ଜୟପୁର ଏୟାରପୋର୍ଟକୁ ଡିଜିସିଏର ଅନୁମତି

ଜୟପୁର,୨୧ା୧୦ (ନି.ପ୍ର.): ଜୟପୁରରୁ ସବୁଦିନିଆ ବିମାନ ଉଡିବା ନେଇ ଅନୁମତି ମିଳଛି। ଗୁରୁବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉଡାନ ଯୋଜନାରେ ଡିଜିସିଏ ଏହି ଅନୁମତି ପ୍ରଦାନ କରଛି। ଅନୁମତି ପତ୍ର ବିଭାଗ ପକ୍ଷରୁ ଏନେଇ ଓଡିଶା ସରକାରଙ୍କୁ ଅବଗତ କରାଯାଇଛି। ଅନୁମିତ ଅନୁସାରେ ଜୟପୁର ଏୟାରପୋର୍ଟରୁ ପ୍ରତ୍ୟହ ଯାତ୍ରୀଙ୍କୁ ନେଇ ଚଳପ୍ରଚଳ କରିବ। ଗତ ଅଗଷ୍ଟ ୩ରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଇଣ୍ଡିଆ ଓ୍ବାନ ଏୟାର ନାମକ ଏକ ସଂସ୍ଥାକୁ ଜୟପୁର-୍‌ଭୁବନେଶ୍ୱର ଓ ଜୟପୁର-ବିଶାଖାପାଟଣା ମଧ୍ୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇବାକୁ ନନ ସିଡ୍ୟୁଲ କରିଥିଲେ ା ମାତ୍ର କେନ୍ଦ୍ର ସରକାରଙ୍କ ଡିଜିସିଏ ପକ୍ଷରୁ ଏହି ଅନୁମତି ପତ୍ର ମିଳି ନ ଥିବା ଯୋଗୁ ଏହି ବିମାନ ପ୍ରତ୍ୟେହ ଆସୁଥିଲେ ମଧ୍ୟ ଯାତ୍ରୀକୁ ନେଇ ପାରୁ ନ ଥିଲା। ଡିଜିସିଏ ଅନୁମତି ପରେ ଏବେ ଜୟପୁରଠାରୁ ବିମାନ ଚଳାଚଳ ନେଇ ରୁଟ୍‌ ମିଳିଛି। ଗତ ୧୩ରେ ୨ ଦିନ ଧରି ଡିଜିସିଏ ଓ ବ୍ୟୁରୋ ଅଫ୍‌ ସିଭିଲ ଆଭିଏଶନ ସିକ୍ୟୁରିଟି ଟିମ୍‌ ପହଞ୍ଚତ୍ ଏୟାରପୋର୍ଟରେ ଯାଞ୍ଚ କରି ଫେରିଥିଲେ। ଟିମ୍‌ର ବେସାମରିକ ସୁରକ୍ଷା ମୁଖ୍ୟ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିମ୍‌ ସାମିଲ ଥିଲେ। ଅନ୍ୟପକ୍ଷରେ ଏଠାରୁ ନିୟମିତ ବିମାନ ସେବା ନେଇ ବିଡ୍‌ ପାଇଥିବା ଇଣ୍ଡିଆ ଓ୍ବାନ ଏୟାର ଟ୍ରାଏଲ ଭାବେ ନିୟମିତ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣା ଉଡାଣ ଜାରି ରଖିଛି। ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ଟିମ୍‌ ୬ ଥର ଏୟାରପୋର୍ଟର ଭିତ୍ତିଭୂମି ସମୀକ୍ଷା କରିଥିଲେ। ଡିଜିସିଏ ଅନୁମତି ମିଳିବା ଖବର ଜଣାପଡ଼ିବା ପରେ ଜୟପୁର ସହ ଅବିଭକ୍ତ କୋରାପୁଟ ଜିଲାରେ ଖୁସିର ଲହରି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri