ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର ଆଗାମୀ ଚଳଚ୍ଚିତ୍ର GOAT ରେ ମଧ୍ୟ ସମାନ ଘଟଣା ଘଟିଛି। ଏଥିରେ ତେଲଗୁ ଫିଲ୍ମରେ ସୁପରଷ୍ଟାର ଥାଲାପାଥି ବିଜୟ ଅଭିନୟ କରିଛନ୍ତି। କିନ୍ତୁ ଏହି ଫିଲ୍ମରେ ତାଙ୍କ ସହ ଆଉ ଜଣେ ଷ୍ଟାରଙ୍କୁ ଦେଖିବାକୁ ମିଳିଛି। କିନ୍ତୁ ଏହି ଷ୍ଟାର ଫିଲ୍ମ ଜଗତରୁ ନୁହେଁ ବରଂ କ୍ରିକେଟ ଜଗତରୁ ଆସିଛନ୍ତି। ସେ ହେଲେ ମହେନ୍ଦ୍ର ସିଂ ଧୋନି। ଆଜ୍ଞା ହଁ ଧୋନିଙ୍କ ଫିଲ୍ମ ଜଗତକୁ ଏଣ୍ଟ୍ରି ମାରିଛନ୍ତି।

ଦୁଇଥର ଭାରତକୁ ବିଶ୍ୱ ଚାମ୍ପିଅନ କରିଥିବା ଧୋନିଙ୍କ ଚେନ୍ନାଇରେ ବହୁତ ପ୍ରଶଂସକ ଅଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି। ଧୋନି ତାଙ୍କ ଅଧିନାୟକତ୍ୱରେ ଏହି ଦଳକୁ ପାଞ୍ଚଟି ଟାଇଟଲ ଦେଇଛନ୍ତି। ଚେନ୍ନାଇର ଲୋକମାନେ ଧୋନିଙ୍କୁ ଥାଲା ଅର୍ଥାତ ବଡ଼ ଭାଇ ବୋଲି ଡାକନ୍ତି।

ଏହି ଫିଲ୍ମରେ ଧୋନିଙ୍କର ଏକ ଛୋଟ କ୍ୟାମୋ ଦେଖାଦେଇଛି। ତାଙ୍କୁ ଏକ ଆଇପିଏଲ ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିଛି ଏବଂ ବିଜୟ ଏହି ମ୍ୟାଚ ଦେଖୁଥିବା ଦେଖାଯାଇଛି। ଧୋନିଙ୍କ ସ୍କ୍ରିନ ସମୟ ବହୁତ କମ, କିନ୍ତୁ ତାଙ୍କ ଉପସ୍ଥିତି ବହୁତ ହାଇଲାଇଟ ହୋଇଛି ଏବଂ ପ୍ରଶଂସକମାନେ ଏଥିରେ ବହୁତ ଖୁସି ହେଉଛନ୍ତି ।

ବିଜୟଙ୍କ ବ୍ୟତୀତ ଏହି ଫିଲ୍ମରେ ପ୍ରଭାସ ଦେବ, ସ୍ନେହା ମଧ୍ୟ ଅଭିନୟ କରିଛନ୍ତି। ଭେଙ୍କଟ ପ୍ରଭାସ କହିଛନ୍ତି ଯେ ଧୋନି ଫିଲ୍ମର ଅନ୍ତିମ କଟର ଅଂଶ ନୁହଁନ୍ତି। ତେବେ ତାଙ୍କୁ କ୍ରିକେଟ ମ୍ୟାଚ ଦୃଶ୍ୟରେ ଦର୍ଶାଯାଇଛି। ଏହି ଫିଲ୍ମରେ ପୂର୍ବତନ ଭାରତୀୟ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଧୋନି କ୍ରିକେଟ ଜଗତର ବାଦଶାହା ଅଟନ୍ତି। ଏବେ ସେ ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କର ଏକ ପ୍ରଡକ୍ସନ ହାଉସ ଅଛି । ଏହି ପ୍ରଡକ୍ସନ ହାଉସର ନାମ ଧୋନି ଏଣ୍ଟରଟେନମେଣ୍ଟ ଲିମିଟେଡ । ଏହି ପ୍ରଡକ୍ସନ ହାଉସ LGM ନାମକ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri