୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢାଇଥିବା ବେଳେ ଏବେ ଏହି ପିତାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା। ଆନନ୍ଦ ଏବେ ଉକ୍ତ ଛାତ୍ରଙ୍କ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି। ଟୁଇଟ୍‌ କରି ଆନନ୍ଦ ଲେଖିଛନ୍ତି, ଏଭଳି ପିତାଙ୍କୁ ସଲାମ। ଯିଏ ନିଜେ ୧୦୫ କିଲୋମିଟର ସାଇକେଲ ଚଲାଇ ପୁଅର ସୁନାର ଭିବଷ୍ୟତର କଳ୍ପନା କରୁଛନ୍ତି। ଏମିତି ସ୍ବପ୍ନ ହିଁ ଦେଶକୁ ଆଗେଇ ନେବାରେ ସାହାଯ୍ୟ କରିବ। ଉକ୍ତ ପରିବାର ସହ ଯୋଗାଯୋଗ କରିବାକୁ ସେ ଖବରଦାତାଙ୍କ ସହାୟତା ଲୋଡିଛନ୍ତି। ଆନନ୍ଦ କହିଛନ୍ତି ତାଙ୍କ ସଂସ୍ଥା ପିଲାଟିର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବ। ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଲକ୍‌ ଡାଉନ ଚାଲିଥିବା ବେଳେ ମଧ୍ୟପ୍ରଦେଶ ଧାର ଜିଲାର ବୟଡିପୁରାରେ ରହୁଥିବା ଶୋଭାରାମଙ୍କ ପୁଅ ଆଶିଷ ୧୦ ପରୀକ୍ଷା ଦେବାକୁ ବାହାରିଥିଲେ। ହେଲେ ଗାଡି ମଟର ଚାଲୁ ନ ଥିବାରୁ ବା ଅନ୍ୟ କୌଣସି ଗାଡିକୁ ରିଜର୍ଭ କରି ଯିବାଭଳି ଅବସ୍ଥା ନ ଥିଲା ପିଲାଟି। ଫଳରେ ଶୋଭାରାମ ତାଙ୍କ ପୁଅ ଆଶିଷର ଉଜ୍ୱଳ ଭବିଷ୍ୟତ କାମନା କରି ସାଙ୍ଗରେ ୨ ଦିନର ଖାଇବା ଧରି, ଆରମ୍ଭ କରିଥିଲେ ୧୦୫ କିଲୋମିଟରର ଯାତ୍ରା। ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri