‘ଧରଣୀଧରଙ୍କ ନୀତିଆଦର୍ଶର ପ୍ରାସଙ୍ଗିକତା ରହିଛି’

ଭୁବନେଶ୍ୱର,୬ା୫(ବ୍ୟୁରୋ): କେନ୍ଦୁଝର ଭୂୟାଁ ସମ୍ପ୍ରଦାୟର ଲୋକେ ଅତ୍ୟାଚାରୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ବହୁବାର ବିଦ୍ରୋହ କରିଥିଲେ। ସେଥିମଧ୍ୟରୁ ପ୍ରମୁଖ ବିଦ୍ରୋହ ଥିଲା ଧରଣୀଧରଙ୍କ ନେତୃତ୍ୱାଧୀନ ଧରଣୀମେଳି, ଯାହା ଅତ୍ୟାଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଥିଲା। ଏହି ସଂଗ୍ରାମ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାଧାରରେ ଲିପିବଦ୍ଧ। ତାଙ୍କର ମହାନ ଆଦର୍ଶ ଓ ନୀତିନିଷ୍ଠ ଜୀବନ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି ବୋଲି କେନ୍ଦୁଝର ପାଟଣା ବିଧାୟକ ଜଗନ୍ନାଥ ନାଏକ ମତବ୍ୟକ୍ତ କରିଛନ୍ତି। ଶୁକ୍ରବାର ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ୱରସ୍ଥିତ କେନ୍ଦୁଝର ନାଗରିକ ପରିଷଦ ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି ପକ୍ଷରୁ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ସୂଚନା ଭବନଠାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ନାଏକ କହିଲେ, ଧରଣୀଧରଙ୍କ ଜାତି ପ୍ରୀତି ଓ ସାହସିକତା ସବୁବେଳେ ଓଡ଼ିଆମାନଙ୍କୁ ପ୍ରେରଣା ଯୋଗାଉଥିବ। ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର କହିଲେ, ଧରଣୀଧର ଅସାଧାରଣ ଜ୍ଞାନର ଅଧିକାରୀ ଥିଲେ। ମୁଖ୍ୟବକ୍ତା ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସୁମନ୍ତ ନାଏକ କହିଲେ, ଦେଶ ସ୍ବାଧୀନ ହେବା ପୂର୍ବରୁ ଧରଣୀଧର ଏକ ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା କରିଥିଲେ। ଯେଉଁଠି ସମସ୍ତଙ୍କର ସମାନ ଅଧିକାର ରହିବ। ସେଭଳି ଦୂରଦ୍ରଷ୍ଟା ପ୍ରଜ୍ଞା ପୁରୁଷ ଓଡ଼ିଶା ଇତିହାସରେ ଦୁଲର୍‌ଲଭ ବୋଲି ସେ ପ୍ରକାଶ କରିଥିଲେ। ପଦ୍ମଶ୍ରୀ ଦୈତାରୀ ନାଏକ, କେନ୍ଦୁଝର ନାଗରିକ ପରିଷଦ ସଭାପତି ହାଡିବନ୍ଧୁ ପଟ୍ଟନାୟକ, ଅଧ୍ୟାପିକା ଡ. ଯାଜ୍ଞସେନୀ ଛତ୍ରିଆ ପ୍ରମୁଖ ଅନ୍ୟମ ଅତିଥି ଭାବେ ଯୋଗଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ବାଗତ ଭାଷଣରେ ଜନଜାତି ଅସ୍ମିତା ଓ ସ୍ବାଭିମାନର ପ୍ରତୀକ ଥିଲେ ଧରଣୀଧର ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ କେନ୍ଦୁଝର ସଂଘ ପକ୍ଷରୁ ଏକ ମୁଖପତ୍ର ଉନ୍ମୋଚିତ ହୋଇଥିଲା। ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ସମ୍ପାଦକ ବିଜୟ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବାଦାମ ପାଟ ଓ ଫୁଲଝର, ଲହୁଣି ପଡ଼ା, ସୁନ୍ଦରଗଡର କଳାକାରଙ୍କ ଦ୍ୱାରା ଚାଙ୍ଗୁ ନୃତ୍ୟ, ପାରମ୍ପରିକ ଜନଜାତି ନୃତ୍ୟ ଓ ସଙ୍ଗୀତ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri