ଲଗାତର ୨ ଉଇକେଟ୍‌ ନେଲେ ଚହଲ; ଖୁସିରେ ତାଳି ମାରିଲେ ଭାବି ସ୍ତ୍ରୀ ଧନଶ୍ରୀ

ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା ରାଜସ୍ଥାନ ରୟାଲ୍‌ ସହ ହୋଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ଉଇକେଟ୍‌ ହରାଇ ୧୭୭ ରନ ସଂଗ୍ରହ କରିଛି। ତେବେ ମ୍ୟାଚ୍‌ରେ ବାଙ୍ଗାଲୋର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ କମାଲ ଦେଖିବାକୁ ମିଳିଥିଲା। ସେ ଲଗାତର ୨ଟି ବଲରେ ରାଜସ୍ଥାନର ୨ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇବାରେ ସଫଳ ହୋଇଥିଲେ। ତେବେ ଏଥିପୂର୍ବରୁ ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା ୟୁଏଇରେ ପହଞ୍ଚି ତାଙ୍କ ଖୁସି ଦ୍ୱିଗୁଣିତ କରିଦେଇଥିଲେ।

https://twitter.com/pant_fc/status/1317420135330689025
ସମୟରେ ଚହଲ ପ୍ରତିପକ୍ଷ ଟିମ୍‌ର ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥିଲେ, ସେହି ସମୟରେ ଧନଶ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ଧନଶ୍ରୀ ଷ୍ଟାଣ୍ଡ୍‌ରେ ଉପସ୍ଥିତ ରହି ଚହଲ ଉଇକେଟ୍‌ ନେବା ସମୟରେ କରତାଳି ଦେଇ ତାଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି। ରାଜସ୍ଥାନ ଇନିଂସର ୮ମ ଓଭରର ପ୍ରଥମ ବଲରେ ଚହଲଙ୍କ ପ୍ରଥମ ଶିକାର ବନିଥିଲେ ରବିନ୍‌ ଉଥପ୍ପା। ସେ ୨୨ ବଲରୁ ୪୧ ରନ କରି ଷ୍ଟିଭ ସ୍ମିଥଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଏହାପର ବଲରେ ଚହଲ ଫର୍ମରେ ଥିବା ସଞ୍ଜୁ ସାମସନଙ୍କୁ ମଧ୍ୟ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୨ ମାସ ତଳେ ଧନଶ୍ରୀ ବର୍ମାଙ୍କ ସହିତ ଚହଲଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ଧନଶ୍ରୀ ପେଶାରେ ଜଣେ ଦାନ୍ତ ଡାକ୍ତର ଏବଂ ଏଥିସହ ସେ ମଧ୍ୟ ଜଣେ କୋରିଓଗ୍ରାଫର। ତାଙ୍କର ୟୁ ଟ୍ୟୁବରେ ଏକ ଚ୍ୟାନେଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?