Posted inରାଜ୍ୟ

ପରିବାରବାଦ ଉପରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ହାସ୍ୟାସ୍ପଦ : ବିଜେଡି

ଭୁବନେଶ୍ୱର,୩୧ା୮(ଅନିଲ ଦାସ): ପରିବାରବାଦ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମତ ରଖିଛନ୍ତି ତାହା ଅନ୍ୟନ୍ତ ହାସ୍ୟାସ୍ପଦ। ଧର୍ମେନ୍ଦ୍ର ମଧ୍ୟ ପରିବାରବାଦ ରାଜନୀତି ମଧ୍ୟରୁ ଆସିଛନ୍ତି ଏବଂ ରାଜନୈତିକ ପରିବାରର ସୁବିଧାକୁ ଉପଭୋଗ କରିଛନ୍ତି। ହେଲେ ଓଡ଼ିଶାର ଜନସାଧାରଣ ତାଙ୍କୁ ଆଶୀର୍ବାଦ ଦେଇନାହାନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୁଁ ଏକ ରାଜନୈତିକ ପରିବାରରୁ ଆସିଛି, ହେଲେ ବ୍ୟକ୍ତିଗତ ସ୍ତରରେ କଠିନ ପରିଶ୍ରମ ପାଇଁ ଜନତା ମୋତେ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହେବାକୁ ଆଶୀର୍ବାଦ କରିଛନ୍ତି ା ହେଲେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ଜନସାଧାରଣ ଆଶୀର୍ବାଦ ଦେଇନାହାନ୍ତି। ୨ଟି ନିର୍ବାଚନ ହାରିବା ପରେ ସେ ଗଳାବାଟ ଜରିଆରେ ବିହାର ଏବଂ ମଧ୍ୟପ୍ରଦେଶ ଭଳି ଅନ୍ୟ ରାଜ୍ୟରୁ ରାଜ୍ୟ ସଭାକୁ ଯାଇଛନ୍ତି।

କ୍ଲିନ୍‌ ଏନର୍ଜି ସେସ୍‌ ବାବଦରୁ ପ୍ରାୟ ୬୦ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି, ହେଲେ ଓଡ଼ିଶାକୁ ଗୋଟିଏ ପଇସା ମିଳିନି। କେନ୍ଦ୍ରମନ୍ତ୍ରୀ ଯେତେବେଳେ ସୁକିନ୍ଦାରେ ପ୍ରଦୂଷଣ ବାବଦରେ ଉଲ୍ଲେଖ କରୁଛନ୍ତି, ସେତେବେଳେ ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ଯାଜପୁର ଜିଲାର ଜନତାଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ ବୋଲି ସେ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?