ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ ଦସ୍ତାବିତ ପ୍ରକାଶକରି ସେଥିରେ ଟ୍ରମ୍ପ ପ୍ରଶାସନ ଭବିଷ୍ୟତ ଉପରେ ବିଶ୍ୱାସକରେ ନାହିଁ ବୋଲି ସ୍ବୀକାର କରିଛି ।ଏହା ହେଉଛି ନିଆରା ଆନ୍ଦୋଳନର ସ୍ବାକ୍ଷର, ଯାହା ଜନସାଂଖିକ ତଥା ସାଂସ୍କୃତିକ ପରିବର୍ତ୍ତନକୁ ଅସ୍ତିତ୍ୱଗତ ପ୍ରଳୟ ରୂପେ ଅନୁଭବ କରିଛି।

କୌଣସି ନିର୍ଦ୍ଦିଷ୍ଟ ସମ୍ବଳ, ସମୟସୀମା କିମ୍ବା ପ୍ରକ୍ରିୟା ବିନା ଏନ୍‌ଏସ୍‌ଏସ୍‌ ବ୍ୟାପକ ଲକ୍ଷ୍ୟ ଘୋଷଣା କରିଛି। ଏହା ଦୀର୍ଘ ମିଆଦୀ ଭବିଷ୍ୟତର ସଫଳତାକୁ ଅଣଦେଖା କରିଛି। କିନ୍ତୁ ପ୍ରକୃତରେ ବର୍ତ୍ତମାନକୁ ଛାଡ଼ି ଭବିଷ୍ୟତର କୌଣସି ମାନେ ନାହିଁ। ବିଶ୍ୱ ପରପିଢ଼ି ପାଇଁ ଯୋଜନା କରୁନାହିଁ। ଏହା ଭାଙ୍ଗିରୁଜି ଧ୍ୱଂସ କରିଦେଉଛି ଏବଂ ଅନ୍ୟର ଅଧିକାର ଛଡ଼ାଇନେଉଛି ଓ ଭୂମି ଦଖଲ କରୁଛି। ସମୟ ଓ ସୁଯୋଗ ଉପଯୋଗକରି ଶୀଘ୍ର ହାସଲ କରିବା ମନୋଭାବ ଅତ୍ୟନ୍ତ ସ୍ପଷ୍ଟ। ଏନ୍‌ଏସ୍‌ଏସ୍‌ରେ କୁହାଯାଇଛି ଯେ, ଆମର ସବୁ ଏମ୍ବାସି ସେମାନଙ୍କ ଦେଶର ମୁଖ୍ୟ ବିଜ୍‌ନେସ୍‌ ସୁଯୋଗଗୁଡ଼ିକ, ବିଶେଷକରି ପ୍ରମୁଖ ସରକାରୀ ଚୁକ୍ତିଗୁଡ଼ିକ ବିଷୟରେ ସଚେତନ ରହିବା ଦରକାର। ଏନ୍‌ଏସ୍‌ଏସ୍‌ ମଧ୍ୟ ସୂଚିତ କରିଛି ଯେ, ଆମେରିକା ସରକାରଙ୍କର ପ୍ରତ୍ୟେକ ଅଧିକାରୀ ଏହିସବୁ ଦେଶ ସହ ଆଲୋଚନା କଲାବେଳେ ଆମେରିକା କମ୍ପାନୀଗୁଡ଼ିକ କିଭଳି ପ୍ରତିଯୋଗିତାକରି ସଫଳ ହେବେ ସେଥିପାଇଁ ସାହାଯ୍ୟ କରିବା ସେମାନଙ୍କ ମୁଖ୍ୟ କାମ ବୋଲି ବୁଝିବାକୁ ପଡ଼ିବ। ଦେଖିବାକୁ ଗଲେ କୂଟନୀତି ଓପଚାରିକ ଭାବେ ବିଜ୍‌ନେସ୍‌ ବିକାଶ କାର୍ଯ୍ୟରେ ପରିଣତ ହୋଇଯାଇଛି।

ନ୍ୟାଶନାଲ ସିକ୍ୟୁରିଟି କାଉନ୍‌ସିଲ (ଏନ୍‌ଏସ୍‌ସି)କୁ ପଶ୍ଚିମ ଗୋଲାର୍ଦ୍ଧରେ ବିଜ୍‌ନେସ ପ୍ରଗତି ବା ଲାଭ ପାଇଁ ରଣନୀତିକ ସ୍ଥିତି ଓ ସମ୍ବଳଗୁଡ଼ିକୁ ଚିହ୍ନଟ କରିବାକୁ ଦାୟିତ୍ୱ ଦିଆଯାଇଛି। ଫ୍ରାନ୍ସର ଦୈନିକ ଖବରକାଗଜ ଲି ମୋଣ୍ଡେ ଦର୍ଶାଇଛି ଯେ, ଏହା ହେଉଛି ଆର୍ଥିକ ଲୁଟ୍‌ ବା ଶୋଷଣ। କାଉନ୍‌ସିଲ ଅଫ୍‌ ଫରେନ୍‌ ରିଲେସନ୍‌ ଅନୁଭବ କରିଛି ଯେ, ଏହି ଏନ୍‌ଏସ୍‌ଏସ୍‌ରେ ସାଙ୍ଗଠନିକ ନୀତି ଭାବେ ବୃହତ୍‌ ଶକ୍ତି ମଧ୍ୟରେ ପ୍ରତିଯୋଗିତା ନାହିଁ, ବରଂ ଅର୍ଥନୀତିକୁ ଅନ୍ତିମ ବିକଳ୍ପ ଭାବେ ଉପସ୍ଥାପିତ କରାଯାଇଛି। କାଉନ୍‌ସିଲ ସଦସ୍ୟମାନେ କହନ୍ତି, ଏହି ଦସ୍ତାବିଜ ରଣନୀତି ବଦଳରେ ଅଧିକ ବିବାଦାତ୍ମକ ଏବଂ ଅଣ-ଆମେରିକୀୟମାନେ ଏହାକୁ ବାସ୍ତବରେ ଉଦ୍ଦେଶ୍ୟମୂଳକ ଦସ୍ତାବିଜ ମନେକରି ଅଗ୍ରାହ୍ୟ କରିବା ବୁଦ୍ଧିମାନର କାମ ହେବ। ଏହା ଏକ ପ୍ରଶାସନକୁ ପ୍ରତିପାଦିତ କରେ, ଯାହା ଅନ୍ତଃରାଷ୍ଟ୍ରୀୟ ବ୍ୟବସ୍ଥା ଗଢ଼ିବାର ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ ବାଦ୍‌ ଦେଇଛି।

ଆମେରିକାର ମିତ୍ର ରାଷ୍ଟ୍ରଗୁଡ଼ିକୁ ଏହା କିଭଳି ଦେଖୁଛି ତାହା ବିଚାର କରାଯାଉ। ୟୁରୋପ ପ୍ରତି ଏନ୍‌ଏସ୍‌ଏସ୍‌ ଉତ୍ତେଜକ ଭାଷା ପ୍ରୟୋଗ କରିଥିବାବେଳେ ରୁଷିଆ ଏବଂ ଅନ୍ୟ ଶତ୍ରୁମାନଙ୍କ ପ୍ରତି ବିଶେଷକରି କୋହଳ ଭାଷା ବ୍ୟବହାର କରିଛି। ଏହା କହିଛି ଯେ, ୟୁରୋପ ପ୍ରବାସନ ଏବଂ ନିୟାମକର କଣ୍ଠରୋଧ ମାଧ୍ୟମରେ ‘ସଭ୍ୟତାଗତ ବିଲୋପନ’ ଭଳି ବିପଦ ସୃଷ୍ଟି କରୁଛି। ଏହା ଦାବି କରିଛି ଯେ, ୟୁରୋପୀୟମାନେ ସେମାନଙ୍କ ନିଜ ସୁରକ୍ଷାକୁ ପ୍ରଥମ ଦାୟିତ୍ୱ ଭାବେ ଗ୍ରହଣ କରିଛନ୍ତି। ଏହା ମଧ୍ୟ ଘୋଷଣା କରିଛି, ୟୁରୋପୀୟ ସଂଘ ଦେଶଗୁଡ଼ିକରେ ନ୍ୟାଶନାଲିଷ୍ଟ ଓ ପପୁଲିଷ୍ଟ ପାର୍ଟିଗୁଡ଼ିକୁ ସମର୍ଥନକରି ଆମେରିକା ୟୁରୋପର ଏବକାର ରାଜନୈତିକ ଧାରାରେ ବାଧା ସୃଷ୍ଟି କରିବାରେ ଗୁରୁତ୍ୱ ଦେବ।

ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ସେମାନଙ୍କୁ କହିବାର ଉଦାର ଅନ୍ତର୍ଜାତୀୟବାଦୀ ଅଭ୍ୟାସକୁ ଅସ୍ବୀକାର କରିବାକୁ ଟ୍ରମ୍ପ୍‌ ପ୍ରଶାସନ ଦାବି କରିଛି । କିନ୍ତୁ ଏହା ଲାଟିନ ଆମେରିକୀୟ ଦେଶଗୁଡ଼ିକୁ ସେମାନଙ୍କ ବାଣିଜି୍ୟକ ଭାଗୀଦାରି ଏବଂ ସୁରକ୍ଷା ବ୍ୟବସ୍ଥା ପସନ୍ଦ କରିବାର ସାର୍ବଭୌମତ୍ୱ ଅଧିକାରକୁ ମନା କରିଛି। ଆମେରିକାର ବୈଦେଶିକ ନୀତି ‘ମୋନରୋଏ ଡକ୍ଟରାଇନ’ ଭଳି ପୁନଃ ପ୍ରସ୍ତୁତ କରାଯାଇଥିବା ‘ଟ୍ରମ୍ପଙ୍କ ଘୋଷଣା’ ହେଉଛି ଜଣେ ରାଷ୍ଟ୍ରପତିଙ୍କ ପାଇଁ ଊନବିଂଶ ଶତାବ୍ଦୀର ବୃହତ୍‌-ଶକ୍ତି ରାଜନୀତି, ଯିଏ କି ଜାତୀୟ ସ୍ବାର୍ଥ ଓ ବ୍ୟକ୍ତିଗତ ସମୃଦ୍ଧି ମଧ୍ୟରେ ତୁଳନା କରିପାରନ୍ତି ନାହିଁ। କାଟୋ ପ୍ରତିଷ୍ଠାନ ‘ସବୁଦିନ ପାଇଁ ଯୁଦ୍ଧ ଲାଗି ରହିବା’ ବିଷୟକୁ ଅସ୍ବୀକାର କରିବାର କଥା ଏବଂ ଆମେରିକା ବିଶ୍ୱସ୍ତରରେ ମଧ୍ୟସ୍ଥ ହୋଇ ରହିବାର ଭିତିରି ଆଗ୍ରହ ମଧ୍ୟରେ ଏକ ବିରୋଧାଭାସ ଚିହ୍ନଟ କରିଛି। ‘ଅନ୍ୟମାନଙ୍କ ତୁଳନାରେ ଆମେରିକାର ସ୍ବାର୍ଥ ପ୍ରଥମ’ ହେଉଛି ବାସ୍ତବରେ ଏକ ଆଧିପତ୍ୟ ବିସ୍ତାରକାରୀ କାର୍ଯ୍ୟକ୍ରମ। ଟ୍ରମ୍ପ୍‌ ପ୍ରଶାସନ ବିନା ଚାପରେ ପ୍ରାଧାନ୍ୟତା ଚାହଁୁଛି। ପ୍ରତିବଦ୍ଧତା ବିନା ସମ୍ମାନ ଏବଂ ସମ୍ପର୍କ ବିନା ଲାଭ ଚାହଁୁଛି। ଏହା ଯଥାର୍ଥରେ ବୈଦେଶିକ ନୀତି ନୁହେଁ। ଏହା ହେଉଛି ଜଣଙ୍କର ସିଦ୍ଧାନ୍ତ, ଯିଏ ପ୍ରତିଶ୍ରୁତିକୁ କେବେ ବି ପାଳନ କରି ନ ଥିଲେ। ଏହା ଆମେରିକୀୟ ନେତୃତ୍ୱର ଦୃଷ୍ଟିକୋଣ ନୁହେଁ, ବରଂ ଏହା ହେଉଛି ଭବିଷ୍ୟତ ପାଇଁ ଏକ ପାରସ୍ପରିକ ଶତ୍ରୁତା।

ଏନ୍‌ଏସ୍‌ଏସ୍‌ ପ୍ରବାସନକୁ ଏକ ନୀତିଗତ ଆହ୍ବାନ ଭାବେ ନେଇନାହିଁ , ବରଂ ଏହାକୁ ଏକ ‘ଆକ୍ରମଣ’ ଭାବେ ଚିତ୍ରଣ କରାଯାଇଛି। ଜାତୀୟ ସୁରକ୍ଷାରେ ସୀମା ହେଉଛି ଏକ ପ୍ରମୁଖ ବିଷୟ ବୋଲି ଏଥିରେ ଦର୍ଶାଯାଇଛି। ବାହ୍ୟ ବିପଦ ଓ ଆଭ୍ୟନ୍ତରୀଣ ରାଜନୈତିକ ପ୍ରତିଯୋଗିତା ମଧ୍ୟରେ ପ୍ରଭେଦକୁ ସ୍ପଷ୍ଟ କରିନାହିଁ। ଏହା ବ୍ୟତୀତ ଏହା ପ୍ରବାସୀ ସମୁଦାୟକୁ ଏକ ସୁରକ୍ଷା ସମସ୍ୟା ଭାବେ ଦେଖିଛି। କାହିଁକି ଏକ ପ୍ରଶାସନ ବିପଦରେ ଥିବା ଦୁର୍ବଳ ପ୍ରବାସୀଙ୍କ ପାଇଁ ଆବଶ୍ୟକ ବୈଶ୍ୱିକ ପ୍ରତିବଦ୍ଧତାରୁ ନିଜକୁ ଦୂରେଇ ରଖିବାକୁ ପ୍ରସ୍ତୁତ ହେଉଛି? ୟୁରୋପୀୟ ପ୍ରବାସୀ ନୀତିକୁ ପ୍ରତିରୋଧ କରିବାକୁ ଅତ୍ୟଧିକ ଶକ୍ତି ଖଟାଉଥିବା ପଶ୍ଚିମ ଗୋଲାର୍ଦ୍ଧ ଉପରେ କାହିଁକି ଏକ ରଣନୀତି ଗୁରୁତ୍ୱ ଦେଉଛି? ଏହା କରିବାକୁ ଚାଇନା କିମ୍ବା ରୁଷିଆ ଭୟ ପ୍ରେରିତ କରିନାହିଁ, ବରଂ ‘ବିଗତ ଦିନର ଆମେରିକା ଭଳି ଭବିଷ୍ୟତ ଆମେରିକା ହେବ ନାହିଁ ’ ଭୟ ଯୋଗୁ ପ୍ରଶାସନ ଏଭଳି କରିଛି। ଭବିଷ୍ୟତର ଦିଶା ପ୍ରସ୍ତୁତ କରିବା ପାଇଁ ଏନ୍‌ଏସ୍‌ଏସ୍‌ ଏକ ଯୋଜନା ନୁହେଁ। ଏହା ଭବିଷ୍ୟତର ଅନିବାର୍ଯ୍ୟତା ପ୍ରତି କ୍ରୋଧର ଏକ ଅଭିବ୍ୟକ୍ତି। ଏହା ଏକ ଲୁଟ୍‌ ବା ଶେଷକାରୀ ଅର୍ଥନୀତି। ଯଦି ତୁମେ ସ୍ଥାୟୀ ସମ୍ପର୍କ ଗଢ଼ିବା ଛାଡ଼ିଦେବ, ତେବେ ଯେତେବେଳେ ଯାହା ଚାହଁିବ ଶୋଷଣ କରିପାରିବ। ମେଣ୍ଟର ମୂଲ୍ୟ ଦେଣନେଣରେ ରହିଲେ ତୁମେ ତାହାକୁ ଛାଡ଼ିଦେବ । ଯଦି ଅନ୍ତର୍ଜାତୀୟ ବ୍ୟବସ୍ଥା କୌଣସି ପ୍ରକାରେ ତୁମକୁ ବାଧା ଦେବ ସେତେବେଳେ ତୁମେ ତାହାକୁ ପାଳନ କରିବାକୁ ପାଇଁ ମନା କରିଦେବ।

ଭବିଷ୍ୟତର ଭୟ ମଧ୍ୟ ରୁଷିଆ ପ୍ରତି ଥିବା ଟ୍ରମ୍ପ ପ୍ରଶାସନର କୋହଳ ମନୋଭାବକୁ ଦର୍ଶାଏ। ଟ୍ରମ୍ପଙ୍କ ଜନସାଂଖିକ ବ୍ୟଗ୍ରତା, ଉଦାର ସଂସ୍ଥାଗୁଡ଼ିକ ପ୍ରତି ଶତ୍ରୁତା ଏବଂ ବିଶ୍ୱବାଦୀ ଭବିଷ୍ୟତ ପ୍ରତି ଅସନ୍ତୋଷ ଭଳି ବିଚାର ସହ ଭ୍ଲାଡିିମିର ପୁଟିନ୍‌ଙ୍କ ବିଚାର ମିଶିଯାଉଛି। ଟ୍ରମ୍ପ ଯାହା ଚାହଁୁଛନ୍ତି ସେ ମଧ୍ୟ ତାହା ଚାହାନ୍ତି। ଏନ୍‌ଏସ୍‌ଏସ୍‌ ରୁଷିଆକୁ ବଡ଼ ବିପଦ ଭାବେ ଉଲ୍ଲେଖ କରିନାହିଁ। କାରଣ ଟ୍ରମ୍ପ ପ୍ରଶାସନ ଏକ ବିପଦ ଭାବେ ଅନୁଭବ କରିନାହିଁ। ବାସ୍ତବ ବିପଦକୁ ଏହା କେବଳ ଅଣଦେଖା କରି ନାହିଁ, ବରଂ ଯେଉଁ ଲୋକମାନଙ୍କୁ ଟ୍ରମ୍ପ ‘ଅଳିଆ’ ବୋଲି କହିଛନ୍ତି ସେମାନଙ୍କୁ ବିପଦ ବୋଲି ପୁନଃ ନିର୍ଦ୍ଧାରଣ କରାଯାଇଛି। ଯେଉଁମାନେ ଭବିଷ୍ୟତକୁ ବିପଦ ଭାବେ ଅନୁଭବ କରିଛନ୍ତି ସେମାନେ ଏନ୍‌ଏସ୍‌ଏସ୍‌ ଚିଠା ପ୍ରସ୍ତୁତ କରିଛନ୍ତି।

ଷ୍ଟିଫେନ୍ ହୋମ୍ସ
ପ୍ରାଧ୍ୟାପକ, ନ୍ୟୁୟର୍କ ୟୁନିଭର୍ସିଟି ସ୍କୁଲ ଅଫ୍‌ ଲ


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?