ଅବ୍ୟବସ୍ଥାରେ ଧର୍ମଶାଳା ବ୍ଲକ: ଅପରିଷ୍କାର ଯାତ୍ରୀ ବିଶ୍ରାମାଗାର, ଭାଙ୍ଗି ରୁଜି ଗଲାଣି ଶୌଚାଳୟ

ଧର୍ମଶାଳା,୨୪।୫ (ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ବ୍ଲକ ପରିସର ମଧ୍ୟରେ ଥିବା ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏହାସତ୍ତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆ ଯାଉନାହିଁ। ଏହି ବ୍ଲକ ଅଧୀନରେ ୪୫ଗୋଟି ପଞ୍ଚାୟତ ରହିଛି। ତେଣୁ ଦୈନିକ ବହୁସଂଖ୍ୟକ ଲୋକ ନିଜର ଆପତ୍ତି ଅଭିଯୋଗ ସହିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ଲକକୁ ଆସିଥାନ୍ତି । ଭତ୍ତା, ଆବାସ ଭଳି ସମସ୍ୟା ପାଇଁ ଅନଗ୍ରସର ବ୍ୟକ୍ତି ବିଶେଷ ମାନଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଧା ମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ହେଲେ କାର୍ଯ୍ୟରେ ବିଳମ୍ବ ହେବା ଯୋଗୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ସେହିପରି ଏସ୍‌ଏଚ୍‌ଜି ଗ୍ରୁପର ମହିଳା ମାନେ ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଆସିଥାନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଯାତ୍ରୀ ବିଶ୍ରାମାଗାର କରାଯାଇଛି। ଉକ୍ତ ଘରର ତଳେ ବସିବା ପାଇଁ ଟାଇଲର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହା ପାନ ଛେପ ଯୋଗୁ ସମ୍ପୂର୍ଣ୍ଣ ଭାବେ ଅପରିଷ୍କାର ହୋଇ ରହିଛି।

ସେହିପରି ଶୌଚାଳୟ ରହିଥିଲେ ହେଁ କାହାର କବାଟ ନାହିଁ ତ କାହାର ଟ୍ୟାପ ନାହିଁ କି ବେଶିନ ନାହିଁ।
ସେହିପରି ପାନୀୟ ଜଳ ର ବ୍ୟବସ୍ଥା କରାଯାଇଛି ସତ ହେଲେ ସବୁ ସମୟରେ ପାଣି ମିଳିବା ସମ୍ଭବ ହୋଇ ନ ଥାଏ। ଅନେକ ସମୟରେ ବ୍ଲକ ପରିସର ମଧ୍ୟରେ ଅଭିଯୋଗ ଶୁଣାଣୀ ଶିବିର ହୋଇଥାଏ। ଏହି ଶିବିରରେ ଜିଲାପାଳ, ଜିଲା ଏସ୍‌ପି ଓ ଅନେକ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଆସିଥାନ୍ତି। ଲୋକଙ୍କ ସମସ୍ୟା ବୁଝି ସମାଧାନ କରିଥାନ୍ତି। କିନ୍ତୁ ଖୋଦ ବ୍ଲକ ପ୍ରଶାସନ ଅପରିଷ୍କାର ଓ ଅବହେଳାରେ ରହିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଉପରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଛାତ୍ରଛାତ୍ରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ପରାମର୍ଶ: ଏଚ୍‌ଆଇଭି-ଏଡ୍‌ସ୍ ଏବଂ ଯକ୍ଷ୍ମା ରୋଗରୁ ବର୍ତ୍ତିବାର ଉପାୟ ସମ୍ପର୍କରେ ସଚେତନ…

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏଚ୍‌ଆଇଭି (HIV), ଏଡ୍‌ସ୍ ଏବଂ ଯକ୍ଷ୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri