ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ ଆଗକୁ ବଢ଼ୁଛି। ପ୍ରଯୁକ୍ତି ବିକାଶ ସେନାକୁ ସଶକ୍ତ ଓ ଦକ୍ଷ କରୁଥିଲେ ମଧ୍ୟ ଅନ୍‌ଲାଇନରେ ସେନାର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟ ଅନ୍ୟ ଦେଶକୁ ଚାଲିଯାଉଥିବା ଖବର ବାରମ୍ବାର ପ୍ରକାଶ ପାଉଛି। ୨୦୨୧ରେ ଆର୍ମିର ଉତ୍ତର କମାଣ୍ଡ୍‌ରୁ ଡେଟା ବା ତଥ୍ୟ ପ୍ରଘଟ ହେବା ଏବଂ ଗତ ବର୍ଷ ଓଡ଼ିଶାର ବାଲେଶ୍ୱରସ୍ଥିତ ବାଲିଆପାଳ କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ପାକିସ୍ତାନକୁ ହସ୍ତାନ୍ତର ଅଭିଯୋଗ ଏହାର ଦୁଇଟି ବଡ଼ ଉଦାହରଣ। ଏଭଳି କାର୍ଯ୍ୟକୁ ରୋକାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ନିକଟରେ ଭାରତୀୟ ବାୟୁ ସେନା (ଆଇଏଏଫ୍‌) ଆମେରିକାର ବହୁ ରାଷ୍ଟ୍ରୀୟ ପରିବହନକାରୀ ସଂସ୍ଥା ଉବର ମଧ୍ୟରେ ହୋଇଥିବା ଚୁକ୍ତି ଯୋଗୁ ତଥ୍ୟ ପ୍ରଘଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅକ୍ଟୋବର ୧୮ରେ ହୋଇଥିବା ଏହି ଚୁକ୍ତିରେ ଭାରତର ବାୟୁସେନା ଅଧିକାରୀ ଏବଂ ତାଙ୍କ ପରିବାରକୁ ସୁବିଧାରେ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ବର୍ତ୍ତମାନ ସାଇବର ବିଶେଷଜ୍ଞମାନେ ତଥ୍ୟ ପ୍ରଘଟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ସେମାନଙ୍କ ମତରେ ବାୟୁସେନା ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ତୃତୀୟ ପକ୍ଷ ଜାଣିପାରିଲେ ସେମାନେ ଲୋକେଶନ ଟ୍ରାକିଂ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇନେଇ ପାରିବେ। ଏହାସହ ଅନ୍‌ଲାଇନ ବ୍ୟକ୍ତିଗତ ତଥ୍ୟକୁ ଗୁପ୍ତ ରଖିବା ସକାଶେ ଡେଟା ଲୋକାଲାଇଜେଶନ ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ସେମାନେ ସତର୍କ କରିଦେଇଛନ୍ତି। ବଡ଼ କଥା ହେଉଛି ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ କେଜେଏସ୍‌ ଧୀଲୋନ‘ଏକ୍ସ’ରେ ଜଣାଇଛନ୍ତି ଯେ, ପ୍ରତ୍ୟେକ ବାୟୁସେନା ଅଧିକାରୀଙ୍କ ନିର୍ଦ୍ଦିଷ୍ଟ ଲୋକେଶନକୁ ଠାବ କରାଯିବା ଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ରହିବ। ଏଣୁ ଏହି ଚୁକ୍ତି ଉପରେ ପୁନର୍ବିଚାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ସାଇବର ସ୍ପେଶରେ ସାର୍ବଭୌମତ୍ୱ ଓ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନ ହେଲେ ଜାତୀୟ ସୁରକ୍ଷା ବିପନ୍ନ ହେବାର ସମ୍ଭାବନା ରହିଛି ବୋଲି ଅବସରପ୍ରାପ୍ତ ସେନା ଅଧିକାରୀ ତଥା ଟେକ୍‌ ଏଣ୍ଟରପ୍ରେନ୍ୟୁର ପବିତ୍ରନ୍‌ ରାଜନ ସୂଚାଇ ଦେଇଛନ୍ତି।

ବିଶେଷଜ୍ଞ ଯେଉଁ ତଥ୍ୟ ପ୍ରଘଟ ବିଷୟରେ ଆଶଙ୍କା କରିଛନ୍ତି, ତାହା ଅମୂଳକ ନୁହେଁ। କାରଣ ଭାରତରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ବିପଦରେ ରହିଆସିଛି। ଡିଜିଟାଇଜେଶନ ଯୋଗୁ ଆଧାରକୁ ବ୍ୟାଙ୍କଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସଂଯୋଗ କରାଯିବା ହେତୁ ତାହା ସହଜରେ ସାଇବର ଠକଙ୍କ ହାତରେ ପଡ଼ିଯାଉଛି। ଫଳରେ ଆଖିପିଛୁଳାକେ ବ୍ୟାଙ୍କରୁ ଜନସାଧାରଣଙ୍କ ଅର୍ଥ ଉଭାନ ହୋଇଯାଉଛି। ଏହା ଚତୁରତାର ସହ କରାଯାଉଥିବାରୁ ଅର୍ଥ ଜମାକାରୀଙ୍କ ପାଇଁ ଚୋରି ସମ୍ପର୍କରେ ଜାଣିଲା ବେଳକୁ ଅନେକ ଡେରି ହୋଇଯାଉଛି। ଏଥିସହିତ ଦେଶରେ ଦୁର୍ବଳ ବ୍ୟାଙ୍କ ବ୍ୟବସ୍ଥା ସାଇବର ଠକଙ୍କୁ ସୁହାଉଛି। ୨୦୧୫ରୁ ଭାରତରେ ଡିଜିଟାଇଜେଶନ ଆରମ୍ଭ ହେବାର ୬ ବର୍ଷ ମଧ୍ୟରେ ଅନେକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି। ଏହାବ୍ୟତୀତ ଗତବର୍ଷ ଛଦ୍ମ ନାମରେ ପରିଚିତ ‘ଡାର୍କ ଓ୍ବେବ୍‌ ୦୦୦୧’ ୮୧ କୋଟିରୁ ଅଧିକ ଭାରତୀୟଙ୍କ ଆଧାର ଓ ପାସ୍‌ପୋର୍ଟ ମହଜୁଦ ଥିବା ଘୋଷଣା କରି ୮୦,୦୦୦ ଆମେରିକୀୟ ଡଲାରରେ ବିକିବା ପାଇଁ କହିଥିଲା। ତାହା କେତେବେଳେ ବିକ୍ରି ହେଲା ସେ ସମ୍ପର୍କରେ ଭାରତ ସରକାର ମଧ୍ୟ ଅବଗତ ନାହାନ୍ତି। ସେତେବେଳେ ଏହି ଘଟଣା ପ୍ରିଭେସି ବା ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଥିଲା। ଏହା ସୂଚିତ କରିଥିଲା ଯେ, ଭାରତ ସରକାର ବ୍ୟକ୍ତିଗତ ତଥ୍ୟ ଗୋପନ ରଖିବାରେ ସମ୍ପୂର୍ଣ୍ଣ ଭାବେ ଅସମର୍ଥ।

ଉଲ୍ଲେଖନୀୟ ଯେ, ଆମେରିକାର ବହୁରାଷ୍ଟ୍ରୀୟ ପରିବହନକାରୀ କମ୍ପାନୀ ଉବରକୁ ୨୦୦୯ରେ ଗାରେଟ୍‌ କ୍ୟାମ୍ପ୍‌ ଓ ଟ୍ରାଭିସ୍‌ କାଲାନିକ ପ୍ରତିଷ୍ଠା କରିଥିଲେ। ଏହା ବିଶ୍ୱର ପ୍ରାୟ ୭୦ଟି ଦେଶରେ ୧୦,୫୦୦ରୁ ଅଧିକ ସହରରେ କାମ କରୁଛି। ପରିବହନ ବ୍ୟତୀତ ଉବର ମଧ୍ୟ କୋରିୟର ଓ ଫୁଡ୍‌ ସର୍ଭିସ କ୍ଷେତ୍ରରେ ସେବା ଯୋଗାଉଛି। ଭାରତରେ ଏହା ପରିବହନ କ୍ଷେତ୍ରରେ ୨୦୧୩ରେ ପ୍ରବେଶ କରିବା ପରେ ଏବେ ୧ ମିଲିୟନ (୧୦ ଲକ୍ଷ)ରୁ ଅଧିକ ଡ୍ରାଇଭରଙ୍କୁ ସାମିଲ କରିଛି। ଏ କ୍ଷେତ୍ରରେ ଆମେରିକା, ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ୨୦୨୩ ପରିସଂଖ୍ୟାନ ଅନୁଯାୟୀ ଭାରତରେ ୧୨୫ଟିରୁ ଅଧିକ ସହରରେ ଏହାର ୧୦୦ ମିଲିୟନ ବା ୧୦ କୋଟିରୁ ଅଧିକ ପଞ୍ଜୀକୃତ ବ୍ୟବହାରକାରୀ ଅଛନ୍ତି। ତେବେ ଦେଖାଯାଇଛି, ଉବର ବହୁ ସମୟରେ ଏହାର ତଥ୍ୟ ଗୋପନ ରଖିବାରେ ଅସଫଳ ହୋଇଛି। ୨୦୨୦, ୨୦୨୨ରେ ଦୁଇଥର, ୨୦୨୩ରେ ଉବରର ଗୋପନୀୟ ଡେଟା ପ୍ରଘଟ ହୋଇଥିଲା। ଭାରତୀୟ ବାୟୁ ସେନା(ଆଇଏଏଫ୍‌) ଏବଂ ଉବର ମଧ୍ୟରେ ହୋଇଥିବା ଏବକାର ଚୁକ୍ତିରେ ସେନା ଅଧିକାରୀଙ୍କ ତଥ୍ୟ ଅନ୍ୟ ବିଦେଶୀ ସଂସ୍ଥା ହାତରେ ପଡ଼ିବାର ମାନେ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହେଲାଣି। କିଛି ଦିନ ପୂର୍ବର ଘଟଣାକୁ ଦେଖିଲେ ଇସ୍ରାଏଲ ଯେଉଁଭଳି ଭାବେ ଲେବାନନ୍‌ରେ ପେଜର ଆକ୍ରମଣ କରିଥିଲା, ତାହା ପଛରେ ଥିଲା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ତଥ୍ୟ। ତେଣୁ ଭାରତ ଏବେଠାରୁ ତା’ର ସାମରିକ ଅଧିକାରୀ ଓ କର୍ମଚାରୀଙ୍କ ତଥ୍ୟକୁ ତୃତୀୟ ପକ୍ଷଙ୍କ ହାତକୁ ଟେକି ନ ଦେବା ଉଚିତ। କୌତୂହଳର ବିଷୟ ହେଲା ଯେ, ଆଜି ମଧ୍ୟ ବିନା କୌଣସି ଚୁକ୍ତି ଦସ୍ତଖତ କରି ଭାରତର ସାଧାରଣ ନାଗରିକ ଅନେକ ସହରାଞ୍ଚଳରେ ଉବର ଗାଡ଼ି ସହ ଅନ୍ୟାନ୍ୟ ସୁବିଧା ପାଇପାରୁଛନ୍ତି। ଏହି ପ୍ରଚ୍ଛଦପଟରେ ଦେଖିଲେ ଏକ ପ୍ରକାର ସୁବିଧା ହାସଲ କରିବା ପାଇଁ ବାୟୁସେନାକୁ ଚୁକ୍ତି ଦସ୍ତଖତ କରିବା ପଛରେ ସନ୍ଦେହଜନକ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଇପାରେ। ଆଗାମୀ ଦିନରେ ସରକାରଙ୍କର ଏହିସବୁ କାର୍ଯ୍ୟର କୁଫଳ ଦେଶ ଭୋଗିବା ପାଇଁ ବାଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?