ପୁରୁଷ ହେଲେ ମହିଳା

ଦେଶର ବିଭିନ୍ନ ରାଜ୍ୟରେ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ହିତାଧିକାରୀ ହେବା ପାଇଁ ଜୀବିତ ବ୍ୟକ୍ତି ମୃତ ହେବା, ବିଧବା ମହିଳା ସଧବା ହେବା ବା ସଧବା ବିଧବା ହେବା କିମ୍ବା ପୁରୁଷ ନିଜକୁ ମହିଳା ଦର୍ଶାଇବା ଭଳି କୌତୂହଳର ଠକେଇ ବାରମ୍ବାର ସାମ୍ନାକୁ ଆସୁଛି। ଉଦାହରଣ ସ୍ବରୂପ, ନିକଟରେ ମହାରାଷ୍ଟ୍ରରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଲଡ୍‌କୀ ବହିନ୍‌ ଯୋଜନାରେ ୧୪, ୦୦୦ରୁ ଊର୍ଦ୍ଧ୍ୱ ପୁରୁଷ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। କେବଳ ଏତିକି ନୁହେଁ ଏମାନଙ୍କ ସମେତ ମୋଟ ୨୬ ଲକ୍ଷ ୩୪ ହଜାର ଅଯୋଗ୍ୟ ହିତାଧିକାରୀଙ୍କର ପ୍ରାପ୍ୟ ଜୁନ୍‌ ୨୦୨୫ରୁ ସାମୟିକ ଭାବେ ବନ୍ଦ କରାଯାଇଥିବା ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ଲଡ୍‌କୀ ବହିନ୍‌ ଯୋଜନା ବିଶେଷକରି ଆର୍ଥିକ କ୍ଷେତ୍ରରେ ଦୁର୍ବଳ ୨୧ରୁ ୬୫ ବର୍ଷର ମହିଳାଙ୍କୁ ମାସିକ ୧,୫୦୦ ଟଙ୍କା ଆଥିର୍ର୍କ ସହାୟତା ଦିଆଯାଉଛି। ଉଲ୍ଲେଖନୀୟ ଯେ,୧୭ ଅଗଷ୍ଟ ୨୦୨୪ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଶିବସେନା(ଶିନ୍ଦେ)ର ନେତା ଏକନାଥ ଶିିନ୍ଦେ ଲଡ୍‌କୀ ବହିନ୍‌ ଯୋଜନା ଆରମ୍ଭ କରିଥିଲେ ଏବଂ ଏହା ପାଇଁ ବଜେଟରେ ୪୬,୦୦୦ କୋଟି ଟଙ୍କା ବରାଦ ହୋଇଥିଲା। ୨୦୨୪ ନଭେମ୍ବର ବିଧାନସଭା ନିର୍ବାଚନକୁ ଲକ୍ଷ୍ୟକରି ପୂର୍ବରୁ ମଧ୍ୟପ୍ରଦେଶରେ ଲାଗୁ କରାଯାଇଥିବା ଲାଡ୍‌ଲୀ ବହେନ ଯୋଜନାକୁ ଅନୁସରଣ କରି ଏହା କରାଯାଇଥିଲା। ଭାଜପା, ଶିବସେନା(ଶିନ୍ଦେ) ଓ ଏନ୍‌ସିପି (ଅଜିତ୍‌ ପାଓ୍ବାର)ମେଣ୍ଟ ମହାଯୁତି କ୍ଷମତାକୁ ଫେରି ଏକନାଥ ଶିନ୍ଦେଙ୍କ ପରିବର୍ତ୍ତେ ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଭାବେ ୮ ଡିସେମ୍ବର ୨୦୨୪ରେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ୨ କୋଟି ୨୫ଲକ୍ଷ ହିତାଧିକାରୀ ଥିବା ଲଡ୍‌କୀ ବହିନ୍‌ ଯୋଜନାକୁ ବର୍ଷେ ନ ପୂରୁଣୁ ଏବେ ସେଥିରେ ୧୪,୦୦୦ ପୁରୁଷ ସାମିଲ ହୋଇ ଟଙ୍କା ନେଇଯାଇଛନ୍ତି, ଯାହା ପ୍ରଶାସନିକ ଦୁର୍ବଳତାକୁ ସୂଚିତ କରିଛି। ସେହିଭଳି ଓଡ଼ିଶାରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରାଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ ବର୍ଷକୁ ୧୦, ୦୦୦ ଟଙ୍କା ହିସାବରେ ୫ ବର୍ଷରେ ୫୦ ହଜାର ଟଙ୍କା ଦେବା ଲାଗି ଯୋଜନା କରାଯାଇ ଟଙ୍କା ବଣ୍ଟାଚାଲିଛି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଏହି ଯୋଜନାରେ ୧୫୭ ପୁରୁଷ ଆବେଦନ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଥିଲା । ଏହା ବ୍ୟତୀତ ଚଳିତ ବର୍ଷ ପ୍ରାରମ୍ଭରେ ଖାଦ୍ୟ ସୁରକ୍ଷା ଯୋଜନାରେ ବାଲେଶ୍ୱର ବାଲିଆପାଳ ବ୍ଲକ୍‌ରେ ଶିକ୍ଷକ, ଇଞ୍ଜିନିୟର, ଅଧ୍ୟାପକ, ପୋଲିସ, ଜିଏସ୍‌ଟି ଅଧିକାରୀ, ଡାଟା ଏଣ୍ଟ୍ରି ଅପରେଟର, ପିଅନ ସମେତ ମୋଟ ୧୬୫ ସରକାରୀ ଚାକିରିଆ ରାଶନ କାର୍ଡ ହାତେଇଥିବା ରାଜ୍ୟ ଖାଉଟି ବିଭାଗ ସୂତ୍ରରୁ ଜଣାପଡ଼ିଥିଲା। ଦୁଇ ରାଜ୍ୟର ଏହିସବୁ ଉଦାହରଣକୁ ଦେଖିଲେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ହିତାଧିକାରୀ ଚୟନରେ ଘୋର ତ୍ରୁଟି ବା ଜାଣିଶୁଣି ବଦମାସି କରୁଛନ୍ତି। ଫଳରେ ମହିଳାଙ୍କ ଅର୍ଥକୁ ପୁରୁଷ ନେଇଯାଉଛନ୍ତି କିମ୍ବା ନେବାକୁ ଚେଷ୍ଟା କରୁଛନ୍ତି। ଅପରପଟେ ଗରିବଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ କିମ୍ବା ଗହମକୁ ବାଡ଼ ଫସଲ ଖାଇଲା ଭଳି ସରକାରୀ ଚାକିରିଆ, ଧନୀମାନେ ଖାଇଯାଉଛନ୍ତି। ବିଶେଷକରି ଅମଲାତାନ୍ତ୍ରିକ ବିଫଳତା ଓ ଦୁର୍ନୀତି ଯୋଗୁ ମହିଳା ସଶକ୍ତୀକରଣ ଓ ଗରିବ ଦୂରୀକରଣ ଭଳି ଅନେକ ଯୋଜନାରେ ସଫଳତା ମିଳିବା କଷ୍ଟକର ହୋଇଯାଉଛି। ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଦଣ୍ଡ ଦେବା କିମ୍ବା ସେମାନଙ୍କଠାରୁ ଅର୍ଥ ଫେରାଇଆଣିଲେ ସମସ୍ୟା ସମାଧାନ ହୋଇପାରିବ ନାହିଁ। ସମ୍ପୂର୍ଣ୍ଣ ପ୍ରକିୟାରେ ଜଡ଼ିତ ପ୍ରଶାସନିକ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ତୃଣମୂଳ ସ୍ତରରେ ହିତାଧିକରୀଙ୍କ ସ୍ଥିତି ପ୍ରଶାସନିକ କ୍ଷେତ୍ରରେ ଯାଞ୍ଚ ହେଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି।
ହିତାଧିକାରୀ ହେବା ପାଇଁ ଜଣେ ବ୍ୟକ୍ତିଙ୍କ ଆବେଦନ ପତ୍ର ପଞ୍ଚାୟତ ସ୍ତରରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କ ପାଖକୁ ଆସୁଛି। ସେଥିରେ ପଞ୍ଚାୟତ ସଚିବ, ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀଙ୍କ ସମ୍ପୃକ୍ତି ଓ ବଡ଼ବାବୁଙ୍କ ଦସ୍ତଖତ ରହୁଛି। ବିଡିଓଙ୍କର ମଧ୍ୟ ଦସ୍ତଖତ ରହୁଛି। ତା’ପରେ ତାକୁ ଉପ ଜିଲାପାଳ ସ୍ବୀକୃତି ଦେବା ପରେ ତାହା ଜିଲାପାଳଙ୍କ ବାଟ ଦେଇ ରାଜ୍ୟ ସରକାରଙ୍କ ସ୍ତରରେ ହିତାଧିକାରୀ ହେବା ଲାଗି ଆବେଦନ କରିଥିବା ବ୍ୟକ୍ତିଙ୍କ ଆବେଦନ ପତ୍ର ଓ ସେଥିରେ ସଂଯୋଗ ହୋଇଥିବା ଦଲିଲ ଯାଞ୍ଚ କରାଯାଏ। ଏହା ପରେ ସରକାର ବିଭିନ୍ନ ବିଭାଗ ମାଧ୍ୟମ ଦେଇ ଆସିଥିବା ଆବେଦନଗୁଡ଼ିକୁ ମଞ୍ଜୁରୀ ଦିଅନ୍ତି ଓ ସେହି ଯୋଜନା ପାଇଁ ବଜେଟରେ କରାଯାଇଥିବା ବ୍ୟୟ ବରାଦରୁ ହିତାଧିକାରୀଙ୍କ ପାଖକୁ ସାହାଯ୍ୟ ପଠାଯାଇଥାଏ। ଅର୍ଥାତ୍‌ ହିତାଧିକାରୀଙ୍କ ଆବେଦନକୁ ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଉଥିବା ସତ୍ତ୍ୱେ ମହାରାଷ୍ଟ୍ରଠାରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ସବୁଆଡ଼େ ପ୍ରବଳ ମାତ୍ରାରେ ତ୍ରୁଟି ଦେଖାଯାଉଛି। ଏହା ପ୍ରମାଣ କରୁଛି ଯେ, କଶ୍ମୀରରୁ କନ୍ୟାକୁମାରୀ, ଗୁଜରାଟରୁ ମିଜୋରାମ ଭାରତ ନା ଯେ କେବଳ ମହାନ, ତାହା ଦୁର୍ନୀତି ମାଧ୍ୟମରେ ସଂଗଠିତ। ଏଭଳି ଦୁର୍ନୀତିର ପ୍ରତିକାର ପାଇଁ ସରକାର ନୂଆ ଆଇନ ଆଣିପାରନ୍ତେ, ଯେଉଁଥିରେ ଅସତ୍ୟ ଉପରେ ଆଧାରିତ ତଥ୍ୟ ଦେଉଥିବା ଏବଂ ହିତାଧିକାରୀ ହେବା ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ରହନ୍ତା। ଯଥା ଲିଙ୍ଗ ବଦଳାଇ କାଗଜରେ ଦସ୍ତଖତ କରି ଜଣେ ପୁରୁଷ ଯଦି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରୁ ଅର୍ଥ ଲାଭ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ସହିତ ବାସଗୃହ କୋରକ କରିବାର ଆଇନ ପ୍ରଣୀତ ହୋଇପାରନ୍ତା। ଏଥିସହିତ ତୃଣମୂଳ ସ୍ତରରେ ପ୍ରଥମ ସରକାରୀ କର୍ମଚାରୀ ଏଭଳି ତ୍ରୁଟିପୂର୍ଣ୍ଣ ଆବେଦନକୁ ସ୍ବୀକାର କରି ଦ୍ୱିତୀୟ ସ୍ତରକୁ ପଠାଉଛନ୍ତି , ସେଭଳି ଜାଗାରେ ପ୍ରଥମ ସ୍ତରର ସରକାରୀ ଅଧିକାରୀଙ୍କ ଉପରେ ସେହିଭଳି ଫୌଜଦାରି ମକଦ୍ଦମା ରୁଜୁ କରିବା ସହ ଲକ୍ଷେ ଟଙ୍କା ଜରିମାନା କରାଯାଇପାରନ୍ତା, ତାହା ହେଲେ ଲଡ୍‌କୀ ବହିନ୍‌ରୁ ସୁଭଦ୍ରା ପର୍ଯ୍ୟନ୍ତ କୌଣସି ପୁରୁଷ ଆବେଦନ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ଭାବିବେ।


Enter your email to get our daily news in your inbox.

All Right Reserved By Dharitri.Com

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?