Posted inଜାତୀୟ

ୟୁଜିସି ବିବାଦକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ କ୍ୟାମ୍ପସ୍‌ରେ…

ନୂଆଦିଲ୍ଲୀ,୨୮।୧: ୟୁଜିସି ଗାଇଡ୍‌ଲାଇନ୍‌କୁ ନେଇ ବିବାଦ ସୃଷ୍ଟିହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କ୍ୟାମ୍ପସ୍‌ରେ ଜାତିଗତ ଭେଦଭାବ ଦୂରକରିବା ପାଇଁ ଜାରି ନିୟମର ଦୁରୁପଯୋଗ ହେବାକୁ ଦିଆଯିବ ନାହିଁ। ଏହା ୟୁଜିସି, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ। ସମ୍ବିଧାନ ପରିସର ଭିତରେ ସମସ୍ତ କାର୍ଯ୍ୟ କରାଯିବ। ଏହି ବିଷୟ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି। ଏଥିରେ ଯେମିତି କୌଣସି ଭେଦଭାବ ନ ହେବ, ତାହା ସେ ସୁନିଶ୍ଚିତ କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ପ୍ରକାଶ ଯେ, ଗତ ଜାନୁଆରୀ ୧୩ରେ ପ୍ରମୋଶନ୍‌ ଅଫ୍‌ ଇକ୍ୱିଟି ଇନ୍‌ ହାୟର ଏଜୁକେଶନ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ରେଗୁଲେଶନ୍‌, ୨୦୨୬କୁ ନେଇ ବିବାଦ ମୁଣ୍ଡ ଟେକିଛି।

ଦେଶର ୟୁନିଭିର୍ସିଟି ଏବଂ ଉଚ୍ଚ ଶିକ୍ଷାନିଷ୍ଠାନଗୁଡ଼ିକରେ ଜାତିଗତ ବୈଷମ୍ୟ ଦୂରକରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ କରାଯାଇଛି। ତଦନୁସାରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଇକ୍ୱାଲ ଅପର୍ଚୁନିଟି ସେଣ୍ଟର ଏବଂ ଇକ୍ୱିଟି କମିଟି ଗଠନ କରାଯିବ। ଏଥିସହ ଜାତିଗତ ବୈଷମ୍ୟର ଶିକାର ହେଉଥିବା ଛାତ୍ରୀଛାତ୍ରଙ୍କୁ ସହାୟତା ପ୍ରଦାନ ପାଇଁ ୨୪X୭ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯିବ। କାହା ସହ ଭେଦଭାବ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ ନିୟମ ରହିଛି। ତେବେ ଏହାକୁ ନେଇ ଉଚ୍ଚ ଜାତିର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଆପତ୍ତି ଉଠାଇଛନ୍ତି। ଉକ୍ତ ନିୟମର ଭାଷା ଅସ୍ପଷ୍ଟ ଥିବାରୁ ମିଥ୍ୟା ଅଭିଯୋଗ ବଳରେ ଏହାର ଦୁରୁପଯୋଗ ହେବା ଆଶଙ୍କା କରି କେତେଜଣ ଛାତ୍ରୀଛାତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିଶନରେ ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ କରାଯାଇଛି। ବିଶେଷକରି ଉକ୍ତ ନିୟମରେ ସାଧାରଣ ବର୍ଗର ଛାତ୍ରୀଛାତ୍ର ଓ ଫାକଲ୍ଟିମାନଙ୍କୁ ବାଦ୍‌ ଦିଆଯାଇଥିବାରୁ ଜାତିଗତ ବୈଷମ୍ୟର ପରିଭାଷାକୁ ସଂକୀର୍ଣ୍ଣ ବୋଲି ଦର୍ଶାଯାଇଛି। ଏହି ନିୟମ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରଗୁଡ଼ିକର ଉଲ୍ଲଂଘନ କରୁଥିବା ଅଭିଯୋଗ ଅଣାଯାଇଛି। ଏଥିସହ ନିୟମକୁ ନିରପେକ୍ଷ ଭାବେ ପୁନଃ ପରିଭାଷିତ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରାଯାଇଛି। ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସହାୟକ ହେବା ଭଳି ସମାନତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀଙ୍କ ମତରେ ‘ଜାତିଗତ ବୈଷମ୍ୟ’ର ପରିସରକୁ କେବଳ ତଫସିଲଭୁକ୍ତ ଜାତି (ଏସ୍‌ସି), ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ଏବଂ ଅନ୍ୟ ପଛୁଆବର୍ଗ (ଓବିସି) ବର୍ଗରେ ସୀମିତ କରିଦେବା ଦ୍ୱାରା ୟୁଜିସି ସାଧାରଣ ବା ଅଣସଂରକ୍ଷିତଙ୍କ ପାଇଁ ବ୍ୟବସ୍ଥାଗତ ସୁରକ୍ଷା ଓ ଅଭିଯୋଗ ଶୁଣାଣି ପ୍ରତି ଅଣଦେଖା କରିଛି। ସାଧାରଣ ବର୍ଗର ପିଲା ନିର୍ଯାତନାର ଶିକାର ହେଲେ ସେମାନଙ୍କୁ ନ୍ୟାୟ ପ୍ରଦାନର ବ୍ୟବସ୍ଥା ଏଥିରେ କରାଯାଇନାହିଁ। ତେଣୁ ଇକ୍ୱାଲ ଅପର୍ଚୁନିଟି ସେଣ୍ଟର, ଇକ୍ୱିଟି ହେଲ୍‌ପଲାଇନ୍ସ ଏବଂ ଓମ୍‌ବୁଡ୍ସପର୍ସନ ବ୍ୟବସ୍ଥାକୁ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ କରାଯାଉ ବୋଲି ଏଥିରେ ଅନୁରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିର ଦଳିତ ଛାତ୍ର ରୋହିତ ଭେମୁଲାଙ୍କ ମୃତ୍ୟୁ ପରେ ଏହି ବିଷୟ ପ୍ରଥମେ ସୁପ୍ରିମକୋର୍ଟକୁ ଯାଇଥିଲା। ସେ ଜାତିଆଣ ଭେଦଭାବର ଶିକାର ହୋଇ ଆତ୍ମହତ୍ୟା କରିଥିବାରୁ ୨୦୧୨ର ରାଗିଂ ନିରୋଧୀ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ ଅଣାଯାଇଥିଲା। ତେବେ ଉକ୍ତ ଗାଇଡ୍‌ଲାଇନ୍‌ କେବଳ କାଗଜକଲମରେ ସୀମିତ ରହିଥିବା ଏବଂ ଏହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବା ସୁପ୍ରିମକୋର୍ଟ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?