ହାଇଓ୍ବେ ପାଟ୍ରୋଲିଂ ପାଇଁ ମିଳୁନାହାନ୍ତି ଏସ୍‌ପିଓ

ଭୁବନେଶ୍ୱର,୨୮ା୧୦ (ବ୍ୟୁରୋ): ରାଜ୍ୟରେ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ହିଁ ଘଟୁଛି। ତେଣୁ ଏହାକୁ ରୋକିବା ପାଇଁ ହାଇଓ୍ବେ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦେବାକୁ ସୁପ୍ରିମ୍‌କୋର୍ଟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପୋଲିସକୁ ଯୁଦ୍ଧକାଳୀନ ଭିତ୍ତିରେ ପାଟ୍ରୋଲିଂ କରିବାକୁ କହିଛନ୍ତି। ହେଲେ ଏବେ ପୋଲିସ ପାଟ୍ରୋଲିଂ ପାଇଁ ୨ଟି ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମତଃ କୋଭିଡ୍‌ ଯୋଗୁ ଏସ୍‌ପିଓ ଆବେଦନ କରୁ ନ ଥିବା ବେଳେ ୨ୟରେ କମ୍‌ ଭଡ଼ା ମିଳୁଥିବା କାରଣରୁ ପାଟ୍ରୋଲିଂ ପାଇଁ ଗାଡ଼ି ମିଳୁନି।
ପ୍ରକାଶ ଯେ, ହାଇଓ୍ବେ ପାଟ୍ରୋଲିଂ ଭ୍ୟାନ୍‌ରେ ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯିବା କଥା। ଯେଉଁମାନେ ସେନା ଏବଂ ପୋଲିସ ବିଭାଗରୁ ଅବସର ନେଇଥିବେ ସେହିମାନଙ୍କୁ ଏହି ହାଇଓ୍ବେ ପାଟ୍ରୋଲିଂରେ କାର୍ଯ୍ୟ କରିବାକୁ ଦିଆଯିବ। କିନ୍ତୁ କୋଭିଡ୍‌ ଭୟରେ କୌଣସି ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରୁନାହାନ୍ତି। କାରଣ ଯେଉଁମାନେ ଏସ୍‌ପିଓ ଭାବେ ନିୟୋଜିତ ହେବେ ସେମାନଙ୍କ ବୟସ ୬୦ ଉପରେ ହେବ। ସେମାନଙ୍କ କାର୍ଯ୍ୟ ରାଜପଥରେ ରହୁଥିବାରୁ ସେମାନେ ଏକାଧିକ ଥର ବାହାର ରାଜ୍ୟର ଡ୍ରାଇଭର ଏବଂ ଭିନ୍ନ ଭିନ୍ନ ଲୋକଙ୍କ ସହ ମିଳାମିଶା କରିବେ। ଯେଉଁଥିପାଇଁ ସେମାନଙ୍କୁ କୋଭିଡ୍‌ ହେବାର ଅଧିକ ସମ୍ଭାବନା ରହିଛି। ବୟସକୁ ଦୃଷ୍ଟିରେ ରଖି ଅନେକ ବ୍ୟକ୍ତି ଏହି ପଦବୀ ପାଇଁ ଆବେଦନ କରୁନାହାନ୍ତି। ଆଉଏକ କାରଣ ହେଉଛି ଏସ୍‌ପିଓଙ୍କୁ ୨୪ଘଣ୍ଟା କାର୍ଯ୍ୟ କରିବାକୁ କୁହାଯାଉଛି। ଯେଉଁଥିପାଇଁ ଅନେକ ଏଥିରେ ଯୋଗଦେବାକୁ ରାଜି ହେଉ ନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବିଭାଗ ଏସ୍‌ପିଓଙ୍କ କାର୍ଯ୍ୟକୁ ୨୪ଘଣ୍ଟାରୁ ୮ଘଣ୍ଟାକୁ କମ୍‌ କରିବା ସହ ଏନେଇ ମଙ୍ଗଳବାର ଏକ ସାନି ବିଜ୍ଞପ୍ତି ପ୍ରକାଶ କରିଛି।
ସେହିପରି ଦ୍ୱିତୀୟ ସମସ୍ୟା ହେଲା ପାଟ୍ରୋଲିଂ ପାଇଁ ଆବଶ୍ୟକ ଭ୍ୟାନ୍‌ ମିଳୁନି। ରାଜ୍ୟ ପୋଲିସ ଭ୍ୟାନ୍‌ ଭଡ଼ାରେ ଲଗାଇବାକୁ ୨ଥର ଟେଣ୍ଡର କରିଥିଲେ ମଧ୍ୟ କୌଣସି ଗାଡ଼ି ମାଲିକ ଆବେଦନ କରୁନାହାନ୍ତି। ଯେଉଁଥିପାଇଁ ପୋଲିସ ପୁଣି ତୃତୀୟ ଥର ମଙ୍ଗଳବାର ସାନି ନୋଟିସ ବାହାର କରିଛି। ଏଥର ଟେଣ୍ଡରରେ କିଛିଟା ପରିବର୍ତ୍ତନ କରିଛି ପୋଲିସ। ହାଇଓ୍ବେ ପାଟ୍ରୋଲିଂ ପାଇଁ ଭଡ଼ାକୁ ଲଗାଉଥିବା ଗାଡ଼ି ମାଲିକଙ୍କୁ ପୂର୍ବରୁ ମାସକୁ ଭଡ଼ା ଆକାରରେ ୩୦ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଏଥର ଏହି ଭଡ଼ାକୁ ୭୦ହଜାରକୁ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଦ୍ୱାରା ଭ୍ୟାନ୍‌ ପାଇଁ ଗାଡି ମିଳିପାରିବ ବୋଲି ପୋଲିସ ବିଭାଗ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତନ୍ୟପାନବେଳେ ମା’ମାନେ ସଚେତନ ରୁହନ୍ତୁ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଶିଶୁର ଉତ୍ତମ ସ୍ବାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମା’ କ୍ଷୀର ହେଉଛି ସର୍ବୋତ୍ତମ ବିକଳ୍ପ। ମା’ କ୍ଷୀରରେ ଥିବା...

ପୁରୀରେ ଡଗ୍‌ ଶୋ:କୌଶଳ ଦେଖାଇଲେ୧୮ ପ୍ରଜାତିର ୧୪୭ କୁକୁର

ପୁରୀ ଅଫିସ, ୧୩ା୧: କୁକୁର ହେଲେ ବି ମାଲିକଙ୍କ ପ୍ରତି ଥିଲା ସେମାନଙ୍କର ଢେର୍‌ ଭଲପାଇବା ଆଉ ବିଶ୍ୱସନୀୟତା। ମାଲିକଙ୍କ ପ୍ରତିଟି ନିର୍ଦ୍ଦେଶ ମାନି ବିଚାରକଙ୍କୁ...

ଛେଳି ପାଇଁ ମଝି ନଈରେ ଫସିଲେ ୨ଭାଇ : ଭରା ନଈ ପହଁରି ସୁରକ୍ଷିତ ଫେରିଲେ

ବାଙ୍ଗିରିପୋଷି,୨୨।୯(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଞ୍ଚଳରେ ୨ ଭାଇ ନଦୀ ମଝିରେ ଛେଳି ଉଦ୍ଧାର କରିବାକୁ ଯାଇ ଦୀର୍ଘ ସମୟ ବନ୍ୟା ପାଣି ଘେରରେ ରହିବା ପରେ...

ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା ମୃତ୍ୟୁ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଦୁର୍ଘଟଣାରେ ଅଙ୍କୁଶ ଲାଗୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମିଳିଥିବା ସୂଚନା...

କରୋନାରେ ଚାଲିଗଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି। ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

ରାଜ୍ୟରେ ବଢୁଛି ଆଖିଧରା ରୋଗ

ଭୁବନେଶ୍ୱର, ୧୨।୭ (ବନ୍ଦନା ସେଠୀ): ରାଜ୍ୟରେ ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ପ୍ରତି ୧୦ ଜଣ ଲୋଙ୍କ...

ପଶ୍ଚିମ ପାର୍ଶ୍ୱରେ ମାପଚୁପକୁ ବିରୋଧ:ଅଧାରେ ଅଟକିଲା ସର୍ଭେ

ପୁରୀ ଅଫିସ, ୨୦-୯:ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ ଚାଲିଛି। ସୋମବାରଠାରୁ ଡିଜିପିଏସ୍‌ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପଦ୍ଧତିରେ ସର୍ଭେ କରାଯାଉଛି। ଏହି କାର୍ଯ୍ୟ ଆଉ...

ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର,୮।୯(ବ୍ୟୁରୋ):  ବିଭିନ୍ନ ସମୟରେ ଏମ୍‌ପି ଅନୁଭବ ମହାନ୍ତି କାହାକୁ ନା କାହାକୁ ଦୁର୍ବ୍ୟବହାର କରିଛନ୍ତି। କେତେବେଳେ ମହିଳାଙ୍କୁ ପୁଣି କେତେବେଳେ ରାଜନୈତିକ ସଭାରେ ଆପତ୍ତିଜନକ ମନ୍ତବ୍ୟ...

Advertisement
Archives

Model This Week