। ସେ ଭାରତୀୟ କ୍ରିକେଟ ଏବଂ ଏହି ଗେମ୍‌ର ଜଣେ ଲିଜେଣ୍ଡ“ ବୋଲି ସାମ୍‌ସନ କହିଛନ୍ତି। ସେ କେବଳ ନିଜ ଗେମ୍‌ ଉପରେ ଫୋକସ କରୁଛନ୍ତି ଏବଂ ତାଙ୍କ ଟିମ୍‌ କିପରି ମ୍ୟାଚ ଜିତି ପାରିବ ତାହା ଚିନ୍ତା କରୁଛନ୍ତି ବୋଲି ସାମସନ ପ୍ରକାଶ କରିଛନ୍ତି।
ତାଙ୍କର ଏହି ପ୍ରଦର୍ଶନ ଜାତୀୟ ଦଳରେ ଚୟନ ପାଇଁ ପର୍ଯାପ୍ତ ହେବ କି ପ୍ରଶ୍ନର ଉତ୍ତରରେ ସାମସନ୍‌ ”ହୋଇପାରେ, ନ ହୋଇବିପାରେ’ ବୋଲି କହିଛନ୍ତି। କୌଣସି ଦଳ ପକ୍ଷରୁ ମୁଁ ଖେଳେ ନା କାହିଁକି ତାକୁ ଜିତାଇବା ମୋର ମୁଖ୍ୟ ଲକ୍ଷ୍ୟ। ଏବେ ମୁଁ ଆଇପିଏଲ୍‌ ଉପରେ ଫୋକସ କରୁଛି। ରାଜସ୍ଥାନ ରୟାଲ୍ସ ଦଳର ଜଣେ ସଦସ୍ୟ ହୋଇଥିବାରୁ ମୁଁ ଭାଗ୍ୟବାନ। ଏଥିରେ ବହୁ ଭଲ ଲୋକ ଅଛନ୍ତି ବୋଲି ସାମସନ ପ୍ରକାଶ କରିଛନ୍ତି। ଟିମ୍‌ ଇଣ୍ଡିଆର ଏକ ଜିମ୍‌ ସେସନ ଅବସରରେ ଅଧିନାୟକ ବିରାଟ କୋହଲିଙ୍କ ସହ ସାମସନଙ୍କ ସାକ୍ଷାତ ହୋଇଥିଲା। ସେ ବିରାଟଙ୍କଠାରୁ କେତେକ କଥା ପଚାରି ବୁଝିଥିଲେ। କୋହଲି ତାଙ୍କୁ ପଚାରିଥିଲେ ତୁମେ ଆଉ କେତେବର୍ଷ ଖେଳିପାରିବ ବୋଲି ଭାବୁଛ। ଉତ୍ତରରେ ସାମସନ ୧୦ ବର୍ଷ କହିଥିଲେ। ବିରାଟ କହିଥିଲେ ତୁମେ ଏହି ୧୦ ବର୍ଷ ଖେଳପାଇଁ ଜୀବନ ଲଗାଇଦିଅ। ଏହାପରେ ତୁମ ମନପସନ୍ଦର କେରଳ ଖାଦ୍ୟ ଖାଇପାରିବ। ଏହା ସାମସନଙ୍କ ମନକୁ ବେଶ୍‌ ଛୁଇଁଥିଲା। ଫଳରେ ସେ ଆଗାମୀ ୧୦-୧୨ ବର୍ଷ ଖେଳ ପାଇଁ ନିଜକୁ ଉତ୍ସର୍ଗ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri