କୋଭିଡ୍‌ ଚିକିତ୍ସା ଲାଗି ଡେକ୍ସାମିଥାସୋନ୍‌କୁ ଅନୁମତି

ନୂଆଦିଲ୍ଲୀ,୨୮ା୬(ପି.ଟି.): ବହୁଳ ଭାବେ ବ୍ୟବହୃତ ହେଉଥିବା ଅପେକ୍ଷାକୃତ ଶସ୍ତା ଔଷଧ ଷ୍ଟେରଏଡ୍‌ ଡେକ୍ସାମିଥାସୋନ୍‌କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଅନୁମତି ଦେଇଛି। ଅନ୍ୟାନ୍ୟ ଚିକିତ୍ସା ସହିତ ଏହାକୁ ମଧ୍ୟମରୁ ଗୁରୁତର ଅସୁସ୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ମିଥାଇଲପ୍ରିଡ୍‌ନିସୋଲୋନର ବିକଳ୍ପ ଭାବେ ଡେକ୍ସାମିଥାସୋନ୍‌କୁ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ସଦ୍ୟ ଉପଲବ୍ଧ ପ୍ରମାଣ ଏବଂ ବିଶେଷଜ୍ଞମାନଙ୍କ ପରାମର୍ଶକୁ ବିଚାରକୁ ନେଇ ଏଭଳି ପରିବର୍ତ୍ତନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସାଧାରଣତଃ ଡେକ୍ସାମିଥାସୋନ୍‌କୁ ଫୁସ୍‌ଫୁସ୍‌ ସଂକ୍ରମଣ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ଜୁନ୍‌ ୧୩ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଣ୍ଟିଭାଇରାଲ ଔଷଧ ରେମଡେସିଭିର୍‌କୁ କରୋନା ଚିକିତ୍ସାରେ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେହିପରି ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଦେବାକୁ ମଧ୍ୟ ମନ୍ତ୍ରଣାଳୟ ସୁପାରିସ କରିଥିଲା। ତେବେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଏହି ଔଷଧ ନ ଦେବା ପାଇଁ କୁହାଯାଇଥିଲା। ସଂଶୋଧିତ ଚିକିତ୍ସା ପ୍ରୋଟୋକଲ ଅନୁଯାୟୀ ମଧ୍ୟମ ଧରଣର କରୋନା ରୋଗୀଙ୍କ ପାଇଁ ମିଥାଇଲପ୍ରିଡ୍‌ନିସୋଲୋନ ୦.୫ରୁ ୧ ମିଲିଗ୍ରାମ/କେଜି କିମ୍ବା ଡେକ୍ସାମିଥାସୋନ୍‌ ୦.୧ରୁ ୦.୨ ମିଲିଗ୍ରାମ/କେଜି ତିନିଦିନ ଦେବା ଲାଗି ପରାମର୍ଶ ଦିଆଯାଉଛି। ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ୪୮ ଘଣ୍ଟା ମଧ୍ୟରେ କିମ୍ବା ଅକ୍ସିଜେନ ଆବଶ୍ୟକତା ଓ ପ୍ରଦାହ ବଢ଼ୁଥିଲେ ଏହି ଔଷଧ ଦେବାକୁ କୁହାଯାଇଛି। ଶ୍ୱାସଜନିତ ସମସ୍ୟା ଥାଇ ମେକାନିକାଲ ଭେଣ୍ଟିଲେଶନ ଆବଶ୍ୟକତା ଥିବା ରୋଗୀଙ୍କ କ୍ଷେତ୍ରରେ ମିଥାଇଲପ୍ରିଡ୍‌ନିସୋଲୋନ ଦିନକୁ ୧ରୁ ୨ ମିଲିଗ୍ରାମ/କେଜି କିମ୍ବା ଡେକ୍ସାମିଥାସୋନ୍‌ ୦.୨ରୁ ୦.୪ ମିଲିଗ୍ରାମ/କେଜି ୫ରୁ ୭ ଦିନ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେରେ ଆତଙ୍କବାଦୀ ଶିବିର ସକ୍ରିୟ

ନୂଆଦିଲ୍ଲୀ,୧୧ା୮ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଥିତ୍ବା ଆତଙ୍କବାଦୀ ଶିବିରଗୁଡିକ ପୁଣିଥରେ ସକ୍ରିୟ...

ଆତଙ୍କବାଦୀ ଶିବିରରେ ଚଢ଼ାଉ, ୬ ଷ୍ଟିକି ବୋମା ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର, ୪।୭ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଆତଙ୍କବାଦୀ ଶିବିର ଉପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଇ କରାଯାଇଛି। ସେଠାରୁ ୬ ଷ୍ଟିକ ବୋମା...

ବଜେଟ ଅଧିବେଶନ ଆରମ୍ଭରୁ ବିଧାୟକଙ୍କ ହଟ୍ଟଗୋଳ, ରାଜ୍ୟପାଳ ପଢିପାରିଲେନି ଅଭିଭାଷଣ

କୋଲକାତା,୨ ।୭: ପଶ୍ଚିମବଙ୍ଗ ନିର୍ବାଚନ ପରେ ଶୁକ୍ରବାର ପ୍ରଥମ କରି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ହେଲେ ଆରମ୍ଭରୁ ବିଧାୟକଙ୍କ ବିରୋଧ ଫଳରେ ଗୃହକୁ...

ସୁସମ୍ପର୍କ ବଢ଼ାଇବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ନୂଆଦିଲ୍ଲୀ,୧୮ା୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କ୍ଷେତ୍ରରେ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉପାଦେୟ ହେଉଥିବା ଆମେରିକା ସମେତ ଅନେକ ଦେଶ ବିବେଚନା କରୁଛନ୍ତି। ତେଣୁ...

ଆଜି ଆଉ ୧୦ ଜୀବନ ନେଲା କରୋନା, ଏହି ଜିଲାରୁ ଅଛନ୍ତି ସର୍ବାଧିକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

ଟିଟିଲାଗଡ଼ ଷ୍ଟେଶନରେ ପହଞ୍ଚିଲେ ୧୨୦୦ ମହାରାଷ୍ଟ୍ର ଫେରନ୍ତା

ଟିଟିଲାଗଡ଼,୧୦।୫: ବଲାଙ୍ଗୀରର ଟିଟିଲାଗଡ଼ ଷ୍ଟେଶନରେ ଓଡ଼ିଶାର ୧୨୦୦ ଶ୍ରମିକ ରବିବାର ପହଞ୍ଚିଛନ୍ତି। ସେମାନେ ମହାରାଷ୍ଟ୍ରରୁ ଫେରିଛନ୍ତି। ଶ୍ରମିକମାନେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଆଦି...

ସିଏଏକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଶିମ୍‌ଲା,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ବିରୋଧୀ କଂଗ୍ରେସ...

ବିଷ ପିଇ ଜୀବନ ହାରିଲେ ମା-ପୁଅ

କୋଚିଂ,୧୦ା୯: କୋଚିଂ ସହର କୋଟାରେ ପୁଣି ଥରେ ଦୁଇଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ବୋରଖେଡ଼ା ଥାନା ଅନ୍ତର୍ଗତ ଏକ ବହୁ...

Advertisement
Archives

Model This Week