Posted inଖେଳ

ଧାଓ୍ବନଙ୍କ ଶତକ: ଦିଲ୍ଲୀ ଶୀର୍ଷକୁ ଫେରିଲା

ଶାରଜା,୧୮।୧୦(ପି.ଟି.): ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଅପରାଜିତ ଶତକ (୧୦୧ରନ, ୫୮ ବଲ, ୧୪ ଚୌକା, ୧ ଛକା) ଓ ଡେଥ୍‌ ଓଭରରେ ଅକ୍ଷର ପଟେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଶନିବାର ଟସ୍‌ ଜିତି ଚେନ୍ନାଇ ୪ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ୧୯.୫ ଓଭରରେ ୫ ଉଇକେଟ ହରାଇ ୧୮୫ ରନ କରି ବିଜୟୀ ହୋଇଛି। ଏଥିସହ ଦିଲ୍ଲୀ ୯ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ୨ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷକୁ ଉଠିଛି। ମ୍ୟାଚ୍‌ ବିଜୟୀ ଶତକ ହାସଲ କରିଥିବା ଧାଓନ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୮୦ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଦିଲ୍ଳୀ ଆରମ୍ଭରୁ ପୃଥ୍ବୀ ଶ’ଙ୍କୁ ହରାଇଥିଲା। ପୃଥ୍ବୀ ଖାତା ଖୋଲିବା ପୂର୍ବରୁ ଦୀପକ ଚହରଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଅଭିଜ୍ଞ ଅଜିଙ୍କ୍ୟ ରାହାନେ ୮ ରନ କରିଥିବା ବେଳେ ପଏଣ୍ଟରେ ସାମ କୁରାନଙ୍କୁ କ୍ୟାଚ୍‌ ଦେଇ ଚହରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଧିନାୟକ ଶ୍ରେୟାସ ଆୟାର ଗୋଟିଏ ଲେଖାଏ ଛକା ଓ ଚୌକା ସହ ୨୩ ବଲରୁ ୨୩ ରନ କରି ଡ୍ବେନ ବ୍ରାଭୋଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଫାଫ୍‌ ଡୁପ୍ଲେସିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ଶିଖର ଧାଓ୍ବନ ଓ ଆୟାର ୪୪ ବଲରୁ ୬୮ ରନ ସଂଗ୍ରହ କରିଥିଲେ। ଏହାପରେ ଧାଓ୍ବନ ଓ ମାର୍କସ ଷ୍ଟୋଇନିସ୍‌ ଚତୁର୍ଥ ଉଇକେଟରେ ଦ୍ରୁତ ୨୫ ବଲରୁ ୪୩ ରନ ସଂଗ୍ରହ କରିଥିଲେ। ତେବେ ଷ୍ଟୋଇନିସ୍‌ ୧ ଚୌକା, ୨ ଛକା ସହ ୧୪ ବଲରୁ ୨୪ ରନ କରି ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ମିଡ୍‌ ଉଇକେଟରେ ଅମ୍ବାତି ରାୟୁଡୁଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ ଆଲେକ୍ସ କାରେ ୪ ରନ କରି ଆଉଟ ହୋଇଥିଲେ। ଓପନିଂ କରିବାକୁ ଆସି ଧାଓ୍ବନ ଶତକ ହାସଲ କରିବା ସହ ଅପରାଜିତ ରହିଥିଲେ। ଅକ୍ଷର ୫ ବଲରୁ ୩ ଛକା ସହ ୨୧ ରନକରି ଦଳକୁ ଜିତାଇଥିଲେ। ବୋଲିଂରେ ଚେନ୍ନାଇ ତରଫରୁ ଚହର ୨, ସାମ କୁରାନ, ଠାକୁର ଓ ବ୍ରାଭୋ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ଖାତା ଖୋଲିବା ପୂର୍ବରୁ ଓପନର ସାମ୍‌ କୁରାନଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। କୁରାନ କୌଣସି ରନ ନ କରି ଥାର୍ଡମ୍ୟାନ ବାଉଣ୍ଡାରିରେ ଏନ୍‌ରିଚ୍‌ ନୋର୍ଜେଙ୍କୁ କ୍ୟାଚ୍‌ ଦେଇ ତୁଷାର ଦେଶପାଣ୍ଡେଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଡୁପ୍ଲେସି ଓ ସେନ୍‌ ଓ୍ବାଟସନ ୬୭ ବଲରୁ ୮୭ ରନକରି ସ୍ଥିତି ସମ୍ଭାଳିଥିଲେ। ଓ୍ବାଟସନ ୨୮ ବଲରୁ ୬ ଚୌକା ସହ ୩୬ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ନୋର୍ଜେଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଡୁପ୍ଲେସି ୪୭ ବଲରୁ ୬ ଚୌକା ଓ ୨ ଛକା ସହ ୫୮ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ କାଗିସୋ ରାବାଡାଙ୍କ ବଲ୍‌ରେ ଲଙ୍ଗ୍‌ ଅନ୍‌ରେ ଧାଓ୍ବନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମାତ୍ର ୩ ରନ କରିଥିବା ବେଳେ ସେ ଉଇକେଟକିପର ଆଲେକ୍ସ କାରେଙ୍କୁ କ୍ୟାଚ୍‌ ଦେଇ ନୋର୍ଜେଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ରାୟୁଡୁ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ଗତିରେ ବ୍ୟାଟିଂ କରି ପଞ୍ଚମ ଉଇକେଟରେ ମାତ୍ର ୨୧ଟି ବଲ ଖେଳି ଅପରାଜିତ ଦ୍ରୁତ ୫୦ ରନ ସଂଗ୍ରହ କରିଥିଲେ। ରାୟୁଡୁ ୨୫ଟି ବଲ୍‌ ଖେଳି ୧ ଚୌକା ଓ ୪ ଛକା ସହ ୪୫ ଏବଂ ଜାଡେଜା ମାତ୍ର ୧୩ଟି ବଲରୁ ୪ ଛକା ସହ ୩୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦିଲ୍ଲୀ ତରଫରୁ ନୋର୍ଜେ ୨, ଦେଶପାଣ୍ଡେ ଓ ରାବାଡା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୭୯/୪
(ଡୁପ୍ଲେସି- ୫୮, ରାୟୁଡୁ- ୪୫*, ଓ୍ବାଟସନ- ୩୬, ଜାଡେଜା- ୩୩*, ନୋର୍ଜେ- ୨/୪୪, ଦେଶପାଣ୍ଡେ- ୧/୩୯, ରାବାଡା- ୧/ ୩୩)।
ଦିଲ୍ଲୀ କ୍ୟାପିଟାଲ୍ସ ୧୯.୫ ଓଭରରେ ୧୮୫/୫
(ଧାଓ୍ବନ- ୧୦୧*, ଆୟାର- ୨୩, ଷ୍ଟୋଇନିସ୍‌- ୨୪ , ଅକ୍ଷର-୨୧*, ଦୀପକ ଚହର- ୨/୧୮, ଠାକୁର- ୧/୩୯, କୁରାନ- ୧/୩୫, ବ୍ରାଭୋ- ୧/୨୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri