Posted inଖେଳ

ଚେନ୍ନାଇକୁ ହଟାଇ ଶୀର୍ଷରେ ଦିଲ୍ଲୀ

ଅହମ୍ମଦାବାଦ,୨।୫ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା ପଞ୍ଜାବ କିଙ୍ଗ୍ସ। ହେଲେ ପୃଥ୍ବୀ ଶ’ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ି ଏହାକୁ ଅତି ସାଧାରଣ ସ୍କୋରରେ ପରିଣତ କରି ଦେଇଥିଲା। ଦୁହେଁ ପାଓ୍ବରପ୍ଲେରେ ଯୋଡ଼ିଥିଲେ ୬୩ ରନ୍‌। ପୃଥ୍ବୀ (୩୯) ଆଉଟ୍‌ ହେବା ପରେ ଟପ୍‌ ଫର୍ମରେ ଥିବା ଧାଓ୍ବନ (୬୯* ରନ୍‌, ୬ ଚୌକା ଓ ୨ ଛକା) ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ଦଳକୁ ଦେଇଥିଲେ ବିଜୟ ଭେଟି। ଦିଲ୍ଲୀ ୧୭.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ବିଜୟ ସହ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଦଳ ପାଖରେ ଅଛି ସର୍ବାଧିକ ୧୨ ପଏଣ୍ଟ। ଗତ କାଲି ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜୟ ବରଣ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦ୍ୱିତୀୟ ସ୍ଥାନକୁ ଖସିଯାଇଛି।

କାମଚଳା ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ୫୮ ବଲରେ ଖେଳିଥିଲେ ୯୯ ରନ୍‌ର ଅପରାଜିତ ଇନିଂସ। ତାଙ୍କ ପାଳିରେ ଥିଲା ୮ ଚୌକା ଓ ୪ ଛକା। ତାଙ୍କୁ କେହି ଉଚିତ ସହଯୋଗ ଦେଇପାରି ନ ଥିଲେ। ଏହାସତ୍ତ୍ୱେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ ହରାଇ ୧୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ହାତେଇଥିଲେ ୩ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜେନ୍ଦରଙ୍କ କ୍ରମାଗତ ୧୨ତମ ବିଜୟ

ଦୁବାଇ,୨୩।୧୧(ପି.ଟି.)- ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ ଘାନାର ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଚାର୍ଲସ ଆଡାମୁଙ୍କୁ ହରାଇ ଦେଇଛନ୍ତି। ଅପରାଜେୟ ହୋଇ ରହିଥିବା ହରିୟାଣା...

ମହାନ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଲେ କୋହଲି

ଓଭାଲ,୨।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଚୌକା ଲଗାଇ ଖାତା ଖୋଲିଛନ୍ତି। ଏଥିସହ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପୂରଣ...

୩୦୩ ତମ ଟେଷ୍ଟ ଖେଳାଳି ହେଲେ ଶ୍ରେୟାସ, କାନପୁର ‘ବାଦଶାହା’ ଦେଲେ କ୍ୟାପ୍‌

କାନପୁର,୨୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ତାଙ୍କର ଟେଷ୍ଟ ଡେବ୍ୟୁ କରିଛନ୍ତି । ଭାରତୀୟ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର...

ଏସିଆନ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: କାଜାଖସ୍ତାନଙ୍କୁ ହରାଇଲା ଭାରତ

ମାନିଲା, ୧୧ା୨ (ପି.ଟି.)- କିଡାମ୍ବି ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଏହାର ଓପନିଂ ଗ୍ରୁପ୍‌ ମ୍ୟାଚରେ ୪-୧ରେ କାଜାଖସ୍ତାନକୁ...

ଆଇପିଏଲ୍‌ରୁ ସନ୍ନ୍ୟାସ ନା କିଛି ବଡ଼ ଘୋଷଣା? ସେପ୍ଟେମ୍ବର ୨୫ରେ ଲାଇଭ୍‌ ଆସିବେ ଧୋନୀ

ନୂଆଦିଲ୍ଲୀ,୨୪।୯: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଶଂସକଙ୍କ ଲାଗି କିଛି ନୂଆ ଏବଂ ବଡ଼ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୨୫ ଅପରାହ୍ନ...

ପାକିସ୍ତାନର ମହାବିଜୟ

କଲମ୍ବୋ,୨୦।୭: ବୁଧବାର ଗଲ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ପାକିସ୍ତାନ ଏକ ଐତିହାସିକ ବିଜୟ ହାସଲ କରିଛି। ମ୍ୟାଚ୍‌ର ଶେଷ ଦିନରେ ଶ୍ରୀଲଙ୍କା ଦେଇଥିବା...

ବାକି ସମସ୍ତଙ୍କଠାରୁ ଭିନ୍ନ ଲକ୍ଷ୍ନୌର ଜର୍ସି-ଆନ୍ଥେମ୍‌

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ର ୧୫ତମ ସଂସ୍କରଣରେ ଡେବ୍ୟୁ କରିବାକୁ ଯାଉଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ମଙ୍ଗଳବାର ଟିମ୍‌ ପକ୍ଷରୁ ଜର୍ସି ଏବଂ ଟିମ୍‌ ଆନ୍ଥେମ୍‌ ରିଲିଜ...

ବାବର ଆଜମ ପାକିସ୍ତାନ ଦିନିକିଆ ଅଧିନାୟକ

କରାଚୀ, ୧୪ା୫ (ପି.ଟି.)-ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ବୁଧବାର ପାକିସ୍ତାନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଥିବାବେଳେ ଆଝାର ଅଲି ପୂର୍ବଭଳି...

Advertisement
Archives

Model This Week