ଜେଲ ଗଲେ ଢାବା ମ୍ୟାନେଜର: ମହିଳାଙ୍କୁ ବଳାତ୍କାର ଘଟଣା

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଢାବାରେ ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର ଅଭିଯୋଗରେ ଉକ୍ତ ଢାବାର ମ୍ୟାନେଜର ସୁକାନ୍ତ ନାୟକଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ଘର ନୟାଗଡ଼ ଜିଲାରେ ହୋଇଥିବାବେଳେ ସେ ଭୁବନେଶ୍ୱର ୟୁନିଟ-୩ରେ ରହି ଢାବାରେ ମ୍ୟାନେଜର କାମ କରୁଥିଲେ। ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ବାହାରିବା ରାସ୍ତାରେ ଏକ ଢାବା ରହିଛି। ଲକ୍‌ଡାଉନ ପରେ ଏକ ଗରିବ ଦମ୍ପତି ସେଠାରେ ରହି କାର୍ଯ୍ୟ କରୁଥିଲେ। ଶନିବାର ସନ୍ଧ୍ୟାରେ ସୁକାନ୍ତ ମହିଳାଙ୍କୁ ଏକୁଟିଆ ପାଇ ବଳାତ୍କାର କରିଥିଲେ। ଏନେଇ ମହିଳା ଜଣଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ଏସମ୍ପର୍କରେ ମହିଳାଙ୍କ ସ୍ବାମୀ ସୁକାନ୍ତଙ୍କୁ ପଚାରିବାରୁ ସେ ଓଲଟା ଧମକ ଦେଇ ମାଡ଼ ମାରିଥିଲେ। ଏ ସମ୍ପର୍କରେ ବାହାରେ କାହାକୁ ନ କହିବା ପାଇଁ ଚାପ ପକାଇବା ସହ ଆପୋସବୁଝାମଣା ପାଇଁ ବାଧ୍ୟ କରିଥିଲେ। ଘଟଣା ସମ୍ପର୍କରେ ରବିବାର ସକାଳୁ ମହିଳା ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଢାବାରେ ଚଢ଼ାଉ କରିବା ସହ ସୁକାନ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି କରାଇଦେବାକୁ କହି ଠକି ଦେଲେ ଭାଜପା ଜିଲା ସମ୍ପାଦକ

କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦ୍ରମନ୍ତ୍ରୀଙ୍କ ପାଖ ଲୋକ। ଚାକିରି କରାଇଦେବି। ଏଭଳି କହି ୪୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି କେନ୍ଦୁଝର ଜିଲା ଭାଜପା ସମ୍ପାଦକ...

୧୭୧ କିସମ ବିକଶିତ କରିଛି ଓୟୁଏଟି

ଭୁବନେଶ୍ବର,୨୬ା୧୨(ବ୍ୟୁରୋ):ଓୟୁଏଟି ପକ୍ଷରୁ ବର୍ତ୍ତମାନ ଯାଏ ବିଭିନ୍ନ ଫସଲର ୧୭୧ଟି କିସମ ବିକଶିତ ହୋଇଛି। ଚଳିତ ବର୍ଷ କଳିଙ୍ଗ ସୁଆଁ ୧୮ ନାମରେ ଏକ ସୁଆଁ କିସମ...

୨ କେଜି ସୁନା ଜବତ

କଟକ ଅଫିସ,୧୫ା୭: ପଞ୍ଜାବରୁ ପୁଳାପୁଳା ସୁନା ଆସି କଟକର ବିଭିନ୍ନ ସୁନା ଦୋକାନରେ ବିକ୍ରି ହେଉଥିଲା। ଏଥିନିମନ୍ତେ ଦୋକାନୀଙ୍କୁ କୌଣସି ଜିଏସ୍‌ଟି ତଥା ଟ୍ୟାକ୍ସ ଦେବାକୁ...

ଖୁବ୍‌ଶୀଘ୍ର ୩ ଜିଲାରେ ବୋଟ୍‌ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରେ ଆରମ୍ଭ ହୋଇଥିବା ବୋଟ୍‌ ଆମ୍ବୁଲାନ୍ସ ସେବା ବିଚ୍ଛିନ୍ନାଞ୍ଚଳ ସହ କେତେକ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ବିଶେଷଭାବେ ସଫଳ ହୋଇଛି। ବିଚ୍ଛିନ୍ନାଞ୍ଚଳର...

ରାଜ୍ୟରେ ବଢୁଛି ବେରୋଜଗାରୀ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଓଡ଼ିଶାର ଯୁବପିଢ଼ି ମଧ୍ୟରେ ବେରୋଜଗାରୀ ସମସ୍ୟା ଗୁରୁତର ଭାବେ ବୃଦ୍ଧି ପାଇଥିବା ଦେଖାଯାଇଛି। ନିକଟରେ ପ୍ରକାଶିତ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି...

୧୨ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ଦେଲା ମା; କାହିଁକି ଜାଣନ୍ତୁ

ଭୋପାଳ, ୪।୧୦: ମଧ୍ୟପ୍ରଦେଶର ପନ୍ନା ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଲାର ସଲେହା ଥାନା ଅନ୍ତର୍ଗତ ଛିଜୋରା ଗ୍ରାମରେ ଜଣେ ମହିଳା...

ଓଡ଼ିଶା ପାଇଁ ସ୍ବତନ୍ତ୍ର ପାହ୍ୟା ଦାବି କଲା ବିଜେଡି

ନୂଆଦିଲ୍ଲୀ,୧୦ା୨:ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସ୍ବତନ୍ତ ଫୋକସ ପାହ୍ୟା ପ୍ରଦାନ ଲାଗି ବିଜେଡି ଗୁରୁବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଲୋକ ସଭାରେ କେନ୍ଦ୍ର...

ଅମାନିଆଙ୍କୁ ସାବାଡ୍‌ କଲା ପୋଲିସ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କଚେରୀ ବଜାରରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ କେତେଜଣ ଅମାନିଆ...

Advertisement
Archives

Model This Week