Posted inଜାତୀୟ

ବିମାନରେ ଅସଦାଚରଣ ସହ୍ୟ କରାଯିବ ନାହିଁ: ଆଡଭାଇଜରୀ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ,୬।୧: ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଜ ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ସବୁ ମାହୋଲରେ ନିନ୍ଦା କରାଯାଇଛି। ଏଭଳି ଘଟଣା ପରେ ବର୍ତ୍ତମାନ ଦେଶର ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଆଭିଏସନ (ଡିଜିସିଏ) ଅସଦାଚରଣ କରୁଥିବା ଯାତ୍ରୀମାନଙ୍କ ସହ ମୁକାବିଲା କରିବା ପାଇଁ ଏୟାରଲାଇନ୍ସ ପକ୍ଷରୁ ଏକ ଆଡଭାଇଜାରୀ ଜାରି କରାଯାଇଛି। ନିର୍ଦ୍ଧାରିତ ବିମାନ ସେବାଗୁଡିକର ମୁଖ୍ୟଙ୍କୁ ପଠାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଆବଶ୍ୟକ ସମୟରେ ପରିସ୍ଥିତିକୁ ଏଡାଇବା ପାଇଁ ଉପକରଣଗୁଡ଼ିକର ବ୍ୟବହାର କରିବା ଉଚିତ୍‌। ବିମାନରେ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ପାଇଲଟ୍‌-ଇନ୍‌ କମାଣ୍ଡଙ୍କ ଉପରେ ରହିଛି। ସେହିପରି ବିମାନରେ ଶାନ୍ତି ବଜାୟ ରଖିବା ଏବଂ ସମସ୍ତ ଯାତ୍ରୀଙ୍କ ଯତ୍ନ ନେବା ମଧ୍ୟ କ୍ୟାବିନ୍‌ କ୍ର୍ୟୁ ସଦସ୍ୟଙ୍କ ଦାୟିତ୍ୱ। ଯଦି କୌଣସି ଅଘଟଣ ଘଟେ ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ସେମାନଙ୍କୁ ଅନୁମତି ଦିଆଯିବ। ଏଥିସହ ଡିଜିସିଏ ଆହୁରି ଅନେକ କଥା ଗାଇଡଲାଇନ୍ସରେ ସାମିଲ କରିଛି। ନିକଟରେ ଘଟିଥିବା ସାମ୍ପ୍ରତିକ ମାମଲାଗୁଡ଼ିକ ବିମାନ ଯାତ୍ରା କରାଉଥିବା ଏୟାରଲାଇନ୍ସର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ବିମାନରେ ଘଟିଥିବା ଅସଦାଚରଣକୁ ରୋକିବାରେ ପୋଷ୍ଟ ହୋଲ୍ଡର୍ସ, ପାଇଲଟ ଓ କ୍ୟାବିନ କ୍ର୍ୟୁ ମେମ୍ବର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri