ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ବ୍ଲକର ୭ ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ୧୫ ମଣ୍ଡିରୁ ୮୦୧୯ ଚାଷୀଙ୍କଠାରୁ ଗୁରୁବାର ସୁଦ୍ଧା ୩ ଲକ୍ଷ ୫୯ ହଜାର ୫୧୨ କୁଇଣ୍ଟାଲ ଧାନ ଉଠିଥିବା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସୂଚନା ମିଳିଛି।

ମଣ୍ଡିରୁ ଧାନ  ଉଠୁ ନ ଥିବାରୁ ଚଳିତ ମାସ ୮ ତାରିଖରେ ଧରିତ୍ରୀରେ ଖବର ପ୍ରସାରଣ କରାଯାଇଥିଲା।ଚାଷୀ ମାନେ ଶୀତ କାକରରେ ଖୋଲା ଆକାଶ ତଳେ ଦିନରାତି ପାଳିକରି ଧାନ ଜଗୁଥିଲେ । କେସିଙ୍ଗା ବ୍ଲକର ଗୋକୁଲେଶ୍ୱର୍‌  ପ୍ରାଥମିକ କୃଷି ସମବାୟ ସମିତିରୁ ଗୋଟିଏ ଧାନ ମଣ୍ଡିରୁ ୧୦୩୬ ଜଣଙ୍କ ଚାଷୀଙ୍କ ଠାରୁ ୫୨ ହଜାର ୫୫୧ କୁଇଣ୍ଟାଲ ଧାନ ଉଠି ଥିବା ବେଳେ ବର୍ତ୍ତମାନ ୨୯୪.୨୪ କୁଇଣ୍ଟାଲ ଧାନ ଉଠି ନାହିଁ। ସେହିପରି କଶୃପଡ଼ା ପ୍ରାଥମିକ କୃଷି ସମବାୟ ସମିତିର ୩ଟି ଧାନ ମଣ୍ଡିର ୯୮୬ଜଣ ଚାଷୀଙ୍କ ୪୭ହଜାର ୨୬୨.୪୦ କୁଇଣ୍ଟାଲ ଧାନ ଉଠିଛି। ବାକି ୫୨୨.୮୭ କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି। କାଣ୍ଡେଲର ୩ଟି ଧାନ ମଣ୍ଡି ରୁ ୧୦୯୮ଜଣ ଚାଷୀଙ୍କ ଠାରୁ ୪୩ହଜାର ୮୮୦.୩୪ କୁଇଣ୍ଟାଲ ଧାନ ଉଠିଛି ଏବଂ  ୧୦୭.୬୫ କୁଇଣ୍ଟାଲ  ଧାନ ଉଠି ନାହିଁ। କେସିଙ୍ଗା ପ୍ରାଥମିକ କୃଷି ସମବାୟ ସମିତିରୁ ୨ ଧାନ ମଣ୍ଡି ରୁ ୫୧୪ ଜଣ ଚାଷୀଙ୍କ ଠାରୁ ୨୦ହଜାର ୬୨୧.୪୪ କୁଇଣ୍ଟାଲ  ଧାନ ଉଠି ଥିବା ବେଳେ ୨୯୯.୪୪ କୁଇଣ୍ଟାଲ ଧାନ ପଡ଼ି ରହିଛି। ସେହିପରି ପାଷ୍ଟିକୁଡ଼ି ପ୍ରାଥମିକ କୃଷି ସମବାୟ ସମିତିରୁ ଗୋଟିଏ ଧାନ ମଣ୍ଡିର ୧୦୫୧ଜନ ଚାଷୀଙ୍କଠାରୁ ୪୬ହଜାର ୬୧୯.୦୮ କୁଇଣ୍ଟାଲ ଧାନ ଉଠିଛି। ଆଉ ୨୦୪.୫୯ କୁଇଣ୍ଟାଲ  ମଣ୍ଡି ରେ ଧାନ  ପଡ଼ି ରହିଛି।ତୁଣ୍ଡଲା ପ୍ରାଥମିକ କୃଷି ସମବାୟ ସମିତିର ୩ଟି ଧାନ ମଣ୍ଡି ରୁ  ୧୬୬୪ ଜନଚାଷୀଙ୍କ ଠାରୁ ୭୦ହଜାର ୬୫୯.୬୬ ଧାନ ଉଠିଥିବା ବେଳେ  ଆଜି ସୁଦ୍ଧା ୫୨୬.୯୩ କୁଇଣ୍ଟାଲ  ଧାନ ମଣ୍ଡିରେ ପଡ଼ି ରହିଛି।ସେହିପରି ଉତ୍କେଳା  ପ୍ରାଥମିକ କୃଷି ସମବାୟ ସମିତିର ୨ଟି ଧାନ ମଣ୍ଡି ର ୧୬୭୦ଜନ ଚାଷୀଙ୍କ ଠାରୁ ୭୭ହଜାର ୯୧୭.୯୨କୁଇଣ୍ଟାଲ   ଉଠିଥିବା ବେଳେ ୪୮୨.୯୨କୁଇଣ୍ଟାଲ ଧାନ ମଣ୍ଡି ରେ ପଡ଼ି ରହିଛି। ବର୍ତ୍ତମାନ ସୁଦ୍ଧା ୮ଜହାର ୧୯ ଜଣଙ୍କ ଚାଷୀଙ୍କଠାରୁ ଗୁରୁବାର  ସୁଦ୍ଧା ୨ହଜାର ୪୩୮.୬୪ କୁଇଣ୍ଟାଲ ଉଠି ନ  ଥିବା ନିୟନ୍ତ୍ରିତ ବଜାର କମିଟି  ପକ୍ଷରୁ ଜଣାପଡ଼ିଛି। ଏ  ସଂକ୍ରାନ୍ତରେ କେସିଙ୍ଗା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଜ୍ୟୋତି ରଞ୍ଜନ  ଦାଶଙ୍କୁ ପଚାରିବାରୁ  ଗୁରୁବାର  କିକିଆ ଓ ପାଷ୍ଟିକୁଡି ଚାଷୀଙ୍କଠାରୁ ଧାନ କିଛି  ଉଠାଯାଇଛି, ଚଳିତ ସପ୍ତାହରେ ୭ ଟି ପେକ୍ସରେ ସବୁ ଧାନ ଉଠିଯିବ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri