୫୦୦ ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ

ଧର୍‌,୧୫।୭: ସାଧାରଣତଃ ସରକାରୀ କର୍ମଚାରୀମାନେ ଧୁମ୍‌ଧାମ୍‌ରେ ବିବାହ କରନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଧର ଜିଲାର ସିଟି ମାଜିଷ୍ଟ୍ରେଟ ଶିବାଙ୍ଗୀ ଯୋଶୀଙ୍କ ବିବାହ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ସେ ମାତ୍ର ୫୦୦ ଖର୍ଚ୍ଚ କରି ଆର୍ମି ମେଜର ଅନିକେତ ଚତୁର୍ବେଦୀଙ୍କୁ ବିବାହ କରିଛନ୍ତି। ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କୌଣସି ବିବାହକୁ ଆସି ନଥିଲେ। ଏବେ ବିବାହର ଫଟୋ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଶିବାଙ୍ଗୀଙ୍କୁ ପ୍ରଶଂସା କରାଯାଇଛି। ଏହି ବିବାହରେ ଉଭୟ ପରିବାରର ମୋଟ ୫-୧୦ ଲୋକ ଉପସ୍ଥିତ ଥିଲେ। ଏହି ବିବାହ ପାଇଁ କେବଳ ଫୁଲମାଳ ଏବଂ ମିଠା ବ୍ୟବସ୍ଥା କରାଯାଇଥିଲା। ଉଭୟ ନିଜ କାରରେ ଠିକ ସମୟରେ କୋର୍ଟରେ ପହଞ୍ଚିଥିଲେ। ବିବାହ ପାଇଁ ପଞ୍ଜୀକରଣ ଏଠାରେ କରାଯାଇଥିଲା। ତା’ପରେ ସମ୍ପର୍କୀୟଙ୍କ ଉପସ୍ଥିତିରେ ଦୁହେଁ କୋର୍ଟରେ ପରସ୍ପରକୁ ବରଣମାଳ ପିନ୍ଧାଇ ଥିଲେ। ଏହା ପରେ ଦୁହେଁ ପରସ୍ପର ସ୍ତ୍ରୀ-ସ୍ବାମୀ ହୋଇଯାଇଥିଲେ। ବିବାହ ସମୟରେ ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ମଧ୍ୟ ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ।
ସିଟି ମାଜିଷ୍ଟ୍ରେଟ ଶିବାଙ୍ଗୀ ଯୋଶୀ ମୂଳତଃ ଭୋପାଳର। ଦୁଇ ବର୍ଷ ପୂର୍ବେ ସେନାରେ ମେଜର ଅନିକେତଙ୍କ ସହ ଶିବାଙ୍ଗୀଙ୍କ ବିବାହ ସ୍ଥିର ହୋଇଥିଲା। କରୋନା କାରଣରୁ ଉଭୟଙ୍କ ବିବାହ କ୍ରମାଗତ ଭାବରେ ସ୍ଥଗିତ ରଖାଯାଇଥିଲା। ଅନିକେତ ଏବେ ଲଦାଖରେ ନିଯୁକ୍ତି ପାଇଛନ୍ତି। ଏଥି ସହିତ ଶିବାଙ୍ଗୀଙ୍କ ପୋଷ୍ଟିଂ ଧର ଜିଲ୍ଲାରେ ଅଛି। ଶିବାଙ୍ଗୀ କରୋନା ଅବଧିରେ କ୍ରମାଗତ ଭାବରେ ଡ୍ୟୁଟି କରୁଥିଲେ।ଏହି କାରଣରୁ ବିବାହ ତାରିଖ ସ୍ଥିର ହୋଇପାରିଲା ନାହିଁ। କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମୁଥିବାରୁ ଶିବାଙ୍ଗୀ ସରଳତା ସହିତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ପରିବାର ଏଥିରେ ରାଜି ହୋଇଥିଲେ। ଶିବାଙ୍ଗୀ କହିଛନ୍ତି ଯେ କରୋନା ଏପର୍ଯ୍ୟନ୍ତ ଯାଇ ନାହିଁ। ଲୋକମାନେ ନିୟମ ପାଳନ କରିବା ଉଚିିତ୍‌। ବିବାହରେ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ। ମୁଁ ଆରମ୍ଭରୁ ବିବାହରେ ବ୍ୟୟବହୁଳ ଖର୍ଚ୍ଚର ବିରୋଧୀ। ବିବାହରେ ଅତ୍ୟଧିକ ବ୍ୟୟ କେବଳ ଝିଅର ପରିବାରକୁ କଷ୍ଟ ଦେଇ ନ ଥାଏ ବରଂ ଅର୍ଥର ଅପବ୍ୟବହାର ମଧ୍ୟ ହୋଇଥାଏ। ଉଭୟ ଏହି ବିବାହ ମାଧ୍ୟମରେ ସମାଜକୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ କିପରି ଅପବ୍ୟବହାରକୁ ଏଡାଇ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri