ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ ଆଗକୁ ବଢ଼ୁଛି। ପ୍ରଯୁକ୍ତି ବିକାଶ ସେନାକୁ ସଶକ୍ତ ଓ ଦକ୍ଷ କରୁଥିଲେ ମଧ୍ୟ ଅନ୍‌ଲାଇନରେ ସେନାର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟ ଅନ୍ୟ ଦେଶକୁ ଚାଲିଯାଉଥିବା ଖବର ବାରମ୍ବାର ପ୍ରକାଶ ପାଉଛି। ୨୦୨୧ରେ ଆର୍ମିର ଉତ୍ତର କମାଣ୍ଡ୍‌ରୁ ଡେଟା ବା ତଥ୍ୟ ପ୍ରଘଟ ହେବା ଏବଂ ଗତ ବର୍ଷ ଓଡ଼ିଶାର ବାଲେଶ୍ୱରସ୍ଥିତ ବାଲିଆପାଳ କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ପାକିସ୍ତାନକୁ ହସ୍ତାନ୍ତର ଅଭିଯୋଗ ଏହାର ଦୁଇଟି ବଡ଼ ଉଦାହରଣ। ଏଭଳି କାର୍ଯ୍ୟକୁ ରୋକାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ନିକଟରେ ଭାରତୀୟ ବାୟୁ ସେନା (ଆଇଏଏଫ୍‌) ଆମେରିକାର ବହୁ ରାଷ୍ଟ୍ରୀୟ ପରିବହନକାରୀ ସଂସ୍ଥା ଉବର ମଧ୍ୟରେ ହୋଇଥିବା ଚୁକ୍ତି ଯୋଗୁ ତଥ୍ୟ ପ୍ରଘଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅକ୍ଟୋବର ୧୮ରେ ହୋଇଥିବା ଏହି ଚୁକ୍ତିରେ ଭାରତର ବାୟୁସେନା ଅଧିକାରୀ ଏବଂ ତାଙ୍କ ପରିବାରକୁ ସୁବିଧାରେ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ବର୍ତ୍ତମାନ ସାଇବର ବିଶେଷଜ୍ଞମାନେ ତଥ୍ୟ ପ୍ରଘଟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ସେମାନଙ୍କ ମତରେ ବାୟୁସେନା ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ତୃତୀୟ ପକ୍ଷ ଜାଣିପାରିଲେ ସେମାନେ ଲୋକେଶନ ଟ୍ରାକିଂ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇନେଇ ପାରିବେ। ଏହାସହ ଅନ୍‌ଲାଇନ ବ୍ୟକ୍ତିଗତ ତଥ୍ୟକୁ ଗୁପ୍ତ ରଖିବା ସକାଶେ ଡେଟା ଲୋକାଲାଇଜେଶନ ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ସେମାନେ ସତର୍କ କରିଦେଇଛନ୍ତି। ବଡ଼ କଥା ହେଉଛି ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ କେଜେଏସ୍‌ ଧୀଲୋନ‘ଏକ୍ସ’ରେ ଜଣାଇଛନ୍ତି ଯେ, ପ୍ରତ୍ୟେକ ବାୟୁସେନା ଅଧିକାରୀଙ୍କ ନିର୍ଦ୍ଦିଷ୍ଟ ଲୋକେଶନକୁ ଠାବ କରାଯିବା ଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ରହିବ। ଏଣୁ ଏହି ଚୁକ୍ତି ଉପରେ ପୁନର୍ବିଚାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ସାଇବର ସ୍ପେଶରେ ସାର୍ବଭୌମତ୍ୱ ଓ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନ ହେଲେ ଜାତୀୟ ସୁରକ୍ଷା ବିପନ୍ନ ହେବାର ସମ୍ଭାବନା ରହିଛି ବୋଲି ଅବସରପ୍ରାପ୍ତ ସେନା ଅଧିକାରୀ ତଥା ଟେକ୍‌ ଏଣ୍ଟରପ୍ରେନ୍ୟୁର ପବିତ୍ରନ୍‌ ରାଜନ ସୂଚାଇ ଦେଇଛନ୍ତି।

ବିଶେଷଜ୍ଞ ଯେଉଁ ତଥ୍ୟ ପ୍ରଘଟ ବିଷୟରେ ଆଶଙ୍କା କରିଛନ୍ତି, ତାହା ଅମୂଳକ ନୁହେଁ। କାରଣ ଭାରତରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ବିପଦରେ ରହିଆସିଛି। ଡିଜିଟାଇଜେଶନ ଯୋଗୁ ଆଧାରକୁ ବ୍ୟାଙ୍କଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସଂଯୋଗ କରାଯିବା ହେତୁ ତାହା ସହଜରେ ସାଇବର ଠକଙ୍କ ହାତରେ ପଡ଼ିଯାଉଛି। ଫଳରେ ଆଖିପିଛୁଳାକେ ବ୍ୟାଙ୍କରୁ ଜନସାଧାରଣଙ୍କ ଅର୍ଥ ଉଭାନ ହୋଇଯାଉଛି। ଏହା ଚତୁରତାର ସହ କରାଯାଉଥିବାରୁ ଅର୍ଥ ଜମାକାରୀଙ୍କ ପାଇଁ ଚୋରି ସମ୍ପର୍କରେ ଜାଣିଲା ବେଳକୁ ଅନେକ ଡେରି ହୋଇଯାଉଛି। ଏଥିସହିତ ଦେଶରେ ଦୁର୍ବଳ ବ୍ୟାଙ୍କ ବ୍ୟବସ୍ଥା ସାଇବର ଠକଙ୍କୁ ସୁହାଉଛି। ୨୦୧୫ରୁ ଭାରତରେ ଡିଜିଟାଇଜେଶନ ଆରମ୍ଭ ହେବାର ୬ ବର୍ଷ ମଧ୍ୟରେ ଅନେକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି। ଏହାବ୍ୟତୀତ ଗତବର୍ଷ ଛଦ୍ମ ନାମରେ ପରିଚିତ ‘ଡାର୍କ ଓ୍ବେବ୍‌ ୦୦୦୧’ ୮୧ କୋଟିରୁ ଅଧିକ ଭାରତୀୟଙ୍କ ଆଧାର ଓ ପାସ୍‌ପୋର୍ଟ ମହଜୁଦ ଥିବା ଘୋଷଣା କରି ୮୦,୦୦୦ ଆମେରିକୀୟ ଡଲାରରେ ବିକିବା ପାଇଁ କହିଥିଲା। ତାହା କେତେବେଳେ ବିକ୍ରି ହେଲା ସେ ସମ୍ପର୍କରେ ଭାରତ ସରକାର ମଧ୍ୟ ଅବଗତ ନାହାନ୍ତି। ସେତେବେଳେ ଏହି ଘଟଣା ପ୍ରିଭେସି ବା ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଥିଲା। ଏହା ସୂଚିତ କରିଥିଲା ଯେ, ଭାରତ ସରକାର ବ୍ୟକ୍ତିଗତ ତଥ୍ୟ ଗୋପନ ରଖିବାରେ ସମ୍ପୂର୍ଣ୍ଣ ଭାବେ ଅସମର୍ଥ।

ଉଲ୍ଲେଖନୀୟ ଯେ, ଆମେରିକାର ବହୁରାଷ୍ଟ୍ରୀୟ ପରିବହନକାରୀ କମ୍ପାନୀ ଉବରକୁ ୨୦୦୯ରେ ଗାରେଟ୍‌ କ୍ୟାମ୍ପ୍‌ ଓ ଟ୍ରାଭିସ୍‌ କାଲାନିକ ପ୍ରତିଷ୍ଠା କରିଥିଲେ। ଏହା ବିଶ୍ୱର ପ୍ରାୟ ୭୦ଟି ଦେଶରେ ୧୦,୫୦୦ରୁ ଅଧିକ ସହରରେ କାମ କରୁଛି। ପରିବହନ ବ୍ୟତୀତ ଉବର ମଧ୍ୟ କୋରିୟର ଓ ଫୁଡ୍‌ ସର୍ଭିସ କ୍ଷେତ୍ରରେ ସେବା ଯୋଗାଉଛି। ଭାରତରେ ଏହା ପରିବହନ କ୍ଷେତ୍ରରେ ୨୦୧୩ରେ ପ୍ରବେଶ କରିବା ପରେ ଏବେ ୧ ମିଲିୟନ (୧୦ ଲକ୍ଷ)ରୁ ଅଧିକ ଡ୍ରାଇଭରଙ୍କୁ ସାମିଲ କରିଛି। ଏ କ୍ଷେତ୍ରରେ ଆମେରିକା, ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ୨୦୨୩ ପରିସଂଖ୍ୟାନ ଅନୁଯାୟୀ ଭାରତରେ ୧୨୫ଟିରୁ ଅଧିକ ସହରରେ ଏହାର ୧୦୦ ମିଲିୟନ ବା ୧୦ କୋଟିରୁ ଅଧିକ ପଞ୍ଜୀକୃତ ବ୍ୟବହାରକାରୀ ଅଛନ୍ତି। ତେବେ ଦେଖାଯାଇଛି, ଉବର ବହୁ ସମୟରେ ଏହାର ତଥ୍ୟ ଗୋପନ ରଖିବାରେ ଅସଫଳ ହୋଇଛି। ୨୦୨୦, ୨୦୨୨ରେ ଦୁଇଥର, ୨୦୨୩ରେ ଉବରର ଗୋପନୀୟ ଡେଟା ପ୍ରଘଟ ହୋଇଥିଲା। ଭାରତୀୟ ବାୟୁ ସେନା(ଆଇଏଏଫ୍‌) ଏବଂ ଉବର ମଧ୍ୟରେ ହୋଇଥିବା ଏବକାର ଚୁକ୍ତିରେ ସେନା ଅଧିକାରୀଙ୍କ ତଥ୍ୟ ଅନ୍ୟ ବିଦେଶୀ ସଂସ୍ଥା ହାତରେ ପଡ଼ିବାର ମାନେ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହେଲାଣି। କିଛି ଦିନ ପୂର୍ବର ଘଟଣାକୁ ଦେଖିଲେ ଇସ୍ରାଏଲ ଯେଉଁଭଳି ଭାବେ ଲେବାନନ୍‌ରେ ପେଜର ଆକ୍ରମଣ କରିଥିଲା, ତାହା ପଛରେ ଥିଲା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ତଥ୍ୟ। ତେଣୁ ଭାରତ ଏବେଠାରୁ ତା’ର ସାମରିକ ଅଧିକାରୀ ଓ କର୍ମଚାରୀଙ୍କ ତଥ୍ୟକୁ ତୃତୀୟ ପକ୍ଷଙ୍କ ହାତକୁ ଟେକି ନ ଦେବା ଉଚିତ। କୌତୂହଳର ବିଷୟ ହେଲା ଯେ, ଆଜି ମଧ୍ୟ ବିନା କୌଣସି ଚୁକ୍ତି ଦସ୍ତଖତ କରି ଭାରତର ସାଧାରଣ ନାଗରିକ ଅନେକ ସହରାଞ୍ଚଳରେ ଉବର ଗାଡ଼ି ସହ ଅନ୍ୟାନ୍ୟ ସୁବିଧା ପାଇପାରୁଛନ୍ତି। ଏହି ପ୍ରଚ୍ଛଦପଟରେ ଦେଖିଲେ ଏକ ପ୍ରକାର ସୁବିଧା ହାସଲ କରିବା ପାଇଁ ବାୟୁସେନାକୁ ଚୁକ୍ତି ଦସ୍ତଖତ କରିବା ପଛରେ ସନ୍ଦେହଜନକ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଇପାରେ। ଆଗାମୀ ଦିନରେ ସରକାରଙ୍କର ଏହିସବୁ କାର୍ଯ୍ୟର କୁଫଳ ଦେଶ ଭୋଗିବା ପାଇଁ ବାଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଗାଡ଼ି, ବ୍ୟାଙ୍କିଂ ଓ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ୧ ନଭେମ୍ୱର ୨୦୨୬ରୁ ଦେଶରେ ସାଧାରଣ ଲୋକଙ୍କ ପକେଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ବଡ଼…

ଏଇ ଭାରତରେ

୨୦୧୫ରେ ମୁମ୍ବାଇର ଦାଦାରାଓ ବିଲ୍‌ହୋରେଙ୍କ ଦୁଇପୁଅ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିରେ ବଡ଼ପୁଅର ମୃତ୍ୟୁ ହୋଇଥିଲା ଏବଂ ସାନ ବଞ୍ଚତ୍ୟାଇଥିଲେ। ବର୍ଷା ଯୋଗୁ ଖାଲଖମାରେ ପାଣି…

ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

ମଣିଷର ବିକାଶ ଯାତ୍ରା ଦ୍ରୁତଗତିରେ ବଢ଼ିଚାଲିଛି। ବିକାଶ ଯାତ୍ରାରେ ନିଜକୁ ସାମିଲ କରି ମଣିଷର ଅହଂକାର ନିଶ୍ଚିତରୂପେ ଧୀରେ ଧୀରେ ଉଗ୍ର ହେବା ସ୍ବାଭାବିକ। ବିଜ୍ଞାନକୁ ଅସ୍ତ୍ର…

ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

ଭାରତ ମହାସାଗରରୁ ପଶ୍ଚିମ ପ୍ରଶାନ୍ତମହାସାଗର (ପ୍ୟାସିଫିକ୍‌) ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ପ୍ୟାସିଫିକ୍‌ ଅଞ୍ଚଳ ସମୁଦ୍ରପଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ଅର୍ଥନୀତି ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରମୁଖ ପ୍ରସଙ୍ଗ…

ଭକ୍ତିଭାବରେ ଅନେକ କୃଷ୍ଣ

ଭାରତରେ କେବଳ ଜଣେ କୃଷ୍ଣ ନାହାନ୍ତି, ଅନେକ କୃଷ୍ଣ ଅଛନ୍ତି। ପ୍ରତ୍ୟେକ ଅଞ୍ଚଳ, ଭାଷା, ସାମାଜିକ ବର୍ଗ ଓ ଐତିହାସିକ ସମୟର ଦୃଷ୍ଟିକୋଣ କୃଷ୍ଣଙ୍କ ସ୍ବରୂପ ଓ…

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ…

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ…

ଛତିଶଗଡ଼ ଆଡ଼େ ମୁହାଁଇଲା ‘ଅର୍ଣ୍ଣବ’, ଓଡ଼ିଶାରେ କମ୍‌ କ୍ଷତି, ଅଧିକ ବର୍ଷା

ଭୁବନେଶ୍ୱର, ୨୯।୧୦(ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?