ଆୟୁଷ୍ମାନ୍‌ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ

ଭୁବନେଶ୍ୱର,୨୮।୯(ବ୍ୟୁରୋ):  ସାମଗ୍ରିକ ଏବଂ ସମାବେଶୀ ସ୍ବାସ୍ଥ୍ୟ ମଡେଲ ତଥା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲୋକଙ୍କ ଚିକିତ୍ସା ପାଇଁ ହେଉଥିବା ସମସ୍ୟା ଦୂରକରିବା ଦିଗରେ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଆୟୁଷ୍ମାନ ଭାରତ-ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଦ୍ୱାରା ଦେଶରେ ଥିବା ହସ୍ପିଟାଲ ମଧ୍ୟରେ ଲୋକଙ୍କୁ ଡିଜିଟାଲ ସ୍ବାସ୍ଥ୍ୟସେବା ଯୋଗାଇବାରେ ସଂଯୋଗ ସ୍ଥାପନ କରିବ। ଦେଶର ସ୍ବାସ୍ଥ୍ୟସେବାକୁ ଅଧିକ ସଶକ୍ତ ଏବଂ ସୁଗମ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ନିଆଯାଇଥିବା ପଦକ୍ଷେପ ଦ୍ୱାରା ଦେଶର ନାଗରିକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ଡିଜିଟାଲରେ ସୁରକ୍ଷିତ ରହିବ। ସମସ୍ତେ ଟେକ୍ନୋଲୋଜି ମାଧ୍ୟମରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଲାଭ ପାଇପାରିବେ ା ଏହି ଡିଜିଟାଲ ସ୍ବାସ୍ଥ୍ୟ ମିଶନ କେବଳ ଦେଶରେ ସ୍ବାସ୍ଥ୍ୟସେବା ଯୋଗାଇଦେବାର ଦକ୍ଷତା, କାର୍ଯ୍ୟକାରିତା ଏବଂ ସ୍ବଚ୍ଛତାକୁ ଉନ୍ନତ କରିବ ନାହିଁ ବରଂ ଆର୍ଥିକ ସଙ୍କଟରୁ ମଧ୍ୟ ଲୋକଙ୍କୁ ରକ୍ଷା କରିବାରେ ସହାୟକ ହେବ। ଆୟୁଷ୍ମାନ ଯୋଜନା ଦେଶରେ ଗରିବ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୨ କୋଟିରୁ ଅଧିକ ଲୋକ ମାଗଣା ସ୍ବାସ୍ଥ୍ୟସେବାରେ ଉପକୃତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ହିତାଧିକାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ନୂତନ ଉପ ମହାପ୍ରବନ୍ଧକ

ଭୁବନେଶ୍ୱର,୯।୯:ଦେଶର ପ୍ରମୁଖ ବୀମା କମ୍ପାନୀ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ଭାବେ ସଦାନନ୍ଦ ମହାନ୍ତି ଯୋଗ ଦେଇଛନ୍ତି। ଏହା ପୂର୍ବରୁ...

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷିତ: ମିହିର ଦାସ, ଅର୍ଚ୍ଚିତା ଶ୍ରେଷ୍ଠ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୩୦ତମ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମିହିର ଦାସଙ୍କୁ...

ଓଡ଼ିଆକୁ ପୋଲିସର ଅଣଦେଖା

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ହେବ। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବିଧାନ ନିମନ୍ତେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ-୨୦୧୮ ଗୃହୀତ ହୋଇଛି। ହେଲେ...

ବିବାହ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିବ୍ୟଶଙ୍କର

ପୁରୀ ଅଫିସ,୨୭।୨: କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅଗସ୍ତି ଶ୍ରୀମନ୍ଦିରରେ...

ଗହଳି କମାଇଛି କୋଭିଡ୍‌ ରିପୋର୍ଟ

ପୁରୀ ଅଫିସ,୫।୧: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ପ୍ରାୟ ୪ ହଜାର ଭକ୍ତ ଦାରୁଦିଅଙ୍କ ଦର୍ଶନ କରିଥିଲେ। ତେଣୁ ଆଗାମୀ ଦିନଗୁଡ଼ିକରେ...

ଏମ୍‌କେସିଜିରେ କରୋନା ସନ୍ଦିଗ୍ଧ: ଦୁବାଇରୁ ଫେରିଥିଲେ

ବ୍ରହ୍ମପୁର ଅଫିସ ,୧୪।୩ – ସାରା ବିଶ୍ୱରେ ଏବେ ମାରାତ୍ମକ କରୋନା ଭୂତାଣୁ ଆତଙ୍କ। ଏଭଳି ସ୍ଥିତିରେ ଗଞ୍ଜାମ ଜିଲା ଚିକିଟି ଅଞ୍ଚଳର ଜଣେ କରୋନା...

ମଙ୍ଗଳବାରଠୁ ଆଉ ୨ ରୁଟ୍‌ରେ ଗଡ଼ିବ ମୋ’ ବସ୍‌

ଭୁବନେଶ୍ୱର,୮ା୬(ବ୍ୟୁରୋ)-ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଆଉ ୨ଟି ରୁଟ୍‌ରେ ମୋ’ବସ୍‌ ଚଳାଚଳ କରାଯିବ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ...

ଇଶାନ କୁମାର ପାତ୍ର ଆଇଏଏନ୍‌ଏସ୍‌ ସଭାପତି

କଟକ ଅଫିସ,୯।୧୦: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଇଣ୍ଡିଆନ ଏକାଡେମୀ ଅଫ୍‌ ନ୍ୟୁରୋ ସାଇନ୍ସ (ଆଇଏଏନ୍‌ଏସ୍‌)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।...

Advertisement
Archives

Model This Week