ଡିଜିଟାଲ ଠକେଇ

ଚଳିତ ବର୍ଷ ଓଡ଼ିଶାରେ ଘଟିଥିବା ଦୁଇଟି ଡିଜିଟାଲ ଠକେଇ ଅତ୍ୟନ୍ତ ଚିନ୍ତାଜନକ। ୨୦୨୫ ଫେବୃଆରୀରେ ସେକ୍ସଟର୍ସନର ଶିକାର ହୋଇ କଟକର ୩୫ ବର୍ଷୀୟା ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିଲେ। ଉଲ୍ଲେଖନୀୟ ଯେ, ଏହି ମହିଳା ବିବାହ ପରେ ଛାଡ଼ପତ୍ର ଦେଇ ରହୁଥିଲେ। କଟକର ସେକ୍ସଟର୍ସନ ବ୍ଲାକମେଲ ଘଟଣାରେ ଚିଜିଓକେ ଜନ ଓକୋୟେ ଓରଫ ରେମଣ୍ଡ ନାମକ ଜଣେ ନାଇଜେରୀୟ ଯୁବକ ସମ୍ପୃକ୍ତ ମୃତ ମହିଳା ଡାକ୍ତରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ। କିନ୍ତୁ ମହିଳା ଜଣକ ତାହା ନ ଦେବାରୁ ଓକୋୟେ ଅନଲାଇନରେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେଇଥିଲେ। ଏବେ କଟକ କମିଶନରେଟ ପୋଲିସ ଓକୋୟେଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଏହା ବ୍ୟତୀତ ଚଳିତ ବର୍ଷ ଫେବୃଆରୀ ଶେଷ ସପ୍ତାହରେ ଅନଲାଇନ ଠକମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ତାଙ୍କଠାରୁ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଥିଲା। ବିଶ୍ୱବିଦ୍ୟାଳୟରେ ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଇ ଠକମାନେ ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କର୍ମଚାରୀ ଭାବେ କୁଳପତିଙ୍କ ମନରେ ଭୟ ସୃଷ୍ଟି କରି ଟଙ୍କା ଲୁଟିନେବାରେ ସକ୍ଷମ ହୋଇଥିଲେ। ଉପରୋକ୍ତ ଦୁଇଟି ଘଟଣା ସ୍ପଷ୍ଟ କରୁଛି ଯେ, ବ୍ଲାକମେଲର ଶିକାର ହୋଇଥିବା ବ୍ୟକ୍ତିମାନେ ଉଚ୍ଚ ଶିକ୍ଷିତ ଓ ଉଚ୍ଚ ବର୍ଗର । ତଥାପି ଏହିଭଳି ଶ୍ରେଣୀର ଲୋକ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ବଞ୍ଚନ୍ତି ବୋଲି ବୁଝାପଡ଼ୁଛି। ଏହାବ୍ୟତୀତ ଯେତିକି ଠକେଇ ବା ବ୍ଲାକମେଲ ଘଟଣା ସାମ୍ନାକୁ ଆସୁଛି ତାହାଠାରୁ ଅଧିକ ଆଢୁଆଳରେ ରହିଯାଉଥାଇପାରେ। ଏହିିସବୁ ଘଟଣା ପଛରେ ସରକାରୀ ନିୟମ ରହୁଛି। ବ୍ୟାଙ୍କଠାରୁ ଆରମ୍ଭ କରି ଅନ୍ୟସବୁ କ୍ଷେତ୍ରରେ ନାଗରିକଙ୍କୁ ସେମାନଙ୍କ ଆଧାର ଲିଙ୍କ୍‌ କରିବାକୁ ବାଧ୍ୟ କରାଯାଉଛି। ସବୁ କ୍ଷେତ୍ରରେ ବାରମ୍ବାର କଓ୍ବୋଇସି ମଗାଯାଉଛି, ଯାହାଫଳରେ ସମସ୍ତଙ୍କର ଆର୍ଥିକ ପରିସ୍ଥିତି ରେମଣ୍ଡଙ୍କ ଭଳି ଚତୁର ଲୋକଙ୍କୁ ସହଜରେ ମିଳିପାରୁଛି। ଏଥିସହିତ ନିଜର ବ୍ୟକ୍ତିଗତ ଦୈନନ୍ଦିନ ଜୀବନର ଫଟୋକୁ ଅନେକ ଲୋକ ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଅପ୍‌ଲୋଡ ବା ପକାଇ ଦେଉଥିବାରୁ ଏହିଭଳି ଚୋର ସହଜରେ ସେମାନଙ୍କର ଅନ୍ତରଙ୍ଗ ତଥ୍ୟ ପାଇପାରୁଛନ୍ତି। ଉଲ୍ଲେଖନୀୟ ଯେ, ଭାରତରେ ୨୦୧୫ ଜୁଲାଇ ୮ରେ ଲାଗୁ କରାଯାଇଥିବା ଡିଜିଟାଲ ଇଣ୍ଡିଆ ଯୋଜନାକୁ ୯ ବର୍ଷ ପୂରି ଯାଇଥିଲେ ମଧ୍ୟ ଏଠାରେ ଡେଟା ସିକ୍ୟୁରିଟି ବା ତଥ୍ୟ ସୁରକ୍ଷା ସମ୍ବନ୍ଧୀୟ ଆଇନକୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଲାଗୁ କରାଯାଉନାହିଁ। ଏହାବ୍ୟତୀତ ବାରମ୍ବାର କଓ୍ବୋଇସି ମଗାଯିବା ସହିତ ଆଧାରକୁ ବିଭିନ୍ନ କାର୍ଯ୍ୟରେ ସଂଯୋଗ କରାଯାଉଥିବାରୁ ବ୍ୟକ୍ତିବିଶେଷର ସବୁ ତଥ୍ୟ ଯେକୌଣସି ସ୍ଥାନରୁ ଖୋଲାରେ ପ୍ରକାଶ ପାଇଯିବାର ସମ୍ଭାବନା ରହୁଛି।
ଅନ୍ୟପଟେ କଟକର ଡାକ୍ତରାଣୀଙ୍କ ଆତ୍ମହତ୍ୟାକୁ ଏକ ଡିଜିଟାଲ ସ୍କାମ ବୋଲି କହିହେବ ନାହିଁ। ସେହି ମହିଳାଙ୍କ ଏକାକୀ ଜୀବନଯାପନ ହେତୁ ହୁଏତ ରେମଣ୍ଡଙ୍କ ଭଳି ବ୍ୟକ୍ତି ସୁଯୋଗ ପାଇ ବନ୍ଧୁତ୍ୱ ସ୍ଥାପନ କରିଥାଇପାରନ୍ତି। ସେହି ବନ୍ଧୁତ୍ୱର ଲାଭ ଉଠାଇ ନିକଟତର ହେବା ସହିତ ଡାକ୍ତରାଣୀଙ୍କର ଆର୍ଥିକ ପରିସ୍ଥିତିକୁ ବୁଝି ସେ ବ୍ଲାକ୍‌ମେଲ କରିବାକୁ ଆରମ୍ଭ କରିଦେଇଥିଲେ। ଏହା କୁହାଯାଇପାରେ ଯେ ଡିଜିଟାଲ ସ୍କାମ ଭଳି ଏହି ଘଟଣା ଗୋଟିଏ ପାସ୍‌ଓ୍ବାର୍ଡରୁ ଜଣାପଡ଼ିଯିବାରୁ ଉପୁଜିଥିବା ଭଳି ମନେହୁଏ ନାହିଁ। ସେଥିପାଇଁ ଏହି ଡିଜିଟାଲ ଯୁଗରେ ବିପଦର ଆକାର ଏବଂ ରଙ୍ଗ ଜାଣିବା ଅତ୍ୟନ୍ତ କଷ୍ଟକର। ଡାକ୍ତରାଣୀଙ୍କ ଆତ୍ମହତ୍ୟା ପ୍ରମାଣ କରୁଛି ଯେ ତାଙ୍କ ପାଇଁ ଶାରୀରିକ ବିପଦ ପରିବର୍ତ୍ତେ ମାନହାନିର ବିପଦ ଅଧିକ ଗୁରୁତ୍ୱ ଧାରଣ କଲା। ସେଥିପାଇଁ ଆତ୍ମହତ୍ୟା ଭଳି ଶେଷ ପଦକ୍ଷେପ ନେଇଗଲେ। ଏହିଭଳି ଘଟଣାରୁ ସମସ୍ତେ ଏକ ବଡ଼ ଶିକ୍ଷା ନେବା କଥା। ଯେଉଁମାନେ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟା ଭଳି ସାମାଜିକ ଗଣମାଧ୍ୟମରେ ନିଜେ ସୁରକ୍ଷିତ ଅଛନ୍ତି ବୋଲି ଭାବି ବିଭିନ୍ନ ପ୍ରକାର ଫଟୋ ଯେଉଁଥିରେ ନିଜ ଘରର ଆର୍ଥିକ ପରିସ୍ଥିତି ବୁଝିହେବ, ପରିବାରବର୍ଗଙ୍କ ମୁହଁର ଛବି ଏବଂ ନିଜ ଚଳଣି,ରୋଜଗାର ସମେତ ଶିକ୍ଷାଗତ ଯୋଗ୍ୟତା ଭଳି ତଥ୍ୟ କୁଣ୍ଠାବୋଧ ନ କରି ଅନାୟାସରେ ଅପ୍‌ଲୋଡ କରିଦେଉଛନ୍ତି, ତେବେ ସେମାନେ ପରବର୍ତ୍ତୀ ସମୟରେ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ହେବାର ସବୁ ସମ୍ଭାବନା ଓ ସୁଯୋଗ ସୃଷ୍ଟି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଗାଡ଼ି, ବ୍ୟାଙ୍କିଂ ଓ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ୧ ନଭେମ୍ୱର ୨୦୨୬ରୁ ଦେଶରେ ସାଧାରଣ ଲୋକଙ୍କ ପକେଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ବଡ଼…

ଏଇ ଭାରତରେ

୨୦୧୫ରେ ମୁମ୍ବାଇର ଦାଦାରାଓ ବିଲ୍‌ହୋରେଙ୍କ ଦୁଇପୁଅ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିରେ ବଡ଼ପୁଅର ମୃତ୍ୟୁ ହୋଇଥିଲା ଏବଂ ସାନ ବଞ୍ଚତ୍ୟାଇଥିଲେ। ବର୍ଷା ଯୋଗୁ ଖାଲଖମାରେ ପାଣି…

ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

ମଣିଷର ବିକାଶ ଯାତ୍ରା ଦ୍ରୁତଗତିରେ ବଢ଼ିଚାଲିଛି। ବିକାଶ ଯାତ୍ରାରେ ନିଜକୁ ସାମିଲ କରି ମଣିଷର ଅହଂକାର ନିଶ୍ଚିତରୂପେ ଧୀରେ ଧୀରେ ଉଗ୍ର ହେବା ସ୍ବାଭାବିକ। ବିଜ୍ଞାନକୁ ଅସ୍ତ୍ର…

ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

ଭାରତ ମହାସାଗରରୁ ପଶ୍ଚିମ ପ୍ରଶାନ୍ତମହାସାଗର (ପ୍ୟାସିଫିକ୍‌) ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ପ୍ୟାସିଫିକ୍‌ ଅଞ୍ଚଳ ସମୁଦ୍ରପଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ଅର୍ଥନୀତି ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରମୁଖ ପ୍ରସଙ୍ଗ…

ଭକ୍ତିଭାବରେ ଅନେକ କୃଷ୍ଣ

ଭାରତରେ କେବଳ ଜଣେ କୃଷ୍ଣ ନାହାନ୍ତି, ଅନେକ କୃଷ୍ଣ ଅଛନ୍ତି। ପ୍ରତ୍ୟେକ ଅଞ୍ଚଳ, ଭାଷା, ସାମାଜିକ ବର୍ଗ ଓ ଐତିହାସିକ ସମୟର ଦୃଷ୍ଟିକୋଣ କୃଷ୍ଣଙ୍କ ସ୍ବରୂପ ଓ…

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ…

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ…

ଛତିଶଗଡ଼ ଆଡ଼େ ମୁହାଁଇଲା ‘ଅର୍ଣ୍ଣବ’, ଓଡ଼ିଶାରେ କମ୍‌ କ୍ଷତି, ଅଧିକ ବର୍ଷା

ଭୁବନେଶ୍ୱର, ୨୯।୧୦(ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?