ଡିଜିଟାଲ ଠକେଇ

ଚଳିତ ବର୍ଷ ଓଡ଼ିଶାରେ ଘଟିଥିବା ଦୁଇଟି ଡିଜିଟାଲ ଠକେଇ ଅତ୍ୟନ୍ତ ଚିନ୍ତାଜନକ। ୨୦୨୫ ଫେବୃଆରୀରେ ସେକ୍ସଟର୍ସନର ଶିକାର ହୋଇ କଟକର ୩୫ ବର୍ଷୀୟା ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିଲେ। ଉଲ୍ଲେଖନୀୟ ଯେ, ଏହି ମହିଳା ବିବାହ ପରେ ଛାଡ଼ପତ୍ର ଦେଇ ରହୁଥିଲେ। କଟକର ସେକ୍ସଟର୍ସନ ବ୍ଲାକମେଲ ଘଟଣାରେ ଚିଜିଓକେ ଜନ ଓକୋୟେ ଓରଫ ରେମଣ୍ଡ ନାମକ ଜଣେ ନାଇଜେରୀୟ ଯୁବକ ସମ୍ପୃକ୍ତ ମୃତ ମହିଳା ଡାକ୍ତରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ। କିନ୍ତୁ ମହିଳା ଜଣକ ତାହା ନ ଦେବାରୁ ଓକୋୟେ ଅନଲାଇନରେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେଇଥିଲେ। ଏବେ କଟକ କମିଶନରେଟ ପୋଲିସ ଓକୋୟେଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଏହା ବ୍ୟତୀତ ଚଳିତ ବର୍ଷ ଫେବୃଆରୀ ଶେଷ ସପ୍ତାହରେ ଅନଲାଇନ ଠକମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ତାଙ୍କଠାରୁ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଥିଲା। ବିଶ୍ୱବିଦ୍ୟାଳୟରେ ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଇ ଠକମାନେ ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କର୍ମଚାରୀ ଭାବେ କୁଳପତିଙ୍କ ମନରେ ଭୟ ସୃଷ୍ଟି କରି ଟଙ୍କା ଲୁଟିନେବାରେ ସକ୍ଷମ ହୋଇଥିଲେ। ଉପରୋକ୍ତ ଦୁଇଟି ଘଟଣା ସ୍ପଷ୍ଟ କରୁଛି ଯେ, ବ୍ଲାକମେଲର ଶିକାର ହୋଇଥିବା ବ୍ୟକ୍ତିମାନେ ଉଚ୍ଚ ଶିକ୍ଷିତ ଓ ଉଚ୍ଚ ବର୍ଗର । ତଥାପି ଏହିଭଳି ଶ୍ରେଣୀର ଲୋକ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ବଞ୍ଚନ୍ତି ବୋଲି ବୁଝାପଡ଼ୁଛି। ଏହାବ୍ୟତୀତ ଯେତିକି ଠକେଇ ବା ବ୍ଲାକମେଲ ଘଟଣା ସାମ୍ନାକୁ ଆସୁଛି ତାହାଠାରୁ ଅଧିକ ଆଢୁଆଳରେ ରହିଯାଉଥାଇପାରେ। ଏହିିସବୁ ଘଟଣା ପଛରେ ସରକାରୀ ନିୟମ ରହୁଛି। ବ୍ୟାଙ୍କଠାରୁ ଆରମ୍ଭ କରି ଅନ୍ୟସବୁ କ୍ଷେତ୍ରରେ ନାଗରିକଙ୍କୁ ସେମାନଙ୍କ ଆଧାର ଲିଙ୍କ୍‌ କରିବାକୁ ବାଧ୍ୟ କରାଯାଉଛି। ସବୁ କ୍ଷେତ୍ରରେ ବାରମ୍ବାର କଓ୍ବୋଇସି ମଗାଯାଉଛି, ଯାହାଫଳରେ ସମସ୍ତଙ୍କର ଆର୍ଥିକ ପରିସ୍ଥିତି ରେମଣ୍ଡଙ୍କ ଭଳି ଚତୁର ଲୋକଙ୍କୁ ସହଜରେ ମିଳିପାରୁଛି। ଏଥିସହିତ ନିଜର ବ୍ୟକ୍ତିଗତ ଦୈନନ୍ଦିନ ଜୀବନର ଫଟୋକୁ ଅନେକ ଲୋକ ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଅପ୍‌ଲୋଡ ବା ପକାଇ ଦେଉଥିବାରୁ ଏହିଭଳି ଚୋର ସହଜରେ ସେମାନଙ୍କର ଅନ୍ତରଙ୍ଗ ତଥ୍ୟ ପାଇପାରୁଛନ୍ତି। ଉଲ୍ଲେଖନୀୟ ଯେ, ଭାରତରେ ୨୦୧୫ ଜୁଲାଇ ୮ରେ ଲାଗୁ କରାଯାଇଥିବା ଡିଜିଟାଲ ଇଣ୍ଡିଆ ଯୋଜନାକୁ ୯ ବର୍ଷ ପୂରି ଯାଇଥିଲେ ମଧ୍ୟ ଏଠାରେ ଡେଟା ସିକ୍ୟୁରିଟି ବା ତଥ୍ୟ ସୁରକ୍ଷା ସମ୍ବନ୍ଧୀୟ ଆଇନକୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଲାଗୁ କରାଯାଉନାହିଁ। ଏହାବ୍ୟତୀତ ବାରମ୍ବାର କଓ୍ବୋଇସି ମଗାଯିବା ସହିତ ଆଧାରକୁ ବିଭିନ୍ନ କାର୍ଯ୍ୟରେ ସଂଯୋଗ କରାଯାଉଥିବାରୁ ବ୍ୟକ୍ତିବିଶେଷର ସବୁ ତଥ୍ୟ ଯେକୌଣସି ସ୍ଥାନରୁ ଖୋଲାରେ ପ୍ରକାଶ ପାଇଯିବାର ସମ୍ଭାବନା ରହୁଛି।
ଅନ୍ୟପଟେ କଟକର ଡାକ୍ତରାଣୀଙ୍କ ଆତ୍ମହତ୍ୟାକୁ ଏକ ଡିଜିଟାଲ ସ୍କାମ ବୋଲି କହିହେବ ନାହିଁ। ସେହି ମହିଳାଙ୍କ ଏକାକୀ ଜୀବନଯାପନ ହେତୁ ହୁଏତ ରେମଣ୍ଡଙ୍କ ଭଳି ବ୍ୟକ୍ତି ସୁଯୋଗ ପାଇ ବନ୍ଧୁତ୍ୱ ସ୍ଥାପନ କରିଥାଇପାରନ୍ତି। ସେହି ବନ୍ଧୁତ୍ୱର ଲାଭ ଉଠାଇ ନିକଟତର ହେବା ସହିତ ଡାକ୍ତରାଣୀଙ୍କର ଆର୍ଥିକ ପରିସ୍ଥିତିକୁ ବୁଝି ସେ ବ୍ଲାକ୍‌ମେଲ କରିବାକୁ ଆରମ୍ଭ କରିଦେଇଥିଲେ। ଏହା କୁହାଯାଇପାରେ ଯେ ଡିଜିଟାଲ ସ୍କାମ ଭଳି ଏହି ଘଟଣା ଗୋଟିଏ ପାସ୍‌ଓ୍ବାର୍ଡରୁ ଜଣାପଡ଼ିଯିବାରୁ ଉପୁଜିଥିବା ଭଳି ମନେହୁଏ ନାହିଁ। ସେଥିପାଇଁ ଏହି ଡିଜିଟାଲ ଯୁଗରେ ବିପଦର ଆକାର ଏବଂ ରଙ୍ଗ ଜାଣିବା ଅତ୍ୟନ୍ତ କଷ୍ଟକର। ଡାକ୍ତରାଣୀଙ୍କ ଆତ୍ମହତ୍ୟା ପ୍ରମାଣ କରୁଛି ଯେ ତାଙ୍କ ପାଇଁ ଶାରୀରିକ ବିପଦ ପରିବର୍ତ୍ତେ ମାନହାନିର ବିପଦ ଅଧିକ ଗୁରୁତ୍ୱ ଧାରଣ କଲା। ସେଥିପାଇଁ ଆତ୍ମହତ୍ୟା ଭଳି ଶେଷ ପଦକ୍ଷେପ ନେଇଗଲେ। ଏହିଭଳି ଘଟଣାରୁ ସମସ୍ତେ ଏକ ବଡ଼ ଶିକ୍ଷା ନେବା କଥା। ଯେଉଁମାନେ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟା ଭଳି ସାମାଜିକ ଗଣମାଧ୍ୟମରେ ନିଜେ ସୁରକ୍ଷିତ ଅଛନ୍ତି ବୋଲି ଭାବି ବିଭିନ୍ନ ପ୍ରକାର ଫଟୋ ଯେଉଁଥିରେ ନିଜ ଘରର ଆର୍ଥିକ ପରିସ୍ଥିତି ବୁଝିହେବ, ପରିବାରବର୍ଗଙ୍କ ମୁହଁର ଛବି ଏବଂ ନିଜ ଚଳଣି,ରୋଜଗାର ସମେତ ଶିକ୍ଷାଗତ ଯୋଗ୍ୟତା ଭଳି ତଥ୍ୟ କୁଣ୍ଠାବୋଧ ନ କରି ଅନାୟାସରେ ଅପ୍‌ଲୋଡ କରିଦେଉଛନ୍ତି, ତେବେ ସେମାନେ ପରବର୍ତ୍ତୀ ସମୟରେ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ହେବାର ସବୁ ସମ୍ଭାବନା ଓ ସୁଯୋଗ ସୃଷ୍ଟି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?